ଜୋର ଧରିଲା ପାଣିକୋଇଲିଠାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି

ଯାଜପୁର(କେନ୍ଯୁଜ୍) : ଜୋର ଧରିଲା ଯାଜପୁର ପାଣିକୋଇଲିଠାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି । ମିଳିତ କ୍ରିୟାନୁଷ୍ଠାନ କମିଟି ଆନୁକୂଲ୍ୟରେ ପାଣିକୋଇଲି ଛକଠାରେ ମହାସମାବେଶର ଆୟୋଜନ କରାଯାଇଥିଲା । ଏଥିରେ ସାମିଲ ହୋଇଥିଲେ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳର କର୍ମକର୍ତ୍ତା, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ।

strike ଜିଲ୍ଲା ସଦର ମହକୁମାର ଆଙ୍କୁଲାଠାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ସରକାରୀ ଓ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଛି । ଯାହାକୁ ବିରୋଧ କରି ଆନ୍ଦୋଳନ ତେଜିବାରେ ଲାଗିଛି । ଜିଲ୍ଳାର ଭୌଗଳିକ ସ୍ଥିତିକୁ ଲକ୍ଷ୍ୟ ରଖି ପାଣିକୋଇଲିଠାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି । ଦାବି ପୂରଣ ନହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ମିଳିତ କ୍ରିୟାନୁଷ୍ଠାନ କମିଟି ଚେତାବନୀ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.