କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ, ବଜେଟ୍ ପରେ ବଢ଼ିପାରେ ଦୁଇଗୁଣା ଦରମା

ପୂର୍ବରୁ ୨୦୨୨ର ଶେଷରେ ସରକାର ଫିଟମେଣ୍ଟ ଫ୍ରାକ୍ଟର ଉପରେ ନିଷ୍ପତ୍ତି ନେବାର ଯୋଜନା କରୁଥିଲେ। ଏହାରି ମଧ୍ୟରେ ନୂଆବର୍ଷ ଆରମ୍ଭ ହୋଇଗଲାଣି। ଆଉ ତା ସହ କର୍ମଚାରୀଙ୍କ ଆଶ ମଧ୍ୟ ରହିଛି ଓ ଅପେକ୍ଷା ବି ସରକାର ଙ୍କ ନୂଆ ନିଷ୍ପତ୍ତି କୁ ନେଇ.. ସୂଚନା ଅନୁଯାୟୀ ଚଳିତ ଥର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଭଲ ଖୁସି ଖବର ଆସିବ। ନୂଆବର୍ଷରେ ଏହି ନୂଆ ଖବର ଲୋକଙ୍କୁ ନିଶ୍ଚିତ ଭାବେ ଖୁସି କରାଇବ। ଏହି ଅପଡେଟ ଅଧିନରେ ୫୨ ଲକ୍ଷରୁ ଅଧିକ କେନ୍ଦ୍ର କର୍ମଚାରୀଙ୍କ ଦରମା ଶୀଘ୍ର ବଢ଼ିବାକୁ ଯାଉଛି । ପୂର୍ବରୁ ୨୦୨୨ ଶେଷ ସୁଦ୍ଧା ସରକାର ଫିଟମେଣ୍ଟ ଫ୍ୟାକ୍ଟର ଉପରେ ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଥିଲା । କିନ୍ତୁ କୌଣସି କାରଣରୁ ଏହାକୁ ସ୍ଥଗିତ ରଖାଗଲା, ବର୍ତ୍ତମାନ ନୂଆ ବର୍ଷ ଏହି ବିଷୟରେ ଏକ ନିଷ୍ପତ୍ତି ହୋଇପାରେ । ସରକାରଙ୍କୁ ପକ୍ଷରୁ ଶୀଘ୍ର ଫିଟମେଣ୍ଟ ଫ୍ୟାକ୍ଟରକୁ ସଂଶୋଧନ କରିବାର ଦାବି ଗ୍ରହଣ କରାଯାଇପାରେ ।

ତେବେ ଫିଟମେଣ୍ଟ ଫ୍ୟାକ୍ଟରକୁ ପରିବର୍ତ୍ତନ କରିବା ପାଇଁ ଦୀର୍ଘ ଦିନ ଧରି କେନ୍ଦ୍ରୀୟ କର୍ମଚାରୀଙ୍କ ଦାବି ରହିଆସିଛି । ଏହା ଉପରେ ଅନେକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଖବର ଅନୁଯାୟୀ ସରକାର ଏହାକୁ ୨୦୨୪ ପୂର୍ବରୁ କାର୍ଯ୍ୟକାରୀ କରିବାକୁ ଯୋଜନା କରୁଛନ୍ତି ଏବଂ ବଜେଟ୍ ପରେ ମାର୍ଚ୍ଚ ୨୦୨୩ ରେ ଏହା କାର୍ଯ୍ୟକାରୀ ହେବ ବୋଲି ଘୋଷଣା କରାଯାଇପାରେ । ସରକାରଙ୍କ ପକ୍ଷରୁ ହେବାକୁ ଥିବା ଏହି ଅପଡେଟରେ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ବୃଦ୍ଧି ହେବ। ବର୍ତ୍ତମାନ ସରକାର ଏହା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତି ।

ସରକାରୀ କର୍ମଚାରୀଙ୍କ ଦରମାରେ ଫିଟମେଣ୍ଟ ଫ୍ୟାକ୍ଟରର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଥିରେ ପରିବର୍ତ୍ତନ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମାକୁ ପ୍ରଭାବିତ କରେ । ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନେ ଫିଟମେଣ୍ଟ ଫ୍ୟାକ୍ଟର୍ ଅନୁଯାୟୀ ୨.୫୭% ଦରମା ପାଇଛନ୍ତି । କେନ୍ଦ୍ରୀୟ କର୍ମଚାରୀ ଏହାକୁ ୩.୬୮ %କୁ ବୃଦ୍ଧି କରିବାକୁ ଦାବି ହୋଇଆସୁଛି । ମାର୍ଚ୍ଚରେ କେନ୍ଦ୍ରୀୟ କର୍ମଚାରୀଙ୍କ ଭତ୍ତା ମଧ୍ୟ ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.