Below header

ଡବୁ ଅଙ୍କଲ ପୁଣି ମାରିଲେ ଏଣ୍ଟ୍ରୀ, ଏଥର ଅମିତାଭଙ୍କ ଗୀତରେ କଲେ ଧମାକାପୂର୍ଣ୍ଣ ଡ୍ୟାନ୍ସ

ସୋସିଆଲ ମିଡିଆରେ ଡ୍ୟାନ୍ସିଂ ଅଙ୍କଲ ବା ଡବୁ ଅଙ୍କଲଙ୍କ ନାମରେ ଧମାଲ ମଚାଉଥିବା ସଞ୍ଜୀବ ଶ୍ରୀବାସ୍ତବ ପୁଣି ଥରେ ଫେରିଛନ୍ତି। ନିଜର ପ୍ରଥମ ଡ୍ୟାନ୍ସ ଭିଡିଓ ଦ୍ବାରା ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରୀଟି ମାନଙ୍କୁ ନିଜର ଦିୱାନା କରିଥିବା ଡବୁ ଅଙ୍କଲଙ୍କ ଭିଡିଓ ପୁଣି ଥରେ ଧମାଲ ମଚାଉଛି। କିନ୍ତୁ ଖାସ କଥା ହେଉଛି ଏଥର ସେ ତାଙ୍କର ପ୍ରିୟ ଗୋବିନ୍ଦା ନୁହେଁ ବରଂ ଅମିତାଭ ବଚ୍ଚନଙ୍କ ଗୀତ ‘ଖଇକେ ପାନ ବନାରସ ବାଲା’ରେ ନିଜର କଳା ଦେଖାଉଥିବାର ନଜର ଆସିଛନ୍ତି। ସେହିଭଳି ଏହି ଭିଡିଓ ଲୋକଙ୍କୁ ବହୁତ ପସନ୍ଦ ଆସୁଛି। ୟୁଟ୍ୟୁବରେ ଏହି ଭିଡିଓକୁ ୪ ଦିନରେ ୮ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

ଜଣାଇବାକୁ ଚାହିଁବୁ ଡବୁ ଅଙ୍କଲଙ୍କର ପ୍ରଥମ ଭିଡିଓକୁ ଲୋକ ବହୁତ ପସନ୍ଦ କରିଥିଲେ। ଏହି ଭିଡିଓ ପରେ ସେ ଏତେ ଲୋକପ୍ରିୟ ହୋଇଗଲେ ଯେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି କଳାକାର ପର୍ଯ୍ୟନ୍ତ ସମସ୍ତେ ତାଙ୍କର ଫ୍ୟାନ ଅଟନ୍ତି। ଏମାନଙ୍କ ଭିତରୁ ସଲମାନ ଖାନ ଏବଂ ସୁନିଲ ସେଟ୍ଟୀ ତାଙ୍କ ସହିତ ସାକ୍ଷାତ କରିଥିଲେ।

ନିଜର ଡ୍ୟାନ୍ସ ଭିଡିଓ ଦମରେ ସେ ଭଲ ଭଲ ଡ୍ୟାନସରଙ୍କୁ କଡା ଟକ୍କର ଦେଇଛନ୍ତି। ଡବୁ ଅଙ୍କଲଙ୍କ ପ୍ରଥମ ଭିଡିଓ ଏକ ପ୍ରାଇଭେଟ ଫଙ୍କସନର ଥିଲା। ଯେଉଁଥିରେ କେହି ଜଣେ ତାଙ୍କ ଡ୍ୟାନ୍ସ ଭିଡିଓ ବନାଇ ସୋସିଆଲ ମିଡିଆରେ ଅପଲୋଡ କରିଦେଇଥିଲେ। ଦେଖୁ ଦେଖୁ ଡବୁ ଅଙ୍କଲଙ୍କୁ ପୂରା ଦେଶ ଚିହ୍ନିଗଲା। ସେ ରାତା-ରାତି ଫେମସ ହୋଇଗଲେ। ତାଙ୍କୁ ଏକ ଆଡ୍ ମଧ୍ୟ ମିଳିଗଲା, କିନ୍ତୁ କିଛି ସମୟ ହେବ ତାଙ୍କ ଡ୍ୟାନ୍ସ ଭିଡିଓ ଆସିବା ବନ୍ଦ ହୋଇଯାଇଥିଲା। ଏମିତିରେ ଡବୁ ଅଙ୍କଲ ପୁଣି ଥରେ ଏଣ୍ଟ୍ରୀ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.