Below header

ଜଳିଗଲେ କାଳିଆ, ଏବେ ଲୋକଙ୍କ ଘରେ ପଡ଼ିଲା ଭାଳେଣି

ଭଦ୍ରକ (କେନ୍ୟୁଜ୍) : ମହାପ୍ରଭୁଙ୍କ ବିଗ୍ରହରେ ହଠାତ୍ ଲାଗିଛି ନିଆଁ । ତାହାପୁଣି ଦିନ ସମୟରେ ତିନିଠାକୁରଙ୍କ ଦେହରେ ନିଆଁ ଲାଗିବା ସହ ଜଳିଯାଇଛନ୍ତି ଜଗତର ନାଥ। ଏଭଳି ଅଭାବନୀୟ ଘଟଣା ଘଟିଛି ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ରପୁର ସରପଦା ଗ୍ରାମରେ।
ଗତ ରବିବାରରେ ସରପଦା ଗ୍ରାମର ଏକ ଜଗନ୍ନାଥ ମନ୍ଦିରରେ ହଠାତ ଲାଗିଯାଇଥିଲା ନିଆଁ। ଫଳରେ ମନ୍ଦିରରେ ପୂଜା ପାଉଥିବା ତିନି ବିଗ୍ରହ ଜଳିଯାଇଥିବା ବେଳେ ମନ୍ଦିରରେ କିଏ ନଥିବାରୁ କାହାର କିଛି କ୍ଷତି ହୋଇନାହିଁ। ତେବେ ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲିଟିଛି। ତେବେ ନିଆଁ ଲାଗିବାର କାରଣ ଏ ଯାଏଁ ସ୍ପଷ୍ଟ ହୋଇନାହିଁ।

ବିଗ୍ରହରେ ନିଆଁ ଲାଗିବା ଘଟଣା ଗ୍ରାମବାସୀଙ୍କ ମନରେ ଭୟ ଭରିଦେଇଛି। ଏନେଇ ଲୋକଙ୍କ ଘରେ କାନ୍ଦିଣା ଲାଗିରହିବା ସହ ସମସ୍ତଙ୍କ ଘରେ ବନ୍ଦ ହୋଇଛି ରୋଷେଇ। ଆଜି ମନ୍ଦିର ର ପୂଜକ ଏବଂ କିଛି ଗ୍ରାମବାସୀ ପୁରୀ ଯାଇ ମୁକ୍ତିମଣ୍ଡପ ବ୍ରାହ୍ମଣଙ୍କ ନିକଟରେ ପହଂଚି କିପରି ପ୍ରତିକାର ହେବ ଆଲୋଚନା କରୁଛନ୍ତି। ତେବେ ନିଆଁଟି ମନ୍ଦିରରେ ଧୂପ – ଦୀପ ଅଥବା ସର୍ଟସର୍କିଟ ପାଇଁ ଲାଗିଥିବା ଜଣାପଡ଼ିଛି। ରାଜ୍ୟରେ ବାତ୍ୟା ଏବଂ ବର୍ଷା ଲାଗିଥିବା ବେଳେ ଏପରି ଏକ ଘଟଣା ସ୍ଥାନୀୟ ଲୋକଙ୍କ ମନରେ ଭୟର ଅସାର ମେଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.