Below header

ଭଦ୍ରକରେ ଅଗ୍ନିକାଣ୍ଡ, ୭ଟି ପରିବାରର ୧୫ବଖରା ଘର ପୋଡି ପାଉଁଶ

ଭଦ୍ରକ : ଚାନ୍ଦବାଲି ତହସିଲ ଅଧିନ ଧାନକଣିଆ ମଝି ସାହିରେ ଅଗ୍ନିକାଣ୍ଡ । ୭ଟି ପରିବାରର ୧୫ବଖରା ଘର ସମ୍ପୂର୍ଣ୍ଣ ଜଳି ଯାଇଛି । ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ସହ ଚାଉଳ ଓ ଧାନ ପୋଡିଯାଇଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା ଅଭିଯୋଗ ହୋଥିବା ବେଳେ ଅଗ୍ନି ବିପନ୍ନଙ୍କୁ ସହାୟତା କରିବାକୁ ଦାବି ହୋଇଛି ।

ଅନ୍ୟପଟେ  ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଓଗାଳପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ । ୪ଟି ପରିବାରର ୮ବଖରା ଘର ପୋଡି ପାଉଁଶ । ଅଗ୍ନିକାଣ୍ଡରେ ଜଣେ ନବବଧୂଙ୍କ ମୃତ୍ୟୁ ହୋଇଛି । ମହିଳା ଜଣକ ଚୁଲିରେ ରୋଷେଇ କରୁଥିବା ବେଳେ ହଠାତ ନିଆଁ ଲାଗି ଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.