ଯାଜପୁର ସଦର ଥାନା ଅନ୍ତର୍ଗତ ଗାଁରେ ପୋଲିସର ଚଢ଼ାଉ, ୬୫ କେଜିରୁ ଉର୍ଦ୍ଧ୍ଵ ଗଂଜେଇ ଜବତ ସହ ୨ ଗିରଫ

ଯାଜପୁର ଟାଉନ (କେନ୍ୟୁଜ୍) : ଯାଜପୁର ସଦର ଥାନା ଅନ୍ତର୍ଗତ ବାଙ୍କସାହି କୋଳଥା ଗାଁର ଦୁଇଟି ସ୍ଥାନରେ ପୋଲିସ ଚଢ଼ାଉ କରି ୬୫ କେଜିରୁ ଉର୍ଦ୍ଧ୍ଵ ଗଂଜେଇ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି । ଜବତ ଗଁଜେଇର ମୂଲ୍ୟ ୪ ଲକ୍ଷରୁ ଉର୍ଦ୍ଧ୍ଵ ହେବ ବୋଲି ପୋଲିସ ସୂଚନା ଦେଇଛି । ଏହି ଗ୍ରାମର ନୃସିଂହ ଚରଣ ସାହୁଙ୍କ ଘରେ ଆଜି ପୋଲିସ ଛଡାଉ କରି ୩୯କେଜି ୧୦୦ଗ୍ରାମ ଏବଂ ଏହି ଗ୍ରାମର ନିରଞ୍ଜନ ସ୍ବାଇଁଙ୍କ ଘରେ ଚଡଉ କରି ୨୬ କେଜି ୨୫୦ ଗ୍ରାମ ଗଞ୍ଜେଇ ଜବତ କରିଥିଲେ । ପୋଲିସ ଏସମ୍ପର୍କରେ ଦୁଇଟି ପୃଥକ ମାମଲା ରୁଜୁ କରି ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରିଛି । ଏଠାରେ ଦୀର୍ଘ ଦିନ ହେଲା ଏମାନେ ଘରେ ଗଞ୍ଜେଇ ରଖି ବ୍ୟବସାୟ କରୁଥିବା ସୂଚନା ପାଇ ପୋଲିସ ଏହି ଚଢ଼ାଉ କରିଥିଲା ।

ganza

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.