Below header

ଖୋଲୁଛି ବହିଷ୍କୃତ କନଷ୍ଟେବଳଙ୍କ କଳାକାରନାମା: ପ୍ରସନ୍ନଙ୍କ ଲିଙ୍କ୍‌ରେ ଚନ୍ଦକା କାଠ ମାଫିଆ

ଭୁବନେଶ୍ବର(କେନ୍ଯୁଜ୍): ଖୋଲୁଛି ବହିଷ୍କୃତ କନଷ୍ଟେବଲଙ୍କ କଳାକାରନାମା। କାଠ ମାଫିଆଙ୍କ ସହ ରହିଥିଲା ଲିଙ୍କ୍‌। ପ୍ରସନ୍ନ ତାଙ୍କ ଫର୍ଣ୍ଣିଚର ଦୋକାନ ପାଇଁ ଚନ୍ଦକା ଜଙ୍ଗଲ ଉପରେ ନିର୍ଭର କରୁଥିଲେ। ଚନ୍ଦକାର କାଠ ମାଫିଆଙ୍କ ସହ ପ୍ରସନ୍ନଙ୍କ ଲିଙ୍କ୍‌ ଥିବା ନେଇ ଜମାପଡିଛି। କେବଳ କାଠମାଫିଆ ନୁହେଁ ବନ ବିଭାଗର ଏକାଧିକ ଅଧିକାରୀ ମଧ୍ୟ ତାଙ୍କ ଲିଙ୍କ୍‌ରେ ଥିଲେ। ପ୍ରସନ୍ନ ସରକାରୀ ଚାକିରୀ କରୁଥିଲେ ମଧ୍ୟ ଏକାଧିକ ଟେଣ୍ଡର କାମ କରୁଥିଲେ। ଅନ୍ୟପଟେ ପ୍ରସନ୍ନଙ୍କୁ ରିମାଣ୍ଡରେ ନେଇ ଅଧିକ ତଥ୍ୟ ଉଗାରିବ ଭିଜିଲାନ୍‌ସ। ଏନେଇ ଆଜି ସ୍ୱତନ୍ତ୍ର ଭିଜିଲାନ୍‌ସ କୋର୍ଟରେ ଆବେଦନ କରିପାରେ।

କୋର୍ଟ ଅନୁମତି ଦେବା ପରେ ପ୍ରସନ୍ନଙ୍କୁ ଆଣି ପଚରାଉଚରା କରାଯିବ। ପ୍ରସନ୍ନଙ୍କ ଘରେ ଭିଜିଲାନ୍‌ସ ଚଡାଉ କରି ୭ କୋଟିରୁ ଉର୍ଦ୍ଧ୍ୱ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍‌ସ। କୋଭିଡ୍‌ ନିୟମ ଉଲ୍ଲଂଘନ ଓ ବିନା ଲାଇସେନ୍ସରେ ବାର ଚଳାଇବା ଅଭିଯୋଗରେ ଗିରଫ ହୋଇଥିଲେ ପ୍ରସନ୍ନ ବେହେରା । ନିଜ ଭାଇ ନାଁରେ ବାର୍‌ ଚଳାଉଥିବା ଅଭିଯୋଗ ହୋଇଥିଲା । ପରେ ଯାଇଥିଲା ଚାକିରି ।

ସୂଚନା ଥାଉକି, ଗତ କିଛି ଦିନ ତଳେ ଭିଜିଲାନ୍ସ ଜାଲରେ ପଡିଥିଲେ ଭୁବନେଶ୍ୱର କମିସନରେଟ ପୋଲିସର ପୂର୍ବତନ କନଷ୍ଟେବଳ ପ୍ରସନ୍ନ ବେହେରା । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରସନ୍ନଙ୍କ ଘରେ ରେଡ୍‌ କରିଥିଲା ଭିଜିଲାନ୍ସ ଟିମ୍‌ । ପ୍ରଥମ ଥର ଏକକାଳୀନ ୫ଟି ସ୍ଥାନରେ ଚଢାଉ ଚାଲିଥିଲା । ଭୁବନେଶ୍ୱର କଳ୍ପନା ଛକ ଘର, ଡୁମଡୁମାର ସ୍ପାର୍କ ଫର୍ନିଚର, ଲିଙ୍ଗିପୁର ଫର୍ଣ୍ଣିଚର ଓ୍ଵାର୍କସପ, ପାତ୍ରପଡା ସ୍ଥିତ ସାଉଥ ସିଟି ବାର୍‌ ସମେତ ପୈତୃକ ଘର ଖୋର୍ଦ୍ଧା ଜିଲ୍ଲା ନୂଆପଡାରେ ଏକ କାଳୀନ ଚଢାଉ କରିଥିଲା ଭିଜିଲାନ୍ସର ୫ ଟିମ ।

ଟିମ୍‌ରେ ୨ ଡିଏସପିଙ୍କ ସମେତ ୫ ଜଣ ଇନ୍ସପେକ୍ଟର ରହିଥିଲେ। ପୂର୍ବରୁ ଚାକିରୀରୁ ବିଦା ହୋଇଥିଲେ ପ୍ରସନ୍ନ ବେହେରା । ବିନା ଲାଇସେନ୍‌ସରେ ଭୁବନେଶ୍ୱର ପାତ୍ରପଡ଼ା ସାଉଥ ସିଟି ବାର୍‌ ଚଳାଇବା ଅଭିଯୋଗରେ ପ୍ରସନ୍ନଙ୍କୁ ଗିରଫ କରାଯାଇଥିଲା । ଗତ ସେପ୍ଟେମ୍ବରରୁ ସରିଥିଲା ସାଉଥ ସିଟି ବାରର୍‌ ଲାଇସେନ୍‌ସ ଅବଧି।

ତଥାପି ବେଧଡକ ଭାବେ ବିଳମ୍ବିତ ରାତିଯାଏ ଖୋଲୁଥିଲା ବାର୍‌ । ଉଡୁଥିଲା ପୁଳା ପୁଳା ଟଙ୍କା, ଝୁମୁଥିଲେ ଗ୍ରାହକ। କୋଭିଡ କର୍ଫ୍ୟୁର ଉଲ୍ଲଂଘନ ସହ ଅବକାରୀ ଆଇନ ଅନୁଯାୟୀ ଥାନାରେ ରୁଜୁ ହୋଇଥିଲା। ମନୀଷ ଅନୁରାଗ ହତ୍ୟା ମାମଲାରେ ତଦନ୍ତ ବେଳେ ସାଉଥ ସିଟି ବାର୍‌ର କାରନାମା ସାମ୍ନାକୁ ଆସିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.