ଫ୍ରାନ୍ସରେ ଭବାନୀ ଦେବୀଙ୍କ ଚମକ, ଅସିଚାଳନାରେ ପ୍ରଥମ ଭାରତୀୟ ଭାବେ ଅଲମ୍ପିକ୍ସକୁ ହୋଇଥିଲେ ମନୋନୀତ

ପ୍ରଥମ ଭାରତୀୟ ଅସିଚାଳିକା ଭାବେ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଭବାନୀ ଦେବୀ ଫ୍ରାନ୍ସରେ ନିଜ ଚମକ ଦେଖାଇଛନ୍ତି। ଫ୍ରାନ୍ସରେ ଆୟୋଜିତ ଚାର୍ଲେଲଭିଲେ ଜାତୀୟ ଅସିଚାଳନା ପ୍ରତିଯୋଗିତାର ମହିଳା ବ୍ୟକ୍ତିଗତ ସାବରେ ଇଭେଣ୍ଟରେ ଭବାନୀ ଟ୍ରଫି ଜିତିଥିଲେ। ଏହି ବିଷୟରେ ସେ ନିଜେ ଟ୍ବିଟ୍ କରିସୂଚନା ଦେଇଛନ୍ତି। ସଂପ୍ରତି ବିଶ୍ବ ମାନ୍ୟତାରେ ୫୦ତମ ସ୍ଥାନରେ ଭବାନୀ ରହିଛନ୍ତି।

୨୦୨୨ ଏସୀୟ କ୍ରୀଡାକୁ ଲକ୍ଷ୍ୟ ରଖି ଭାରତର ଶୀର୍ଷ ମାନ୍ୟତାପ୍ରାପ୍ତ ଏହି ଅସିଚାଳିକା ଜୋରଦାର ପ୍ରସ୍ତୁତ ଚଳାଇଛନ୍ତି। କିଟ୍ ଛାତ୍ରୀ ଭବାନୀ ଦେବୀଙ୍କୁ ଏହି ସଫଳତା ଲାଗି କିଟ୍ ଓ କିସର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇଛନ୍ତି।

କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍‌ନୋଲୋଜି (କିଟ୍‌) ର ଛାତ୍ରୀ ଭବାନୀ ଦେବୀ ଅସିଚାଳନାରେ ପ୍ରଥମ ଭାରତୀୟ ଭାବେ ଅଲମ୍ପିକ୍ସକୁ ମନୋନୀତ ହୋଇଥିଲେ। ଜାରି ରହିଥିବା ବିଶ୍ୱକପ୍ ଅସିଚାଳନା ପ୍ରତିଯୋଗିତାରେ ଭବାନୀ ଦେବୀ ଆଡ୍‌ଜଷ୍ଟେଡ୍ ଅଫିସିଆଲ୍ ର‍୍ୟାକିଂ ମେଥଡ୍‌ରେ ଅଲ୍‌ମ୍ପିକ୍ସକୁ ମନୋନୀତ ହୋଇଥିଲେ।

ଅଲିମ୍ପିକ୍ସରେ ଅସିଚାଳନାର ପ୍ରଥମ ରାଉଣ୍ଡରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ କିଟ ଛାତ୍ରୀ ଭବାନୀ ଦାସ । କିଟ୍‌ ଛାତ୍ରୀ ଭବାନୀ ଦେବୀଙ୍କ ପ୍ରଥମ ମୁକାବିଲା ଥିଲା ଟ୍ୟୁନିସିଆର ବେନ୍‌ ଆଜିଜିଙ୍କ ସହ । ଯେଉଁଠି ୧୫-୩ ସ୍କୋର ସହ ଏକତରଫା ବାଜି ମାରିଥିଲେ ଭବାନୀ । ମାତ୍ର ୬ମିନିଟ୍‌ ୧୪ ସେକେଣ୍ଡରେ ମ୍ୟାଚକୁ ନିଜ କବଜାକୁ ଆଣିଥିଲେ । ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସକୁ କ୍ୱାଲିଫାଏ କରିଥିବା ଭାବନୀଙ୍କ ଲଢୁଆ ପ୍ରଦର୍ଶନକୁ ନେଇ ସବୁଠି ଚର୍ଚ୍ଚା ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.