Below header

ନକଲି ମହିଳା ପୋଷ୍ଟାଲ ଏଜେଣ୍ଟ ଗିରଫ : ଠକିଛନ୍ତି କୋଟିଏରୁ ଅଧିକ ଡାକ ଜମା

ବରବାଦ କରିଦେଲେ ଠକ ମହିଳା। ନିଜକୁ ପୋଷ୍ଟାଲ ଏଜେଣ୍ଟର ପରିଚୟ ଦେଇ ଲୋକଙ୍କୁ ଚୁନା ଲଗାଉଥିଲେ ସ୍ୱର୍ଣ୍ଣଲତା ।ତାଙ୍କ ଘରୁ ୯୮ ଜଣ ଜମାକାରୀଙ୍କ ୧୨୭ଟି ପୋଷ୍ଟାଲ ପାସବୁକ ଜବତ ହୋଇଛି । ୨ ବର୍ଷ ହେବ ଜମାକାରୀଙ୍କ ଡିପୋଜିଟ ଟଙ୍କାକୁ ହଡ଼ପ କରୁଥିଲେ ।

ଭୁବନେଶ୍ୱର (କେନ୍ୟୁଜ): ଠକ ମହିଳା ବରବାଦ କରିଦେଲେ। ଚଳୁ କରିଦେଲେ କୋଟିଏରୁ ଅଧିକ ଟଙ୍କାର ଡାକ ଜମା । ନକଲି ମହିଳା ପୋଷ୍ଟାଲ ଏଜେଣ୍ଟ ସ୍ୱର୍ଣ୍ଣଲତା ଦାସଙ୍କୁ ଜଗତସିଂହପୁରରୁ ଗିରଫ କରିଛି ଭୁବନେଶ୍ୱର ଲିଙ୍ଗରାଜ ଥାନା ପୋଲିସ । ତାଙ୍କ ଘରୁ ୯୮ ଜଣ ଜମାକାରୀଙ୍କ ୧୨୭ଟି ପୋଷ୍ଟାଲ ପାସବୁକ ଜବତ ହୋଇଛି । ୨ ବର୍ଷ ହେବ ଜମାକାରୀଙ୍କ ଡିପୋଜିଟ ଟଙ୍କାକୁ ହଡ଼ପ କରୁଥିଲେ ।

ନିଜକୁ ପୋଷ୍ଟାଲ ଏଜେଣ୍ଟର ପରିଚୟ ଦେଇ ଲୋକଙ୍କୁ ଚୁନା ଲଗାଉଥିଲେ ସ୍ୱର୍ଣ୍ଣଲତା । ଜଣେ ଜମାକାରୀଙ୍କ ଅଭିଯୋଗ ପରେ ଗିରଫ ହେଲେ ଠକ ଏଜେଣ୍ଟ । ଲୋକଙ୍କ ଜମା ଟଙ୍କାକୁ ଆତ୍ମସାତ କରିଥିଲେ ସ୍ୱର୍ଣ୍ଣଲତା । ଜମା ଖାତା ଦେଉ ନଥିଲେ କି ଟଙ୍କା ଫେରାଉ ନଥିଲେ । ଲୋକଙ୍କୁ ଧରାଛୁଆ ଦେଉ ନଥିଲେ ସ୍ୱର୍ଣ୍ଣଲତା । ସେ ଗିରଫ ହେବା ପରେ ଲିଙ୍ଗରାଜ ଥାନାରେ ଠକେଇର ଶିକାର ହୋଇଥିବା ବ୍ୟକ୍ତି ଏକାଠି ହେଉଛନ୍ତି । ଏହି ଠକେଇରେ ସେ ଏକା ନା ଆଉ କାହାର ସଂପୃକ୍ତି ରହିଛି ଖୋଳତାଡ କରୁଛି ଲିଙ୍ଗରାଜ ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.