Below header

ହଠାତ୍ ଘରେ ଦେଖୁ ଦେଖୁ ଲାଗିଯାଉଛି ନିଆଁ, ନିଜ ଘରେ ନିଜେ ରହିବାକୁ ଭୟ କରୁଛନ୍ତି ଲୋକେ

ଘଡିକୁ ଘଡି ଲାଗୁଛି ନିଆଁ। କେଉଁଠୁ ଆସୁଛି ଏ ନିଆଁ । ଗୋଟେ ଘରେ ଲାଗିଲା ବେଳେ ତାକୁ ଲିଭାଉ ଲିଭାଉ ପୁଣି ସେ ଘରେ ଲାଗୁଛି ନିଆଁ । ଆସବାବପତ୍ର ଲୁଗାପଟା ଖାଇବା ଜିନିଷ ପୋଡି ପାଉଁଶ ହେଇଯାଉଛି ।

ସାଲେପୁର(କେନ୍ୟୁଜ): ଘଡିକୁ ଘଡି ଲାଗୁଛି ନିଆଁ । କେଉଁଠୁ ଆସୁଛି ଏ ନିଆଁ । ଗୋଟେ ଘରେ ଲାଗିଲା ବେଳେ ତାକୁ ଲିଭାଉ ଲିଭାଉ ପୁଣି ସେ ଘରେ ଲାଗୁଛି ନିଆଁ । ଆସବାବପତ୍ର ଲୁଗାପଟା ଖାଇବା ଜିନିଷ ପୋଡି ପାଉଁଶ ହେଇଯାଉଛି । ଭୟରେ ୩ଦିନ ହେଲାଣି ୩ଟି ପରିବାର ଲୋକେ ବାହାରେ ଶୋଉଛନ୍ତି । ବାହାରେ ରହୁଛନ୍ତି । ନିଜ ଘରେ ନିଜେ ରହିବାକୁ ଭୟ କରୁଛନ୍ତି । କାରଣ କାଳେ କେତେବେଳେ ନିଆଁ ଲଗାଯାଇ ପୋଡିଯିବେ । ବିଶ୍ୱାସ ହେଉନଥିଲେବି ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା କିଶନନଗର ଥାନା ଓଡ଼କିମିରା ଗାଁରେ।

କେଉଁଠି କିଛି ନଥିବ ହେଲେ ହଠାତ ଶୁଭିବ ଚିତ୍କାର ” ଇରେ ତାଙ୍କ ଘରେ ନିଆଁ ଲାଗିଗଲା ଦୌଡ ରେ, ନିଆଁ ଲାଗିଗଲା ଲିଭାଅରେ। ଆଉ ଚିତ୍କାର ଶୁଣି ସାହି ଇଭାଇ , ଗାଁ ପଡିଶା ସମସ୍ତେ ଦୌଡିଥାନ୍ତି ନିଆଁ ଲିଭାଇବାକୁ । ହେଲେ କୁଆଡୁ ଏ ନିଆଁ ଆସୁଛି, କେମିତି ନିଆଁ ଲାଗୁଛି କେହି ଜାଣିପାରୁନାହାନ୍ତି । ଓଡ଼କିମିରା ଗାଁର ଜନ୍ମେଜୟ ରାଉତରାୟ ଓ ତାଙ୍କ ଦୁଇ ଭାଇଙ୍କର ପାଖାପାଖି ୨୦ ବଖରା ଘର ଏବେ ଖାଲି କରିସାରିଲେଣି । ନିଆଁ ଲାଗି ବହୁ ମୂଲ୍ୟବାନ ଆସବାବପତ୍ର ଲୁଗାପଟା ଜଳିଗଲାଣି । ସମସ୍ୟା ଏମିତି ହେଲାଣି ଯେ ସେମାନେ ଦାଣ୍ଡରେ ରହିବାକୁ ବାଧ୍ୟ ହେଉଛନ୍ତି ।

ତେବେ ହଠାତ୍ କରି ଘରର କେଉଁ ଏକ ଆସବାବପତ୍ର ହେଉ କିମ୍ବା ଲୁଗାପଟା ହେଉ ଆପେ ଆପେ ନିଆଁ ଲାଗିଯାଉଛି । ଧୂଆଁ ବାହାରି ଜୋରରେ ଜଳିବା ପରେ ଯାଇ ଜଣାପଡୁଛି ଯେ ନିଆଁ ଲାଗିଛି ବୋଲି । ଗାଁ ଲୋକେ ନିଆଁର କାରଣ ଖୋଜି ଖୋଜି ପାଉନାହାଁନ୍ତି । ୩ଦିନ ହେଲାଣି ପୀଡିତ ପରିବାର ମାନେ ପିଲାଛୁଆଙ୍କୁ ନେଇ ଦାଣ୍ଡରେ ରହୁଛନ୍ତି ।

ସେ କୋଠା ଘର ହେଉକି ଚାଲ ଘର ନିଆଁ କାହାକୁ ବି ଛାଡ଼ୁନି , ନିଆଁ । ପୂଜାର୍ଚ୍ଚନା କରୁଛନ୍ତି ହେଲେ ସୁଫଳ ମିଳୁନି । ଏଭଳି ସ୍ଥିତିରେ ସେମାନେ ସରକାରଙ୍କୁ ସହାୟତା ପାଇଁ ନିବେଦନ କରିବା ସହ ଏହାର କାରଣ ଖୋଜି ବାହାର କରିବାକୁ ନିଦେବନ କରିଛନ୍ତି । ଆମ୍ଭେ କୌଣସି ଅନ୍ଧ ବିଶ୍ୱାସକୁ ପ୍ରୋତ୍ସାହିତ କରିବା ଭଳି କଥା କହୁନୁ । ତଥାପି ପରିସ୍ଥିତିକୁ ଦେଖି ପୀଡିତ ପରିବାରଙ୍କୁ ସେମାନଙ୍କ ନିଜ ଘରେ ପୁନଃ ଥଇଥାନ କରିବା ସହ ଅଗ୍ନିକାଣ୍ଡର ପ୍ରକୃତ କାରଣ ଖୋଜି ବାହାର କରିବା ପାଇଁ ପ୍ରଶାସନକୁ ନିଦେବଦନ କରୁଛୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.