ଅର୍ଚ୍ଚନାଙ୍କ ସମ୍ପତ୍ତି ତାଲିକା କହିଲେ ଚାର୍ଟାର୍ଡ଼ ଆକାଉଣ୍ଟାଣ୍ଟ, ନଜର ପକାନ୍ତୁ କେମିତି ଜିରୋରୁ କୋଟିପତି ହେଲେ

କେନ୍ୟୁଜ୍(ବ୍ୟୁରୋ): ଅର୍ଚ୍ଚନାଙ୍କ ରାଜ୍‌ ଖୋଲିଲେ ଚାର୍ଟାର୍ଡର୍ ଆକାଉଣ୍ଟାଣ୍ଟ। ଅର୍ଚ୍ଚନା ନାଗ ମାମଲାରେ ଖୋଳତାଡ଼ । ଆଜି ଇଡିରେ ହାଜର ହୋଇଥିଲେ ଅର୍ଚ୍ଚନା ନାଗ ଓ ଖଗେଶ୍ୱରଙ୍କ ଚାର୍ଟାର୍ଡର୍ ଆକାଉଣ୍ଟାଣ୍ଟ । EDରେ ହାଜର ହେବାକୁ ଦୁଇ ଜଣଙ୍କୁ ସମନ ହୋଇଥିଲା । ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ମନୋଜ ପ୍ରଧାନଙ୍କୁ ତିନି ଘଣ୍ଟାରୁ ଅଧିକ ସମୟ ଜେରା କରିଥିଲେ ।

୨୦୨୧ରେ ଅର୍ଚ୍ଚନା ନାଗ ଆଦିତ୍ୟ ପ୍ରେଷ୍ଟିଜ୍‌ ଆଗ୍ରୋ କମ୍ପାନୀ ଗଠନ କରିଥିଲେ । ୧୦ ଲକ୍ଷ ଟଙ୍କାରେ ଏହି କମ୍ପାନୀ ଆରମ୍ଭ କରିଥିଲେ ଅର୍ଚ୍ଚନା । ନୂଆ କାର ସୋ ରୁମ୍‌ ପାଇଁ ଗଠନ ହୋଇଥିଲା କମ୍ପାନୀ । ଏହି ସୂଚନା ଦେଇଛନ୍ତି ଅର୍ଚ୍ଚନା ନାଗଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ମନୋଜ ପ୍ରଧାନ । ଅନ୍ୟ କେଉଁଠାରେ ଟଙ୍କା ଲଗାଇଛନ୍ତି ଅର୍ଚ୍ଚନା ଓ ଖଗେଶ୍ୱର ସେ ସମ୍ପର୍କରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ପଚରଉଚରା କରିଛନ୍ତି ଇଡି ଅଧିକାରୀ । କେଉଁଠି ଅର୍ଚ୍ଚନା ନାଗଙ୍କ ସମ୍ପତ୍ତି ରହିଛି ? କେତେ ଟଙ୍କାର ସମ୍ପତ୍ତି ରହିଛି ? କେଉଁଠି ଜମି ଓ ଘର ରହିଛି ? ସେ ନେଇ ଖୋଳତାଡ଼ କରିଛି ।

ସେହିପରି ଖଗେଶ୍ୱରଙ୍କ ପତ୍ନୀ ଇଡିରେ ହାଜର ହୋଇଛନ୍ତି । ଖଗେଶ୍ୱର ପାତ୍ରଙ୍କ ସମ୍ପତ୍ତି କେତେ ? କେଉଁଠି ରହିଛି ଖଗେଶ୍ୱରଙ୍କ ସମ୍ପତ୍ତି ? କେତେ ଟଙ୍କାର କାରବାର ହୋଇଛି ? ସେନେଇ ଖଗେଶ୍ୱରଙ୍କ ପତ୍ନୀଙ୍କଠାରୁ ଅଧିକ ତଥ୍ୟ ଉଗାରିବ । ସୁପ୍ରିମ ଅଟୋମୋବାଇଲ ପାର୍ଟନର ଅଛନ୍ତି ଖଗେଶ୍ୱରଙ୍କ ପତ୍ନୀ । ଅନ୍ୟପଟେ ଝାରପଡ଼ା ଜେଲରେ ପହଞ୍ଚିଲେ ଖଣ୍ଡଗିରି ଥାନା ଅଧିକାରୀ ଦୟାନିଧି ନାୟକ । ଜେଲରେ ଜଗବନ୍ଧୁଙ୍କ ହାତଲେଖା ସାମ୍ପଲ ସଂଗ୍ରହ କରାଯାଉଛି । ଏହାକୁ ହ୍ୟାଣ୍ଡ ରାଇଟ ବ୍ୟୁରୋକୁ ପଠାଯିବ । ପୂର୍ବରୁ ଅର୍ଚ୍ଚନାଙ୍କ ହାତଲେଖା ସଂଗ୍ରହ କରିଥିଲା ଖଣ୍ଡଗିରି ଥାନା ପୋଲିସ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.