୧୫ ସୁଦ୍ଧା ପୁରୀ, ନିମାପଡ଼ା ଓ କୋଣାର୍କରେ ବିଦ୍ୟୁତ୍‌ : ଆଜି ରାତି ସୁଦ୍ଧା ଭୁବନେଶ୍ୱର ସମସ୍ତ ଘରକୁ ବିଜୁଳି

ବିଦ୍ୟୁତ୍‌ ପାଇଁଁ ଜାତୀୟ ରାଜପଥ ଅବରୋଧ । କଳିଙ୍ଗନଗର ଓ କଳିଙ୍ଗବିହାର ଲୋକେ ଆଜି ଭୁବନେଶ୍ୱର ଓ ଖୋର୍ଦ୍ଧା ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ପୋଲିସ ସହ ଯୁକ୍ତିତର୍କ କଲେ, ଧସ୍ତାଧସ୍ତି କଲେ। କଳିଙ୍ଗନଗର, ପାତ୍ରପଡାର କିଛି ଅଞ୍ଚଳ ଏବେ ବି ଅନ୍ଧକାର ଭିତରେ। ତୁରନ୍ତ ବିଜୁଳି ଯୋଗାଇ ଦେବାକୁ ଦାବି କରୁଛନ୍ତି ଲୋକେ।

ସେପଟେ ସେବୁ ବିଦ୍ୟୁତ ସେବା ସ୍ୱାଭାବିକ କରିବାକୁ ଯୁଦ୍ଧାକାଳିନ ଭିତିରେ କାମ କରୁଛି। ସହାୟତା କରିବାକୁ କେରଳ, ପଶ୍ଚିମବଙ୍ଗ, ତେଲେଙ୍ଗାନରୁ ବହୁ କର୍ମଚାରୀମାନେ ଓଡିଶା ଆସିଛନ୍ତି । କିଭଳି ସମସ୍ତ ସ୍ଥାନଗୁଡିକୁ ବିଦ୍ୟୁତ୍‌ ପହଁଚିପାରିବ ସେନେଇ ପ୍ରୟାସ ଜାରି ରଖିଛି ସେସୁ ।

ଭୁବନେଶ୍ୱରରେ ବିଭିନ୍ନ ବସ୍ତି ବାସିନ୍ଦାଙ୍କୁ ରିଲିଫ ପ୍ରଦାନ କରାଯାଇଛି। ଆଉ ଅଳ୍ପ କିଛି ଲୋକଙ୍କୁ ମିଳିବା ବାକି ଅଛି। ସେପଟେ ବିଏମ୍‌ସି ଏବେ ସଫେଇ ଉପରେ ଅଧିକ ଗୁରୁତ୍ୱ ଦେଉଛି।

ବାତ୍ୟା ଫନିରେ ପୁରୀ, ଭୁବନେଶ୍ୱର, କଟକ ସହର ଅଧିକ ପ୍ରଭାବିତ ହୋଇଥିଲା । ଅଗ୍ନିଶମ କର୍ମଚାରୀ , ଓଡ୍ରାଫ ଓ ଏନ୍‌ଡିଆରଫ ରାଜ ରାସ୍ତାରେ ପଡିରହିଥିବା ବହୁ ବଡ ବଡ ଗଛକୁ କାଟି ସଫା କରିଛନ୍ତି। ବିଦ୍ୟୁତ ମରାମତି କାମରେ ସାହାଯ୍ୟ କରିଛନ୍ତି। ବର୍ତ୍ତମାନ ବାତ୍ୟ ପ୍ରଭାବିତ ୬ ଜିଲ୍ଲାରେ ଓଡ୍ରାଫର ୨୦, ଏନ୍‌ଡିଆରଏଫର ୫୦, ଅଗ୍ନିଶମ ବିଭାଗର ୨୬୪ ଟିମ୍‌ ବିଭିନ୍ନ କାର‌୍ୟ୍ୟରେ ନିୟୋଜିତ ଅଛନ୍ତି।

ବାତ୍ୟା ପରେ ପ୍ରଭାବିତ ସହରୀ ଜୀବନ ଧିରେଧିରେ ସ୍ୱାଭାବିକ ଆଡକୁ ଗତି କରିଛି। କିନ୍ତୁ ଅନେକ ଗ୍ରାମାଞ୍ଚଳରେ ଏବେ ବି ଅସୁବିଧା ଲାଗି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.