Below header

ଆଜି ଇଡିରେ ହାଜର ହେବେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା

ଭୁବନେଶ୍ୱର(କେନ୍ୟୁଜ୍): ଆଜି ଇଡିରେ ହାଜର ହେବେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ଅର୍ଚ୍ଚନା ଓ ପୀଡ଼ିତାଙ୍କୁ ନେଇ କ’ଣ ତଥ୍ୟ ପ୍ରମାଣ ରହିଛି ଇଡିରେ ଦାଖଲ କରିବେ । ଅକ୍ଷୟ ପରିଜାଙ୍କ ପାଇଁ ପ୍ରଶ୍ନ ପ୍ରସ୍ତୁତ କରି ରଖିଛି ଇଡି । ଅର୍ଚ୍ଚନା ନାଗଙ୍କୁ କେମିତି ଚିହ୍ନିଲ ? କେବେଠାକୁ ଅର୍ଚ୍ଚନା ନାଗଙ୍କ ସହ ସମ୍ପର୍କ ? ଅର୍ଚ୍ଚନାଙ୍କ ସହ କେଉଁଠି ଓ କେତେ ଥର ଦେଖା ହୋଇଛି ? ଅର୍ଚ୍ଚନାଙ୍କ ସହ କଣ କଥା ହୋଇଥିଲେ ? ବ୍ଲାକ୍‌ମେଲ୍‌ର ଶିକାର କିଭଳି ହେଲେ ? କ’ଣ କହି ଅର୍ଚ୍ଚନା ବ୍ଲାକମେଲିଂ କରୁଥିଲେ ? କିଭଳି ଡିଲ୍‌ ହୋଇଥିଲା ? କାହିଁକି ୩ କୋଟି ଟଙ୍କା ମାଗୁଥିଲେ ଅର୍ଚ୍ଚନା ? ଅର୍ଚ୍ଚନାଙ୍କୁ ପୂର୍ବରୁ ଟଙ୍କା ଦେଇଛନ୍ତି କି ? ପୀଡ଼ିତାଙ୍କୁ କେବେଠୁ ଜାଣିଛନ୍ତି ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଅକ୍ଷୟ ପରିଜାଙ୍କ ପାଖରୁ ଜାଣିବ ଇଡି ।

ଅର୍ଚ୍ଚନା ନାଗ୍‌ଙ୍କ ନାଁରେ ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ବ୍ଲାକମେଲିଂ ଅଭିଯୋଗ ଆଣିଥିଲେ ଅକ୍ଷୟ ପରିଜା । ସେ ଏତଲାରେ ଦର୍ଶାଇଥିଲେ, ଅର୍ଚ୍ଚନା ଓ ଜଣେ ଯୁବତୀ ତାଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର କରି ମୋଟା ଅଙ୍କର ଟଙ୍କା ଆଦାୟ ଯୋଜନା କରିଥିଲେ । ଅର୍ଚ୍ଚନା ମାଗୁଥିଲେ ୩ କୋଟି ଟଙ୍କା । ନ ହେଲେ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ କରିବାକୁ ଧମକ ଦେଇଥିଲେ ଅର୍ଚ୍ଚନା ।

ଏପଟେ ଅର୍ଚ୍ଚନା ନାଗ୍‌, ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ଖଗେଶ୍ୱରକୁ ଏକାଠି ମୁହାଁମୁହିଁ ଜେରା କରିବ ଇଡି । ଏଥିପାଇଁ ବଡ଼ ଯୋଜନା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଖଗେଶ୍ୱରକୁ ଆଉ ୩ଦିନିଆ ରିମାଣ୍ଡରେ ନେଇଛି ଇଡି । ଆଗକୁ ଅର୍ଚ୍ଚନା ଓ ସ୍ୱାମୀ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ ।

ଅନ୍ୟପଟେ ଅର୍ଚ୍ଚନା ନାଗ ମନି ଲଣ୍ଡରିଂ ମାମଲାରେ ୧୫ ଜଣଙ୍କୁ ନୋଟିସ କରିଛି ଇଡି । ୨୭ ତାରିଖ ଭିତରେ ସେମାନେ ପର୍ଯ୍ୟାୟକ୍ରମେ ଇଡିରେ ହାଜର ହେବେ । ତାଲିକାରେ ଅଛନ୍ତି ପ୍ରତିଷ୍ଠିତ ବ୍ୟବସାୟୀ, ନେତା, ବିଲଡର । ଅର୍ଚ୍ଚନାଙ୍କ ଲିଙ୍କରେ ଥିବା ବଡ଼ବଡ଼ିଆଙ୍କ ନିଦ ହଜିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.