ବିଜେଡିକୁ ହେବ କି ଦାମଙ୍କ ଘରବାହୁଡ଼ା ? ପୁଅ ସମ୍ବିତ କହିଲେ, ରାଜନୀତିରେ ସବୁ ସମ୍ଭବ

ଭୁବନେଶ୍ବର : ବିଜେଡିକୁ ଫେରିବେ କି ଦାମୋଦର ରାଉତ? ପାରାଦୀପ ବିଧାୟକ ତଥା ଦାମଙ୍କ ପୁଅ ସମ୍ବିତ ରାଉତରାୟ ଦେଇଥିବା ମନ୍ତବ୍ୟ ପରେ ଏମିତି ପ୍ରଶ୍ନ ଉଠିଛି। ସମ୍ବିତ କହିଛନ୍ତି, ତାଙ୍କ ବାପା ବିଜେପିରେ ଖୁସି ନାହାନ୍ତି। ଘରବାହୁଡ଼ା ପ୍ରଶ୍ନର ଉତ୍ତରରେ ସମ୍ବିତ କହିଛନ୍ତି, ରାଜନୀତିରେ ସବୁ ସମ୍ଭବ। ବିଜେଡି ସୁପ୍ରିମୋ ଚାହିଁଲେ ଦାମବାବୁ ପୁଣିଥରେ ବିଜେଡିକୁ ଫେରିବେ। ସମ୍ବିତଙ୍କ ମନ୍ତବ୍ୟ ପରେ ଭେଟେରାନ ଦାମୋଦର ରାଉତଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ଜୋରଦାର ହୋଇଛି।

ବିଜେଡିରୁ ବହିଷ୍କାର ପରେ ଦାମ ରାଉତଙ୍କୁ ସାହାରା ଦେଇଥିଲା ବିଜେପି। ନିର୍ବାଚନ ପୂର୍ବରୁ ସେ ପଦ୍ମ ପୋଖରୀରେ ବୁଡ଼ ପକାଇଥିଲେ। ଏସରମା-ବାଲିକୁଦାରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ମିଳିଲାନି ଭୋଟରଙ୍କ ସମର୍ଥନ। ତୃତୀୟ ସ୍ଥାନରେ ରହିଥିଲେ ଦାମ ରାଉତ। ଫଳାଫଳ ପରେ ତାଙ୍କୁ ଚର୍ଚ୍ଚା ପରିଧିକୁ ଟାଣିଛନ୍ତି ପୁଅ ସମ୍ବିତ। ସେପଟେ ପୁଅଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ଦାମୋଦର ରାଉତ। ପ୍ରଶ୍ନ କରିଛନ୍ତି, ବିଜେପିରେ ସନ୍ତୁଷ୍ଟ ନାହାନ୍ତି ବୋଲି ପୁଅ କେମିତି ତାଙ୍କ ମନ କଥା ଜାଣିଲେ।

ନିର୍ବାଚନ ଫଳାଫଳ ପରେ ବାପାଙ୍କ ରାଜନୈତିକ ଭବିଷ୍ୟତ ସମ୍ବିତଙ୍କ ଟିପ୍ପଣୀ କଣ ଇଙ୍ଗିତ କରୁଛି, ତାକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.