ବିଜେପୁର : ଲାଉମୁଣ୍ଡା ଗାଁରେ ଗୁଳିକାଣ୍ଡ ଘଟଣାରେ ୩ ଅଟକ

ବରଗଡ଼ : ବିଜେପୁର ଥାନା ଲାଉମୁଣ୍ଡା ଗାଁରେ ଗୁଳିକାଣ୍ଡ ଘଟଣାରେ ୩ଜଣ ଯୁବକ ଅଟକ। ବରଗଡ଼ ସଦର ଥାନାରେ ସମସ୍ତଙ୍କୁ ପଚରାଉଚରା କରାଯାଉଛି। କେଉଁ କାରଣରୁ ଗୁଳିକାଣ୍ଡ ହୋଇଥିଲା, ଏହାର କରଣ କଣ ସେନେଇ ଅଧିକ ତନାଘନା କରୁଛି ପୋଲିସ। ଦୁଇ ଦିନ ତଳେ ଲାଉମୁଣ୍ଡା ଜଙ୍ଗଲରୁ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଯୁବକ ସୁପାଲ ଭୁଏଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହାପରେ ଆଜି ସକାଳେ ମୃତ ସୁବଳ ସାହୁଙ୍କ ଘର ଆଗରେ କିଛି ଯୁବକ ଫାଙ୍କା ଗୁଳି ଚାଳନା କରିଥିଲେ । ସେପଟେ ଯୋଜନା ବଦ୍ଧ ଭାବେ ତାଙ୍କ ଭାଇଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମୃତ ସୁବଳଙ୍କ ବଡ଼ ଭାଇ । ଏନେଇ ବିଜେପୁର ଥାନାରେ ଅଭିଯୋଗ ହୋଇଥିଲା । ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନରେ ବିଳମ୍ବକୁ ନେଇ ଆଜି ଗାଁରେ ମଧ୍ୟ ଉତ୍ତେଜନା ଦେଖା ଦେଇଥିଲା । ବିଜେପୁର ନିର୍ବାଚନ ପୂର୍ବରୁ ଏଭଳି ଘଟଣା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।