Below header

ଟେକ୍‌ କମ୍ପାନୀ Sony ମଧ୍ୟ EV ଟ୍ରାକରେ, ହାଇଟେକ ଇଲେକଟ୍ରିକ୍‌ କାରକୁ ବହୁତ ଜଲଦି କରିବ ଲଞ୍ଚ୍‌

ସାରା ଦୁନିଆରେ ଇଲେକଟ୍ରିକ ବାହନର ବ୍ୟବହାର ଜୋରସୋରରେ ବଢ଼ି ଚାଲିଛି। ବାତାବରଣକୁ ସ୍ୱଚ୍ଛ ରଖିବା ଏବଂ ମହଙ୍ଗା ପେଟ୍ରୋଲ-ଡିଜେଲ ଠାରୁ ରକ୍ଷା ପାଇବା ପାଇଁ ଲୋକ ଇଲେକଟ୍ରିକ ବାହନ ଆଡକୁ ବେଶ୍‌ ରୂଚି ରଖୁଛନ୍ତି। ଇଲେକଟ୍ରିକ କାରର କ୍ରେଜ୍‌ ଲଗାତର ସାରା ଦୁନିଆର ଲୋକଙ୍କ ମଧ୍ୟରେ ବଢ଼ି ଚାଲିଛି। ଏବେ ଟେକ ସେକ୍ଟରର ବହୁ ଲୋକପ୍ରିୟ ଜାପାନୀ କମ୍ପାନୀ ସୋନି ମଧ୍ୟ ଇଲେକଟ୍ରିକ ବାହନ ବ୍ୟାଟେଲରେ ପାଦ ଥାପିଛି। ସୋନି ହାଇଟେକ୍‌ ଇଲେକଟ୍ରିକ କାର ଅଫିଲାର ପ୍ରୋଟୋଟାଇପ୍‌ ଲଞ୍ଚ୍‌ କରି ହଇଚଇ ମଚାଇଦେଇଛି। କାରର ଲୁକ୍ସ ଏବଂ ଡିଜାଇନ ଲୋକଙ୍କୁ ଆକର୍ଷିତ କରୁଛି।

ସାରା ଦୁନିଆରେ ଅନେକ ବଡ ବଡ କମ୍ପାନୀ ଇଲେକଟ୍ରିକ କାର ତିଆରି କରୁଛନ୍ତି। ଏଥିରେ ଟେସ୍ଲା, ଟୋୟୋଟା, ଜେନେରାଲ ମୋଟର୍ସ, ଟାଟା ମୋଟର୍ସ ଏବଂ ମହିନ୍ଦ୍ରା ସମେତ ଅନେକ କମ୍ପାନୀ ଏହି ମାର୍କେଟକୁ ନୂଆ ନୂଆ ଇଲେକଟ୍ରିକ କାର ଏବଂ ଅନ୍ୟ ବାହନକୁ ବି ଲଞ୍ଚ୍‌ କରୁଛନ୍ତି। ଏବେ ଏହି ସେକ୍ଟରରେ ଜାପାନ୍‌ କମ୍ପାନୀ ସୋନି ଏବେ ଏଣ୍ଟ୍ରି କରିବାକୁ ଇଭି କାର ଅଫିଲା (Afeela EV Car)ର ପ୍ରୋଟୋଟାଇପ ଲଞ୍ଚ୍‌ କରିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସୋନି ହୋଣ୍ଡା ସହିତ ମିଶି ଏହି କାର ନିର୍ମାଣ କରିଛି।

ଆମେରିକାର ଲସ୍‌ ଭେଗାସରେ ଚାଲୁଥିବା କଞ୍ଜ୍ୟୁମର ଇଲେକଟ୍ରୋନିକ୍ସ ଶୋ ୨୦୨୩ରେ ପପୁଲାର ଟେକ କମ୍ପାନୀ ସୋନି ଏବଂ ଅଟୋମେକର ହୋଣ୍ଡାର ଜଏଣ୍ଟ ମୋବିଲିଟି ଭେଞ୍ଚର ନୂଆ ଇଲେକଟ୍ରିକ ବାହନ ପ୍ରୋଟୋଟାଇପ୍‌ ଅଫିଲାକୁ ତିଆରି କରିବାରେ ସଫଳ ହୋଇଛନ୍ତି। ଏହି ଇଲେକଟ୍ରିକ କାରର ଘୋଷଣା କମ୍ପାନୀ ଅକ୍ଟୋବର ୨୦୨୨ରେ କରିଥିଲା।

ସୋନି ହୋଣ୍ଡା ମୋବିଲିଟୀର ସିଇଓ କହିଛନ୍ତି ଯେ କମ୍ପାନୀକୁ ୨୦୨୫ର ପ୍ରଥମ ଛଅ ମାସରେ ପ୍ରି-ଅର୍ଡର ନେବା ଏବଂ ୨୦୨୬ ସୁଦ୍ଧା ଲଞ୍ଚ୍‌ କରାଯାଇ ଆମେରିକାରେ ଗ୍ରାହକଙ୍କୁ ପ୍ରଥମ କାର ଦେବା ପାଇଁ ଆଶା କରାଯାଇଛି। ସେ ଏହା ମଧ୍ୟ କହିଛନ୍ତି ଯେ ସୁରକ୍ଷା ମାନକକୁ ଦେଖି ଆମେ ସୋନିର ସେନସର ଏବଂ ହୋଣ୍ଡାର ସିକ୍ୟୁରିଟୀ ଇଣ୍ଟେଲିଜେନ୍ସ ଟେକନିକକୁ ମିଶାଇ କାମ କରାଯାଉଛି।

ସୋନି ଏବଂ ହୋଣ୍ଡା ମାର୍ଚ୍ଚ ୨୦୨୨ରେ ୫୦-୫୦ ପ୍ରତିଶତ ଅଂଶିଦାର ସହିତ ଇଲେକଟ୍ରିକ ବାହନ ସେଗମେଣ୍ଟରେ ଓହ୍ଲାଇବାକୁ ଘୋଷଣା କରିଥିଲେ। ଇଲେକଟ୍ରିକ କାର ଅଫୀଲାର ପ୍ରଡକସନ୍‌ ଆମେରିକା ସ୍ଥିତ ହୋଣ୍ଡାର ୧୨ଟି ପ୍ଲାଣ୍ଟ ମଧ୍ୟରୁ ଗୋଟିଏରେ ହେବ। କମ୍ପାନୀ ସର୍ବପ୍ରଥମେ ଆମେରିକାରେ ଅଫିଲାକୁ ଲଞ୍ଚ୍‌ କରିବ। ଏହାପରେ ତାକୁ ଘରୋଇ ବଜାର ଜାପାନରେ ଲଞ୍ଚ୍‌ କରାଯିବ। ଏହାପରେ ୟୁରୋପ ସହିତ ଅନ୍ୟ ଇଲେକଟ୍ରିକ୍‌ ମାର୍କେଟ ଥିବା ଦେଶରେ କାରର ଲଞ୍ଚିଂ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.