Below header

ମଲା ପରେ ବି ଛାଡିଲେନି ! ଶବଗୃହରୁ ଶିଶୁର ଆଖି ଗାୟବ

ଅନୁଗୋଳ (କେନ୍ୟୁଜ୍) : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା। ଚିକିତ୍ସାଧୀନ ଅବସ୍ଥାରେ ଜଣେ ଶିଶୁର ମୃତ୍ୟୁ ହେବା ପରେ ତାର ଶବ ପ୍ରକୋଷ୍ଠ ଗୃହରେ ରଖିଥିବାବେଳେ ଶିଶୁର ଆଖି ଗାଏବ ହୋଇଯାଇଥିବା ପରିବାର ଲୋକ ଅଭିଯୁକ୍ତ କରିଛନ୍ତି। ଘଟଣାରୁ ପ୍ରକାଶ ଯେ ବଅଁରପାଳ ଥାନା ନୂଆହତା ଗାଁର ଅଞ୍ଜନ ଗୋଚ୍ଛାୟତ ନାମକ ବ୍ୟକ୍ତିଙ୍କର ୪ ବର୍ଷର ଝିଅକୁ ଜ୍ବର ହୋଇଥିବା କାରଣରୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

EYE-3କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା। ଶିଶୁର ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ ହୋଇ ନପାରିବାରୁ ଶବକୁ ଶବ ରଖିବା ପ୍ରକୋଷ୍ଠରେ ରଖା ଯାଇଥିଲା। କିନ୍ତୁ ଯେତେବେଳେ ବ୍ୟବଚ୍ଛେଦ ପାଇଁ ଶବକୁ କଢ଼ା ଯାଇଥିଲା ତେବେ ଶିଶୁର ଆଖି ଦୁଇଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ ଧଳା ରଙ୍ଗର ଏକ ଆସ୍ତରଣ ବସି ଯାଇଥିବା ଦେଖିବାକୁ ମିଳିଥିଲା।

EYE-2ଏହା ଦେଖି ପରିବାର ଲୋକ ଶିଶୁଟର ଆଖି ତଡା ଯାଇଥିବା ଅଭିଯୋଗ କରିବା ସହ ଘଟଣାର ତଦନ୍ତ ଦାବି କରିଥିଲେ। ଅନୁଗୋଳ ଥାନାରେ ଏନେଇ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହାପରେ ଡାକ୍ତରଖାନାରେ ଉତ୍ତେଜନା ଦେଖାଯାଇଥିଲା। ଏହି ଘଟଣାରେ ସ୍ବାସ୍ଥ୍ୟ ବିଭାଗର କୌଣସି ପ୍ରତିକ୍ରୀୟା ନମିଳିଥିବାବେଳେ ଶବ ଗ୍ରୁହ ଦାୟିତ୍ବରେ ଥିବା କର୍ମଚାରୀ ଏହା ମୂଷାଙ୍କ କାରଣରୁ ହୋଇଥାଏପାରେ ବୋଲି କହିଛନ୍ତି। ତେବେ ଶବ ଗ୍ରୁହରେ ଶବ ସୁରକ୍ଷିତ ଶବ ରଖାଯାଉଥିବା ବେଳେ ମ୍ରୁତ ଶିଶୁର ଆଖି କିଭଳି ନଷ୍ଟ ହେଲା ତାହା ଏବେ ପ୍ରଶ୍ନବାଚୀ ସ୍ରୁଷ୍ଟି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.