ଆଜିଠାରୁ ଆରମ୍ଭ ନବରାତ୍ର ପୂଜା, ବିଭିନ୍ନ ମଣ୍ଡପରେ ଆରମ୍ଭ ହେବ ମା’ଙ୍କ ରଙ୍ଗ କାମ

କଟକ(କେନ୍ଯୁଜ୍) : ଦଶହରା ଉପଲକ୍ଷେ ଶକ୍ତିପୀଠ ଉତ୍ସବ ମୁଖରିତ ହୋଇଥିବା ବେଳେ ମଣ୍ଡପରେ ବି ଜଗଜ୍ଜନନୀଙ୍କ ଆରାଧନା ପାଇଁ ପ୍ରସ୍ତୁତି ଜୋରଦାର । ଆଜିଠୁ ବିଭିନ୍ନ ମଣ୍ଡପରେ ଆରମ୍ଭ ହେବ ମାଆ ଦୁର୍ଗାଙ୍କ ରଙ୍ଗ କାମ । କର୍ମକର୍ତ୍ତାଙ୍କଠାରୁ ମୂର୍ତ୍ତି କାରିଗର ସମସ୍ତେ ବ୍ୟସ୍ତ ।

colour

ଏହାପୂର୍ବରୁ ଗତକାଲି ପବିତ୍ର ମହାଳୟାରେ କଟକ ସହରର ବିଭିନ୍ନ ପୂଜା ମଣ୍ଡପରେ ଜଗଜ୍ଜନନୀ ମାଦୁର୍ଗାଙ୍କ ପ୍ରତିମାରେ ଖଡିଲାଗି ହୋଇଛି । କେତେକ ପୂଜା ମଣ୍ଡପରେ କେମିକାଲ ବ୍ୟବହାର କରାନଯାଇ ପାରମ୍ପରିକ ଢଙ୍ଗରେ ଖଡିଲାଗି ହୋଇଛି । ଆସନ୍ତା ୧୫ ତାରିଖରେ ଷଷ୍ଠୀ ପୂଜା । ତାପୂର୍ବରୁ ସମସ୍ତ ସାଜସଜା ଓ ଦେବୀଙ୍କ ବେଶଭୂଷା କାମ ଶେଷ କରିବାକୁ ସମସ୍ତେ ବ୍ୟସ୍ତ ।

ଆଜି ମା’ ଚଣ୍ଡୀଙ୍କ ଜୟଦୁର୍ଗା ବେଶ ଓ ମା’ ଗଡ଼ଚଣ୍ଡୀଙ୍କ କମଳା ବେଶ

maa

ଏହି ଅବସରରେ ଆଜିଠାରୁ ଆରମ୍ଭ ହୋଇଛି ମାଆଙ୍କ ନବରାତ୍ର ପୂଜା । କଟକର ଅଧିଷ୍ଠାତ୍ରୀ ଦେବୀ ମା’ ଚଣ୍ଡୀ ଆଜି ଜୟଦୁର୍ଗା ବେଶରେ ଦର୍ଶନ ଦେବେ । ସେହିପରି ଗଡ଼ଚଣ୍ଡୀ ଆଜି କମଳା ବେଶରେ ସଜ୍ଜିତ ହେବେ । ଏହାପୂର୍ବରୁ ଗତକାଲି ଉଗ୍ରତାରା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ ମାଆ କଟକ ଚଣ୍ଡୀ । ସେହିପରି ମାଆ ଗଡ଼ଚଣ୍ଡୀ ରାଜରାଜେଶ୍ୱରୀ ବେଶ ଧାରଣ କରିଥିଲେ । ପ୍ରତିଦିନ ମାଆଙ୍କ ନୂଆ ନୂଆ ବେଶ ଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.