Below header

ବାଲେଶ୍ୱର: କୋଭିଡ ନିୟମ ପାଇଁ ଦୁଇବର୍ଷ ହେଲା ଗାଁରୁ ବାସନ୍ଦ ହେଲେ, ଏବେ ନ୍ୟାୟ ମାଗୁଛି ପରିବାର

ବାଲେଶ୍ବର(କେନ୍ୟୁଜ୍): କୋଭିଡ ନିୟମ ପାଳନ ନେଇ ଗାଁରୁ ବାସନ୍ଦ। ଦୁଇବର୍ଷ ଧରି ଗାଁରୁ ନିଆଁ ପାଣି ବାସନ୍ଦ ହୋଇ ଏବେ ନ୍ୟାୟ ମାଗୁଛି ପରିବାର। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ମନ୍ତାପାଳ ଗାଁର ଅଭାବନୀୟ ଘଟଣା ସାମନାକୁ ଆସିଛି। ୨୦୨୦ ଜୁଲାଇ ମାସରେ ଗାଁର କମଳ ଲୋଚନ ସାମନ୍ତଙ୍କ ପୁଅ ଶାନ୍ତନୁ ଘରକୁ ଆସି ସରକାରୀ ନିୟମ ଅନୁଯାୟୀ ହୋମ କ୍ୱାରେଣ୍ଟାଇନରେ ରହିଥିଲେ। ମଧ୍ୟପ୍ରଦେଶରେ ମାଇନିଂ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବାରୁ ପୈତୃକ ଗାଁକୁ ଆସିବା ପରେ ସ୍ଥାନୀୟ ବିଡ଼ିଓଙ୍କୁ ଅବଗତ କରି ଘରେ ହୋମ କ୍ଵାରେଣ୍ଟାଇନରେ ରହିଥିଲେ। କିନ୍ତୁ ଗାଁର କିଛି ଲୋକ ତାଙ୍କୁ ଘରେ ନରହି ସରକାରୀ କ୍ଵାରେଣ୍ଟାଇନ ସେଣ୍ଟରରେ ରହିବାକୁ ବାଧ୍ୟ କରିଥିଲେ।

ମାତ୍ର ଶାନ୍ତନୁ ସରକାରୀ ନିୟମ ମାନି ହୋମ୍‌ କ୍ଵାରେଣ୍ଟାଇନରେ ରହିବେ ବୋଲି କହିବାରୁ ଗ୍ରାମବାସୀ ବୈଠକ କରି ତାଙ୍କୁ ଗାଁରୁ ବାସନ୍ଦ କରିଥିଲେ। ଦୁଇବର୍ଷ ପରେ ଶାନ୍ତନୁଙ୍କ ପରିବାରକୁ ଗାଁରୁ ନିଆଁ,ପାଣି ବନ୍ଦ କରି ରଖିଛନ୍ତି। ତାଙ୍କ ପରିବାର ଉପରେ ୧୦ଲକ୍ଷ ଟଙ୍କାର ଜରିମାନା ମଧ୍ୟ ହୋଇଥିବା ଅଭିଯୋଗ କରିଛନ୍ତି। ସାମାଜିକ ବାସନ୍ଦ ବିରୋଧରେ ପରିବାର ଏବେ ନ୍ୟାୟ ପାଇଁ ମାନବାଧିକାର କମଶନର ନିକଟରେ ଦ୍ଵାରସ୍ଥ ହୋଇଛନ୍ତି। ସେପଟେ ଗାଁ ମୁଖିଆ ଅଭିଯୋଗକୁ ସଂପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.