Below header

ମାଡିଆସୁଛି ବାତ୍ୟା ତିତ୍‌ଲି, ଗୋପାଳପୁରଠାରୁ ୫୬୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ

ଭୁବନେଶ୍ବର(କେନ୍ଯୁଜ୍) : ଆସୁଛି ବାତ୍ୟା ତିତ୍‌ଲି । ୪୮ ଘଣ୍ଟା ମଧ୍ୟରେ ଓଡ଼ିଶାରେ ପହଞ୍ଚିବା ସମ୍ଭାବନା ରହିଛି । ସାମୁଦ୍ରିକ ଝଡ଼ ଏବେ ଗୋପାଳପୁରଠାରୁ ବର୍ତ୍ତମାନ ୫୬୦ କିଲୋମିଟର ଦୂର ଓ ଆନ୍ଧ୍ରର କଳିଙ୍ଗପଟ୍ଟନମଠାରୁ ୫୧୦ କିଲୋମିଟର ଦୂରରେ ରହିଛି । ଡିପ-ଡିପ୍ରସେନର ରୂପ ନେଇଛି ସାମୁଦ୍ରିକ ଝଡ଼ । ଏହା ୩୬ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଉତ୍ତରପଶ୍ଚିମ ଆଡକୁ ମୁହାଁଇ ଓଡିଶା-ଉତ୍ତର ଆନ୍ଧ୍ର ଉପକୂଳ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି । ଏହାର ପ୍ରଭାବରେ ଆଜିଠାରୁ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି ।

2

ପୁରୀ, ଜଗତସିଂହପୁର ଓ ଗଞ୍ଜାମ ଜିଲ୍ଲାରେ ବର୍ଷା ହୋଇପାରେ । ଆସନ୍ତାକାଲି ଅପରାହ୍ନରୁ ଉପକୂଳ ଓ ଉପକୂଳବର୍ତ୍ତୀ ସଂଲଗ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ବର୍ଷା ହେବ । ୧୧ ତାରିଖ ସନ୍ଧ୍ୟା ସୁଦ୍ଧା ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ପର‌୍ୟ୍ୟନ୍ତ ରହିବ । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

1

ସେପଟେ ସାମୁଦ୍ରିକ ଝଡ଼ ଭାରତ କିମ୍ବା ବାଂଲାଦେଶର ସ୍ଥଳ ଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ୟୁଏସ୍‌ ଟାଇଫୁନ ଓ୍ଵାଣ୍ଣିଂ ସେଣ୍ଟର । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଘୂଣ୍ଣିବଳୟର ରୂପନେବ ବୋଲି କୁହାଯାଇଛି । ପ୍ରଭାବରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.