Below header

ବାପାକୁ ପିଟି ପିଟି ମାରି ଦେଲେ ଦୁଇ ପୁଅ, ଆହୁରି ମନ ବୁଝିଲାନି ଯେ ମୃତଦେହ ଉପରେ ଚଢ଼ାଇ ଦେଲେ ସ୍କୁଟି

ବଣାଇ(କେନ୍ୟୁଜ୍‌): ରକ୍ତ ସମ୍ପର୍କରେ ଛିଟା । ବାପାଙ୍କୁ ପିଟିପିଟି ହତ୍ୟା କଲେ ଦୁଇ ପୁଅ । ମୃତଦେହ ଉପରେ ସ୍କୁଟି ଚଢାଇଦେଲେ । ସୁନ୍ଦରଗଡ ଜିଲ୍ଲା ବଣାଇ ଚାନ୍ଦିପୋଷ ଥାନାର ରାଣିବେର୍ଣ୍ଣା ଅଞ୍ଚଳରେ ଅଭାବନୀୟ ଘଟିଛି ।

ମୃତକ ହେଲେ ମଙ୍ଗରା ଭୂମିକ । ଘରୋଇ କଳହକୁ କେନ୍ଦ୍ର କରି ଦୁଇ ପୁଅ କାଠ ଫାଳିଆରେ ପିଟିପିଟି ହତ୍ୟା କଲେ । ପରେ ମୃତଦେହ ଉପରେ ସ୍କୁଟି ଚଢାଇଦେଇଥିଲେ । ଦୁଇ ପୁଅ ମଧ୍ୟରେ ଜଣେ ନାବାଳକ । ଘଟଣାସ୍ଥଳରୁ ଦୁଇ ପୁଅ ଫେରାର ହୋଇଯାଇଛନ୍ତି । ଚାନ୍ଦିପୋଷ ପୋଲିସ ପହଂଚି ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.