ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହମ୍ମଦ ଶାମି, ଆଶାବାଡି ଧରି ଚାଲୁଥିବା ଫଟୋ ଭାଇରଲ

ଶାମିଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଗୋଇଠି ସର୍ଜରୀ ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଶାମି । ଶାମିଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଯେଉଁଥିରେ ଶାମି ଆଶାବାଡି ଧରି ଠିଆ ହେବାକୁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଛି । ସେ ଏହି ସମୟରେ ଶଟର୍ସ ସହିତ ହଳଦିଆ ରଙ୍ଗର ଟିସାର୍ଟ ପିନ୍ଧିଛନ୍ତି ।

ମହମ୍ମଦ ଶାମି ବିଶ୍ୱକପ ୨୦୨୩ରେ ସର୍ବାଧିକ ଓ୍ଵିକେଟ ନେଇଥିବା ବୋଲର ଭାବେ ପୁରସ୍କୃତ ହୋଇଥିଲେ । କିନ୍ତୁ ବିଶ୍ୱକପ ପରେ ଆଉ ମଇଦାନକୁ ଫେରିନଥିଲେ ଶାମି । ଗୋଇଠିରେ ଯନ୍ତ୍ରଣା ଯୋଗୁଁ କିଛିଦିନ ହେଲାଣି କ୍ରିକେଟରୁ ଦୂରେଇ ରହିଛନ୍ତି ଶାମି ।

ଶାମିଙ୍କ ଗୋଇଠି ସର୍ଜରୀ କରାଇଥିଲେ । ଆଉ ଆଇପିଏଲରେ ଖେଳିବେ ନାହିଁ ବୋଲି ଖବର ଆସିଥିଲା । ହେଲେ ଏବେ ଶାମିଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଗୋଇଠି ସର୍ଜରୀ ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଶାମି । ଶାମିଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଯେଉଁଥିରେ ଶାମି ଆଶାବାଡି ଧରି ଠିଆ ହେବାକୁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଛି । ସେ ଏହି ସମୟରେ ଶଟର୍ସ ସହିତ ହଳଦିଆ ରଙ୍ଗର ଟିସାର୍ଟ ପିନ୍ଧିଛନ୍ତି । ଫଟୋରେ କ୍ୟାପସନ ଦେଇ ଶାମି ଲେଖିଛନ୍ତି, ଟ୍ରାକକୁ ଫେରିବା ଏବଂ ସଫଳତା ପାଇଁ ବ୍ୟାକୁଳ.. ରାସ୍ତା ବହୁତ ମୁସ୍କିଲ କିନ୍ତୁ ଲକ୍ଷ୍ୟସ୍ଥଳରେ ନିଶ୍ଚିତ ପହଞ୍ଚିବାକୁ ହେବ ।

ଗୋଇଠି ସର୍ଜରୀ ଯୋଗୁଁ ଶାମି ଆଇପିଏଲ-୨୦୨୪ରୁ ବାଦ୍ ପଡ଼ିଥିଲେ । ଶାମିଙ୍କ ବାଦ୍‌ ପଡିବା ଯୋଗୁଁ ଗୁଜୁରାଟ ଟାଇଟନ୍ସକୁ ଏକ ଶକ୍ତ ଝଟକା ଦେଇଥିଲା ।

ତେବେ ଅନ୍ୟପଟେ ବିସିସିଆଇ ସଚିବ ଜୟ ଶାହା କହିଛନ୍ତି ଯେ, ଶାମି ବାଂଲାଦେଶ ବିପକ୍ଷ ଟି୨୦ ସିରିଜ ପାଇଁ ସେପ୍ଟେମ୍ବର ୨୦୨୪ରେ ପ୍ରତ୍ୟାବର୍ତ୍ତନ କରିବେ । ତେବେ ଟି୨୦ ବିଶ୍ୱକପରେ ତାଙ୍କର ଖେଳିବା ଏବେ ଅନିଶ୍ଚିତତା ଭିତରେ ରହିଛି ।

୩୩ ବର୍ଷୀୟ ମହମ୍ମଦ ଶାମି ଭାରତ ପାଇଁ ଗତବର୍ଷ ବିଶ୍ୱକପ ଫାଇନାଲରେ ଖେଳିଥିଲେ । ବିଶ୍ୱକପର ପ୍ରଥମ ୪ଟି ମ୍ୟାଚରେ ତାଙ୍କୁ ସୁଯୋଗ ମିଳିନଥିଲା । ଏହାପରେ ବାକି ୭ଟି ମ୍ୟାଚ ଖେଳି ୨୪ଟି ଓ୍ଵିକେଟ ହାସଲ କରିଥିଲେ । ବିଶ୍ୱକପ ପରେ ଟିମରୁ ବାଦ୍‌ ପଡିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.