Below header

ଲୋଭ ନୁହେଁ ବଦାନ୍ୟତା ହିଁ ପ୍ରକୃତ ମଣିଷ ପଣିଆ, ଟଙ୍କା ଓ ଅଳଙ୍କାର ଥିବା ଭ୍ୟାନିଟ ବ୍ୟାଗ ପାଇ ପୂର୍ବତନ ସେନା ଅଧିକାରୀ ଏପରି କଲେ

ସାଲେପୁର(କେନ୍ୟୁଜ୍):  ପୂର୍ବତନ ସେନା ଅଧିକାରୀଙ୍କ ମହନତା ଏବେ ସାଲେପୁର ମାଛୁଆତି ଛକରେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ମହିଳା ନିଜର ଅସାବଧାନତା ହେତୁ ଲକ୍ଷାଧିକ ଟଙ୍କାର ସୁନାରୁପା ଅଳଙ୍କାର ଓ ନଗଦ ଟଙ୍କା ଥିବା ନିଜର ଭ୍ଯାନିଟ ବ୍ୟାଗଟି ହଜାଇବା ପରେ ଜଣେ ପୂର୍ବତନ ଆର୍ମି ଅଫିସର ସେ ଭ୍ଯାନିଟି ବ୍ଯାଗକୁ ପାଇଥିଲେ। ପରେ ସେହି ବ୍ୟାଗଟିକୁ ସମ୍ପୃକ୍ତମହିଳାଙ୍କୁ ଫେରାଇ ବଦାନ୍ୟତାର ପରିଚୟ ଦେଇଛନ୍ତି। ଏଭଳି ଘଟଣା ଘଟିଛି ସାଲେପୁର ସହରର ମାଛୁଆତି ଛକରେ।

ସୂଚନା ମୁତାବକ ନିଶ୍ଚିନ୍ତକୋଇଲି ବାଲିଆପାଦା ଅଞ୍ଚଳର ରୁବି ମଲ୍ଲିକ ଓ ସୁମିତ୍ରା ମଲ୍ଲିକ ଆଜି ଜଣେ ଘରୋଇ ଡାକ୍ତରଙ୍କୁ ଚିକିତ୍ସା ନିମନ୍ତେ ଆସିବା ବାଟରେ ନିଜର ଭ୍ଯାନିଟି ବ୍ଯାଗଟି ତାରିଣୀ ଛକ କେନାଲ ବନ୍ଧ ରାସ୍ତାରେ ହଜାଇଦେଇଥିଲେ।  ତେବେ ସେହିବାଟ ଦେଇ ମାଛୁଆତି ଅଞ୍ଚଳର ପୂର୍ବତନ ଆର୍ମି ଅଫିସର ଧନେଶ୍ଵର ସାମଲ ଯାଉଥିବା ବେଳେ ବ୍ଯାଗଟି ତଳେ ପଡିଥିବା ଦେଖି ତାକୁ ଉଦ୍ଧାର କରିଥିଲେ। ସେଥିରେ ଲକ୍ଷାଧିକ ଟଙ୍କାର ସୁନା ରୂପାର ଅଳଙ୍କାର ସହ ନଗଦ ଟଙ୍କା ଓ ଏକ ଆଧାର କାର୍ଡ ଥିବା ଦେଖିଥିଲେ।

ସ୍ଥାନୀୟ ସମାଜସେବୀ ସମ୍ବିତ ଦାସଙ୍କ ସହଯୋଗରେ ସେହି ଅଧରକାର୍ଡରେ ଥିବା ମୋବାଇଲ ନମ୍ବରକୁ କଲ କରିବାରୁ ରୁବି ମଲ୍ଲିକଙ୍କ ସହ ଯୋଗାଯୋଗ ହୋଇଥିଲା। ପରେ ରୁବି ତାରିଣୀ ଛକ ପର୍ଯ୍ଯନ୍ତ ଆସି ତାରିଣୀ ମନ୍ଦିର ପାଖରେ ନିଜ ଭ୍ଯାନିଟି ବ୍ଯାଗ ଧନେଶ୍ଵରଙ୍କ ଠାରୁ ପାଇଲେ। ଏହି ସମୟରେ ରୁବି  ନିଜର ସମସ୍ତ ଅଳଙ୍କାର ଓ ଟଙ୍କା ଫେରିପାଇ ବହୁ ଖୁସି ହେବା ସହ ଧନେଶ୍ଵରଙ୍କୁ ଧନ୍ଯବାଦ ଜଣାଇଛନ୍ତି। ଧନେଶ୍ଵରଙ୍କ ଏଭଳି ବଦାନ୍ଯତା ପାଇଁ ସବୁ ମହଲରୁ ତାଙ୍କୁ ସାଧୁବାଦ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.