Below header

ଚାତକ ପରି ଚାହିଁ ଚାଷୀକୁଳ ହତାଶ, ବର୍ଷା ପାଇଁ କରୁଛନ୍ତି ଦେବୀ ପୂଜା

କେନ୍ଦୁଝର (କେନ୍ୟୁଜ୍) : ବର୍ଷା ପାଇଁ ଦେବୀ ପୂଜା । ଆଷାଢ଼ ଯାଇ ଶ୍ରାବଣ ଅଧା ହେଲାଣି, ହେଲେ ଆବଶ୍ୟକ ମୁତାବକ ବର୍ଷା ନହେବାରୁ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ । ଗ୍ରାମ ଦେବାତୀଙ୍କ ନିକଟରେ ପୂଜାର୍ଚ୍ଚନା ମଧ୍ୟ କଲେ, ହେଲେ କାଁ ଭାଁ ସ୍ଥାନରେ ବର୍ଷାକୁ ଛାଡ଼ି ଦେଲେ ଅନେକ ସ୍ଥାନରେ ବର୍ଷା ନାହିଁ । ଶେଷରେ ସଦର ଅଞ୍ଚଳର ୧୮ଟି ମୌଜାର ଦେହୁରୀମାନଙ୍କୁ ନେଇ ଏକ ବଡ଼ ପୂଜାପାଠର ଆୟୋଜନ କରାଯାଇଛି । ବରଦାପାଳ ପଞ୍ଚାୟତର ମଙ୍ଗଳେଶ୍ୱରୀ ପୀଠରେ ଆଜି ବଡ଼ ଧରଣର ପୂଜାର୍ଚ୍ଚନା କରାଯାଇଛି । ବିଶ୍ୱାସ ରହିଛି କୌଣସି ବିପଦ ବେଳେ ଆରାଧ୍ୟଦେବୀ ମଙ୍ଗଳେଶ୍ୱରୀଙ୍କ ଠାରେ ପୂଜାର୍ଚ୍ଚନା କଲେ ଡାକ ଶୁଣିଥାନ୍ତି ମା । ଆଜି ୧୮ଟି ମୌଜାର ଦେହୁରୀ ଓ ଗ୍ରାମର ମୁଖିଆମାନେ ମଙ୍ଗଳେଶ୍ୱରୀଙ୍କ ପୀଠରେ ପୂଜାର୍ଚ୍ଚନା କରିଥିଲେ । ମହିଳାମାନେ ଜଳରେ ସମସ୍ତ ଦେହୁରୀଙ୍କୁ ଠାକୁରଙ୍କ ଭଳି ଗାଧୋଇ ଦେଇଥିଲେ । ପରେ ପୀଠରେ ଭୋଗ ଲଗାଇ ପୂଜାର୍ଚ୍ଚନା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.