Below header

ଲାଇଫ ଗାର୍ଡଙ୍କ କଥା ନମାନି ସମୁଦ୍ରରେ ଗାଧୋଇବା ହେଲା କାଳ, ଚାଲିଗଲା ବାପ ପୁଅଙ୍କ ଜୀବନ

ପୁରୀ ସମୁଦ୍ରରେ ଏହି ଅଘଟଣ ଘଟିଛି।ବେଳାଭୂମିର ୧୩ ନମ୍ବର ସେକ୍ଟର ସମୁଦ୍ରରେ ସ୍ନାନ ବେଳେ ବୁଡି ଯାଇ ବାପା ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି ।ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ପୁରୀ(କେନ୍ୟୁଜ୍): ପୁଣି ଜୀବନ ନେଲା ସମୁଦ୍ର ସ୍ନାନ। ଚାଲିଗଲା ବାପ ପୁଅଙ୍କ ଜୀବନ। ଆଜି ଅପରାହ୍ନରେ ପୁରୀ ସମୁଦ୍ରରେ ଏହି ଅଘଟଣ ଘଟିଛି।ବେଳାଭୂମିର ୧୩ ନମ୍ବର ସେକ୍ଟର ସମୁଦ୍ରରେ ସ୍ନାନ ବେଳେ ବୁଡି ଯାଇ ବାପା ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି ।ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ୨ ଜଣ ସାମାନ୍ୟ ଆହତ ମଧ୍ୟ ହୋଇଛନ୍ତି।

ଗୁରୁତର ଆହତ ହେଉଛନ୍ତି ସୁନିତ୍ ଶେଖର ମାହାତ।ପଶ୍ଚିମବଙ୍ଗ ହାୱଡାରୁ ପୁରୀ ବୁଲିବାକୁ ଆସି ୫ ଜଣ ବେଳାଭୂମିର ୧୩ ନମ୍ବର ସେଣ୍ଟରରେ ଗାଧୋଉଥିଲେ। ସେଠାରେ ଲାଇଫଗାର୍ଡ ମଧ୍ୟ ମୁତୟନ ହୋଇଥିଲେ। ଏହି ୫ ଜଣ ପର୍ଯ୍ୟଟକ ଲାଇଫଗାର୍ଡଙ୍କ କଥାକୁ ଅବଜ୍ଞା କରି ଗାଧୋଇବା ପାଇଁ ଭିତରକୁ ଯାଇଥିଲେ। ଲହଡ଼ି ମାଡ଼ରେ ବାପା,ପୁଅ ଭିତରକୁ ପଳାଇଥିଲେ।ଫଳରେ ସେମାନେ ଆଉ କୂଳକୁ ଫେରିବା ସମ୍ଭବପର ନଥିଲା। ତାଙ୍କୁ ମୃତ ଅବସ୍ଥାରେ ଲାଇଫ ଗାର୍ଡ ଉଦ୍ଧାର କରିଥିଲେ।

ସୁନିତ୍ ଶେଖର ମାହାତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରାଥମିକ ଚିକିତ୍ସା କରାଯିବା ପରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ମୃତକଙ୍କ ସ୍ତ୍ରୀ ହସ୍ପିଟାଲରେ ପହଞ୍ଚିଥିଲେ।ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।ସମୁଦ୍ରକୂଳ ଥାନା ପୋଲିସ ଏକ ଅପମୃତ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି।ଅତ୍ୟଧିକ ମଦ୍ୟପାନ କରି ଲାଇଫଗାର୍ଡଙ୍କ କଥା ନମାନି ସ୍ନାନ କରିବା ଯୋଗୁଁ ଏଭଳି ଅଘଟଣ ଘଟିଥିବା ଡ୍ୟୁଟିରେ ଥିବା ଲାଇଫଗାର୍ଡ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.