ଖୋଲା ଛାତ ତଳେ ଜୀବନ, ରିଲିଫ ବଣ୍ଟନରେ ପାତର ଅନ୍ତର ହେଉଥିବା ଅଭିଯୋଗ

ପୁରୀ : ଥୁଣ୍ଟା ଗଛ, ମଝି ମଝିରେ ଭଙ୍ଗା ଘର। ଅଧିକାଂଶର ଛାତ ଉଡିଛି। ଫନି ପ୍ରଭାବରେ ଉଜୁଡି ଯାଇ ପୁରୀ ଜଗନ୍ନାଥ ଓ ତ୍ରିଦେବନଗର ବସ୍ତି । ଚୂଡ଼ା, ଗୁଡ ରିଲିଫ ମିଳିଛି। ସରକାରଙ୍କ ଘୋଷଣା ମୁତାବକ କିଛି ଜଣଙ୍କୁ ମିଳିଛି ଚାଉଳ। କିନ୍ତୁ ମିଳିନି ପଲିଥିଲ। ଖୋଲା ଛାତ ତଳେ ଜୀବନ। ରିଲିଫ ବଣ୍ଟନରେ ପାତର ଅନ୍ତର ହେଉଥିବା ଅଭିଯୋଗ କରିଛନ୍ତି ବସ୍ତି ବାସିନ୍ଦା ।

ଲୋକଙ୍କ ଅସନ୍ତୋଷ ଭିତରେ ରିଲିଫ କାମ ଜାରି ରହିଛି । ଲୋକଙ୍କ ଖାଇବା ଓ ପିନ୍ଧିବାରେ ଯେପରି ଅସୁବିଧା ନ ହୁଏ ସେଥିଲାଗି କିଛି ବ୍ୟକ୍ତି ନିଜସ୍ୱ ସ୍ତରରେ ଉଦ୍ୟମ କରୁଛନ୍ତି ।

ପୁରୀ ବଡଦାଣ୍ଡରେ ଏବେ ଷ୍ଟ୍ରିଟ୍‌ ଲାଇଟ ଜଳୁଛି। ସହରକୁ ବିଦ୍ୟୁତ ଆସିବାକୁ ସପ୍ତାହେ ସମୟ ଲାଗିବ। ଜିଲ୍ଲାରେ ଗ୍ରାମାଞ୍ଚଳରେ ବିଦ୍ୟୁତ୍‌ ସେବା ସ୍ୱାଭାବିକ ହେବାକୁ ମାସେ ସମୟ ଲାଗିପାରେ। ଏ ଯାଏ ୧୩୨ କେଭି ଲାଇନ୍‌ ସଜଡା ଯାଇ ପାରିନାହିଁ। ସେପଟେ ୬୦ ପ୍ରତିଶତ ଲୋକଙ୍କୁ ଚାଉଳ ବଣ୍ଟାଯାଇଛି। ଗତକାଲିଠାରୁ ଆରମ୍ଭ ହୋଇଛି ଟଙ୍କା ସହାୟତା। ଗତକାଲି ୮୧ ହଜାର ଜଣଙ୍କୁ ବଣ୍ଟାଯାଇଥିଲା। ଆଜି ଏକ ଲକ୍ଷ ଟାର୍ଗେଟ୍‌ ରହିଛି । ଫନି ଯୋଗୁଁ ସବୁଠାରୁ ଅଧିକ ଘାଇଲା ହୋଇଛି ପୁରୀ ଜିଲ୍ଲା। ଅଣ୍ଟା ସଳଖି ଠିଆ ହେବାକୁ ବେଶ କିଛି ଦିନ ଲାଗିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.