Below header

ଜଳ ଯୋଗାଇ ନଦେବାରୁ ବିଭାଗୀୟ ଅଧିକାରୀଙ୍କୁ ଦଉଡ଼ିରେ ବାନ୍ଧି ପକାଇଲେ ଗ୍ରାମବାସୀ

ମୟୂରଭଞ୍ଜ(କେନ୍ଯୁଜ୍) : ଜଳ ଯୋଗାଇ ଦେଲେନି । ହଟହଟା ହେଲେ ଜଳସେଚନ କାର୍ଯ୍ଯନିର୍ବାହୀ ଅଧିକାରୀ । ଦାବି ପୂରଣ ନହେବାରୁ ଅଟକ ରହିଲେ ଉତ୍ୟକ୍ତ ଲୋକ । ଘଣ୍ଟାଏ ଧରି ବିଭାଗୀୟ ଅଧିକାରୀଙ୍କୁ ଦଉଡ଼ିରେ ବାନ୍ଧି ଦେଇଥିଲେ । ଏଭଳି ଘଟଣା ଦେଖିବାକୁ ମିଳିଥିଲା ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ବଣକାଟି ବାଲକା ଛକରେ । ଜଳସେଚନ କାର୍ଯ୍ଯ ନିର୍ବାହୀ ଅଧିକାରୀ, ଏସ୍‌ଡିଓ ଓ କନିଷ୍ଠ ଯନ୍ତ୍ରୀଙ୍କୁ ସ୍ଥାନୀୟ ଲୋକ ଘଣ୍ଟାଏ ଧରି ବାନ୍ଧି ଦେଇଥିଲେ । ଖବର ପାଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିକାରୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ । ଅଭିଯୋଗ ହୋଇଛି, ବଙ୍କବଳ ଜଳସେଚନ ଅନ୍ତର୍ଗତ ବଣକାଟିର ୩ଟି ପାଣି ପଞ୍ଚାୟତର ଚାଷୀଙ୍କ ଜମିକୁ ପାଣି ମାଡୁ ନାହିଁ । ଏନେଇ ଜଳସେଚନ କାର୍ଯ୍ଯନିର୍ବାହୀ ଅଧିକାରୀ ସମସ୍ୟାର ସମାଧାନ ପ୍ରତିଶ୍ରୁତି ଦେଇଥିଲେ । ଦାବି ପୂରଣ ନହେବାରୁ ଲୋକ ତାତିଥିଲେ । ସେପଟେ ଏନେଇ ୩ ଜଣଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.