Below header

ଅଭିଜିତ ଆୟାର ମିତ୍ର କେଉଁଠି? ଦିଲ୍ଲୀରେ ଖୋଜୁଛି ଓଡ଼ିଶା ପୋଲିସ 

ଭୁବନେଶ୍ବର(କେନ୍ଯୁଜ୍) : କୋଣାର୍କ ମନ୍ଦିର ପ୍ରସଙ୍ଗରେ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ର କେଉଁଠି? ତାଙ୍କୁ ଦିଲ୍ଲୀରେ ଖୋଜୁଛି ଓଡ଼ିଶା ପୋଲିସ  । ଅଭିଜିତଙ୍କୁ ଧରିବା ପାଇଁ ଓଡ଼ିଶା ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ ଦିଲ୍ଲୀରେ ଡେରା ପକାଇଛି । ଜଣେ ଏସ୍‌ପିଙ୍କ ନେତୃତ୍ୱରେ ଏହି ଟିମ୍‌ ଖୋଳତାଡ ଚଳାଇଥିବା ସୂଚନା ମିଳିଛି । ଓଡ଼ିଶା ଗସ୍ତରେ ଆସିଥିବା ବେଳେ କୋଣାର୍କ ଉପରେ ଅରୁଚିକର ମନ୍ତବ୍ୟ ଦେଇଥିଲେ ଅଭିଜିତ ଆୟାର ମିତ୍ର । ଏହାପରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଗତମାସ ୨୦ ତାରିଖରେ ଦିଲ୍ଲୀ ଯାଇ ଅଭିଜିତଙ୍କୁ ଗିରଫ କରିଥିଲା ପୁରୀ ପୋଲିସ । ସାକେତ କୋର୍ଟରେ ତାଙ୍କୁ ଜାମିନ ମିଳିବା ସହ ଅକ୍ଟୋବର ୫ ତାରିଖ ପର୍ଯ୍ଯନ୍ତ ଅନ୍ତରୀଣ ସୁରକ୍ଷା ଦେଇଥିଲେ । ଅନ୍ତରୀଣ ସୁରକ୍ଷା ଅବଧି ସରିଥିଲେ ବି ଏଯାଏଁ ହାଜର ହୋଇ ନାହାନ୍ତି ଅଭିଜିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.