ପୁଣି ଏକ ଛାଡ଼ପତ୍ର! ବିବାହର ୨୩ ବର୍ଷ ପରେ ଅଲଗା ହେବାକୁ ଯାଉଛନ୍ତି ଏହି ଷ୍ଟାର ଦମ୍ପତି

ବିବାହକୁ ସାତ ଜନ୍ମର ବନ୍ଧନ ବୋଲି କୁହାଯାଏ, ହେଲେ ଏହା ସେତେବେଳେ ସମ୍ଭବ ହୁଏ, ଯେତେବେଳେ ଦୁଇ ହୃଦୟ ମିଶିଥାଏ। ଯଦି ମନ ସହ ମନ ନ ମିଶେ, ତା’ ହେଲେ ସମ୍ପର୍କ ଭାଙ୍ଗିବା ସ୍ଥିତିରେ ପହଞ୍ଚିଯାଏ। ୨୦୨୨ରେ ଅନେକ ସେଲିବ୍ରିଟି ଦମ୍ପତି ଅଲଗା ହୋଇସାରିଛନ୍ତି, ଆଉ ଏବେ ୨୦୨୩ ଆରମ୍ଭରେ ଆଉଏକ ଚର୍ଚ୍ଚିତ ଯୋଡ଼ି ଭାଙ୍ଗିବାର ଖବର ଆସୁଛି।

ମିଡିଆ ରିପୋର୍ଟ ମୁତାବକ, ସାଉଥ୍‌ ସୁପରଷ୍ଟାର ଥାଲାପତି ବିଜୟ ନିଜ ପତ୍ନୀ ସଙ୍ଗୀତାଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଲା, ସେମାନଙ୍କ ବିବାହକୁ ଅନେକ ବର୍ଷ ବିତିସାରିଛି ଏବଂ ଉଭୟଙ୍କ ମଧ୍ୟରେ ବହୁତ ଭଲ ପାଇବା ବି ନଜର ଆସିଥାଏ।

ଥାଲାପତି ବିଜୟ ଓ ସଙ୍ଗୀତାଙ୍କ ବିବାହକୁ ୨୩ ବର୍ଷ ହୋଇଛି ଏବଂ ଏତେ ବର୍ଷ ଭିତରେ ଏଭଳି ଖବର ପ୍ରଥମ ଥର ଶୁଣିବାକୁ ମିଳୁଛି। ଏହା ପୂର୍ବରୁ ବିଜୟ ଓ ସଙ୍ଗୀତାଙ୍କ ମଧ୍ୟରେ କେବଳ ପ୍ରେମ ହିଁ ନଜର ଆସୁଥିଲା। କିନ୍ତୁ ନିକଟରେ ଲୋକେ ଏମିତି କିଛି ନୋଟିସ୍‌ କରିଛନ୍ତି, ଯାହାକୁ ନେଇ ଛାଡ଼ପତ୍ର ଖବର ଭାଇରାଲ ହେବାରେ ଲାଗିଛି।

ଚଳଚ୍ଚିତ୍ର ନିର୍ମାତା ଏଟଲିଙ୍କ ପତ୍ନୀଙ୍କର ବେବି ସାଓ୍ଵାର ଉତ୍ସବରେ ବିଜୟ ଏକୁଟିଆ ହିଁ ପହଞ୍ଚିଥିଲେ। ଏପରି କି, ବିଜୟଙ୍କ ଫିଲ୍ମର ମ୍ୟୁଜିକ୍‌ ଲଞ୍ଚ୍‌ ଅବସରରେ ମଧ୍ୟ ସଙ୍ଗୀତା ସାଥୀରେ ଦେଖାଯାଇ ନ ଥିଲେ। ତେଣୁ ସେମାନେ ଅଲଗା ହେବାର ଅନୁମାନ କରାଯାଉଛି। ତେବେ ବର୍ତ୍ତମାନ ଏଥିରେ କେତେ ସତ୍ୟତା ରହିଛି, ତାହା କେବଳ ଆଗାମୀ ସମୟ ହିଁ କହିବ।

କହି ରଖୁଛୁ, ବିଜୟ ଓ ସଙ୍ଗୀତାଙ୍କ ପ୍ରେମର ଆରମ୍ଭ ପୂରା ଫିଲ୍ମି ଥିଲା। ୧୯୯୬ରେ ଉଭୟଙ୍କ ମଧ୍ୟରେ ପ୍ରଥମ ଭେଟ ହୋଇଥିଲା। ସଙ୍ଗୀତା ବିଜୟଙ୍କର ଜଣେ ଫ୍ୟାନ୍‌ ଥିଲେ। ସେ ୟୁକେରେ ରହୁଥିଲେ, କିନ୍ତୁ ବିଜୟଙ୍କୁ ଭେଟିବା ପାଇଁ ସ୍ୱତନ୍ତ୍ର ଭାବେ ଚେନ୍ନାଇ ଚାଲି ଆସିଥିଲେ। ସେ ତାଙ୍କ ଆକ୍ଟିଂର ଦିଓ୍ଵାନୀ ଥିଲେ। ଶେଷରେ ଉଭୟଙ୍କ ମଧ୍ୟରେ ଭେଟ ହୋଇଥିଲା ଏବଂ ଧୀରେ ଧୀରେ ଏହା ପ୍ରେମର ରୂପ ନେଇଥିଲା। ୩ ବର୍ଷ ପର୍ଯ୍ୟନ୍ତ ଉଭୟ ପରସ୍ପରକୁ ଡେଟ୍‌ କରିବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.