ଇଣ୍ଡୋନେସିଆ ଭୂକମ୍ପର ଭୟଙ୍କର ଚିତ୍ର:ହସପିଟାଲ ବାହାରେ ରୋଗୀଙ୍କ ଦୟନୀୟ ସ୍ଥିତି, ବିଜୁଳି ସଂଯୋଗ ବିଚ୍ଛିନ୍ନ

ଇଣ୍ଡୋନେସିଆ: ଇଣ୍ଡୋନେସିଆ ଭୂକମ୍ପରେ ବଢୁଛି ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୧୬୨ ଜଣଙ୍କର ଜୀବନ ଯାଇଛି । ୭ଶହରୁ ଅଧିକ ଆହତ ହୋଇଛନ୍ତି । ଆଗକୁ ଆହୁରି ବଢ଼ିପାରେ ମୃତ୍ୟୁସଂଖ୍ୟା । ଏବେ ବି ଧ୍ୱଂସାବଶେଷ ତଳେ କିଛି ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଇଣ୍ଡୋନେସିଆର ଜାଭାଠାରେ କିଛି ସେକେଣ୍ଡ ପାଇଁ ତୀବ୍ର ଭୂକମ୍ପ ଅନୁଭୂତ ହୋଇଥିଲା ।

ପ୍ରଭାବିତ ଅଞ୍ଚଳର ଦୃଶ୍ୟ ଦର୍ଶାଉଛି କେତେ ଭୟଙ୍କର ଓ ବିଧ୍ୱଂସକାରୀ ଥିଲା ଭୂକମ୍ପ । ଧ୍ୱଂସାବଶେଷ ତଳୁ ଉଦ୍ଧାର ଅଭିଯାନ ଜାରି ରହିଛି । ବୁଲଡୋଜର ଜରିଆରେ ଚାଲିଛି ପୁନରୁଦ୍ଧାର କାମ । ଭୂକମ୍ପ ପରେ ଭୂସ୍ଖଳନ ଯୋଗୁ ବିଭିନ୍ନ ସ୍ଥାନରେ ରାସ୍ତାଘାଟରେ ବିଚ୍ଛ୍ନିନ ହୋଇଛି । ବିଜୁଳି ସଂଯୋଗ ମଧ୍ୟ ବିଚ୍ଛିନ୍ନ । ହସପିଟାଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

ଫଳରେ ହସପିଟାଲରେ ବି ବାଧାପ୍ରାପ୍ତ ହୋଇଛି ରୋଗୀ ସେବା । ଏତେ ଜୋରରେ ଝଟକା ହୋଇଥିଲା ଯେ ବହୁ କୋଠା ମାଟିରେ ମିଶିଛି । ଅଧିକ କ୍ଷତି ସହିଛି ସିୟାଞ୍ଜୁର । ଘରଦ୍ୱାର ସହ ସ୍କୁଲ, ଦୋକାନ ଘର ଆଦି ଭାଙ୍ଗିଛି । ଅନେକ ଗ୍ରାମାଞ୍ଚଳ ଏବେ ବି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ଜାଭାରେ ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୫.୬ । ମାଟିରୁ ୧୦କିମି ତଳେ କେନ୍ଦ୍ରୀଭୂତ ହୋଇଥିଲା ଭୂମିକମ୍ପ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.