ପୁରୀ ମଶାଣିଚଣ୍ଡୀ ଛକରେ ବୁଲିଲା ଖଣ୍ଡା, ହୋମଗାର୍ଡଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ

ପୁରୀ(କେନ୍ଯୁଜ୍) : ପୁରୀରରେ ବୁଲିଲା ଖଣ୍ଡା। ପୁରୀ ମଶାଣିଚଣ୍ଡୀ ଛକରେ ହୋମଗାର୍ଡଙ୍କୁ ଆକ୍ରମଣ। ଡ୍ୟୁଟି କରୁଥିବା ସମୟରେ ହୋମଗାର୍ଡ ଗୁଣମଣି ରାଉତଙ୍କୁ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡ, ପିଠି ଓ ହାତରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆକ୍ରମଣ ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ତେବେ ପୂର୍ବ ଶତୃତାକୁ ନେଇ ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଥିବାବେଳେ ପ୍ରକୃତ କାରଣ ଖୋଜୁଛି ପୋଲିସ। ଗତ ଦୁଇ ଦିନ ପୂର୍ବରୁ ମଶାଣି ଛକରେ ଦୁର୍ବୃତ୍ତମାନେ ବୋମାମାଡ କରିଥିଲେ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.