ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ବଡ ଝଟକା; ଅଧିନାୟକ କେଏଲ ରାହୁଲ ଆହତ, ପଡିପାରନ୍ତି ଆଇପିଏଲରୁ ବାଦ୍‌

ଅଧିନାୟକ କେଏଲ ରାହୁଲ ଆହତ। ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ଜଙ୍ଘରେ ଆଘାତ ଲାଗିଛି । ତେବେ ରାହୁଲ ଆଇପିଏଲ୍‌ ସିଜିନରୁ ବାଦ୍‌ ପଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ଲାଗିଲା ବଡ ଝଟକା । ଟିମର ଅଧିନାୟକ କେଏଲ ରାହୁଲ ଆଇପିଏଲ୍‌ ୨୦୨୩ରୁ ବାଦ୍‌ ପଡିଛନ୍ତି । ଖବର ମୁତାବକ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସହିତ ମ୍ୟାଚରେ ଫିଲ୍ଡିଂ ସମୟରେ ଆହତ ହୋଇଥିଲେ । ତେଣୁ ଆଗକୁ ଟୁର୍ଣ୍ଣାମେଣ୍ଟରେ ସେ ଖେଳିନପାରନ୍ତି ବୋଲି ସୂଚନା ମିଳିଛି ।

ଲକ୍ଷ୍ନୌ ସୁପରଜିଆଣ୍ଡସ ଅଧିନାୟକ କେଏଲ ରାହୁଲ ବାଙ୍ଗାଲୋର ବିପକ୍ଷରେ ଖେଳୁଥିବା ସମୟରେ ଜଙ୍ଘରେ ଆଘାତ ଲାଗିଥିଲା । ଖାସ୍‌ ଏଥିପାଇଁ ଆଇପିଏଲରୁ ସଂପୂର୍ଣ୍ଣ ବାଦ୍‌ ପଡିପାରନ୍ତି ରାହୁଲ । ରାହୁଲଙ୍କୁ ମାର୍କସ ଷ୍ଟୋଇନିସଙ୍କ ବଲରେ ଫାପ୍‌ ଡୁ ପ୍ଲେସିସି କଭର ଡ୍ରାଇଭକୁ ବାଉଣ୍ଡ୍ରୀରେ ରୋକିବା ସମୟରେ ଆଘାତ ଲାଗିଥିଲା । ଖବର ମୁତାବକ, କେଏଲ ରାହୁଲ ଲଣ୍ଡନରେ ୭ ରୁ ୧୧ ଜୁନରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଫିଟ୍‌ ହେବା ପାଇଁ ଆବଶ୍ୟକ ।

ତେବେ ଏହି ମାମଲାକୁ ନେଇ କେଏଲ ରାହୁଲ କି ଲକ୍ଷ୍ନୌ ପକ୍ଷରୁ ଏଯାଏଁ କୌଣସି ସ୍ପଷ୍ଟୋକ୍ତି ମିଳିନାହିଁ । ତାଙ୍କ ଆଘାତ ଲାଗିଥିବା ସ୍ଥାନ ଫୁଲିଛି । ଏହାକୁ ଠିକ୍‌ ହେବାକୁ ୪୮ ଘଣ୍ଟାରୁ ଅଧିକ ସମୟ ଲାଗିବ । ଏହା ପରେ ସ୍କାନ କରିବା ପରେ ଏହା ବିଷୟରେ ଜଣାପଡିବ ।

ଲକ୍ଷ୍ନୌର ଏକନା କ୍ରିକେଟ ଷ୍ଟାଡିୟମରେ ଲକ୍ଷ୍ନୌ –ବାଙ୍ଗାଲୋର ଆଇପିଏଲ୍ ମ୍ୟାଚରେ ବେଙ୍ଗାଲୁରୁ ଲକ୍ଷ୍ନୌକୁ ୧୮ ରନରେ ହରାଇଥିଲା । ମ୍ୟାଚ୍ ଜିତିବାକୁ ଲକ୍ଷ୍ନୌକୁ ୧୨୭ ରନ୍ ଟାର୍ଗେଟ ଦେଇଥିଲା ବେଙ୍ଗାଲୁରୁ । ଜବାବରେ ଲକ୍ଷ୍ନୌ ୧୦୮ରନରେ ସୀମିତ ରହିଯାଇଥିଲା । ମ୍ୟାଚ୍ ସରିବା ପରେ ସବୁ ଖେଳାଳି ଏକାଠି ହୋଇଥିଲେ । ଏତିକିବେଳେ କୌଣସି କଥାକୁ ନେଇ କୋହଲି ଓ ଗମ୍ଭୀରଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଝଗଡ଼ା ଏତେ ଜୋରରେ ହୋଇଥିଲା ଯେ ବାକି ଖେଳାଳି ଓ ଷ୍ଟାଫ ସେମାନଙ୍କୁ ଅଟକାଇଥିଲେ । ବିରାଟ-ଗମ୍ଭୀର ଝଗଡା ବେଳର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରଲ୍ ହେଉଛି  ।

ସୂଚନାଯୋଗ୍ୟ, ପୂର୍ବରୁ ଆଇପିଏଲ୍ ୨୦୧୩ ସଂସ୍କରଣରେ ବି କୋହଲି ଓ ଗମ୍ଭୀରଙ୍କ ଭିତରେ ଜୋରଦାର ଝଡ଼ଗଡ଼ା ଓ କଥା କଟାକଟି ହୋଇଥିଲା । ସେତେବେଳେ କୋଲକାତା ନାଇଟ୍ ରାଇଡର୍ସର କ୍ୟାପଟେନ୍ ଥିଲେ ଗୌତମ ଗମ୍ଭୀର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.