Below header

ନିର୍ବାଚନରେ ରାଜ୍ୟରେ ଦୁଇ ଅଙ୍କ ଛୁଇଁ ପାରିଲା ନାହିଁ କଂଗ୍ରେସ, ଅନେକ ସ୍ଥାନରେ ଅମାନତ ହରାଇଛନ୍ତି ବହୁ ହେଭିୱେଟ୍

ରାଜ୍ୟରେ କାହିଁକି ହାରିଲା କଂଗ୍ରେସ। ଲୋକସଭାରେ ମାତ୍ର ଗୋଟିଏ ଓ ବିଧାନସଭାରେ ୯ଟି ସିଟରେ ସୀମିତ ରହିଗଲା ଦେଶର ସବୁଠୁ ପୁରୁଣା ଦଳ। ପରାଜୟର କାରଣ ଖୋଜା ଚାଲିଛି। ବହୁ ତୁଙ୍ଗ ନେତା ଅମାନତ ହରାଇଛନ୍ତିି । ବର୍ଷୀୟାନ ନେତା ଅନନ୍ତ ସେଠୀ। ଏଥର ସିମୁଳିଆରୁ ପ୍ରାର୍ଥୀ ହୋଇ ପାଇଛନ୍ତି ମାତ୍ର ୮ ହଜାର ୩୫୩ ଖଣ୍ଡ ଭୋଟ୍‌। ମାତ୍ର ୪ ଦଶମିକ ୭୬ ପ୍ରତିଶତ ଭୋଟ୍‌ ପାଇ ସେ ଅମାନତ ହରାଇଛନ୍ତି। ଅନ୍ୟତମ ବରିଷ୍ଠ ନେତା ଶରତ ରାଉତ। ଯାଜପୁର ସୁକିନ୍ଦାରୁ ନିର୍ବାଚନ ଲଢ଼ିଥିବା ବେଳେ ତାଙ୍କ ଖାତାରେ ପଡ଼ିଥିଲା ମାତ୍ର ୧୮ ହଜାର ୬୧୯ ଭୋଟ୍‌। ମୋଟ୍‌ ୧୧ ଦଶମିକ ୫୮ ପ୍ରତିଶତ ଭୋଟ ମିଳିଛି। ସେ ଅମାନତ ହରାଇଛନ୍ତି ।ଏଥର ନିର୍ବାଚନରେ ଥିଲେ କଂଗ୍ରେସର ଆଉ ଜଣେ ଚର୍ଚ୍ଚିତ ଚେହେରା ନବୀନ ନନ୍ଦ। ଶେଷ ମୂହୂର୍ତ୍ତରେ କଂଗ୍ରେସ ଯୋଗ ଦେଇ ଢ଼େଙ୍କାନାଳରୁ ପ୍ରାର୍ଥୀ ହୋଇଥିଲେ। ମାତ୍ର ୨୪ ହଜାର ୭୮୮ ଖଣ୍ଡ ଭୋଟ ପାଇଥିଲେ। ତାଙ୍କୁ ମିଳିଛି ମାତ୍ର ୧୩ ପ୍ରତିଶତ ଭୋଟ। ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ମନୋରଞ୍ଜନ ଦାସ ମାତ୍ର ୩ ହଜାର ୯୯୭ ଖଣ୍ଡ ଭୋଟ ପାଇଥିଲେ। ଭୋଟ୍‌ ପ୍ରତିଶତ ଥିଲା ୨ ଦଶମିିକ ୯୭। ପ୍ରଶ୍ନ ଉଠୁଛି ଟିକେଟ ବଣ୍ଟନର ମାନଦଣ୍ଡ କଣ ଥିଲା? ଯେଉଁଥି ପାଇଁ ପ୍ରାର୍ଥୀ ୩ ପ୍ରତିଶତ ଭୋଟ୍‌ ବି ପାଇଲେ ନାହିଁ।

ନିର୍ବାଚନ ପୂର୍ବରୁ କଂଗ୍ରେସରେ ଟିକେଟ ବଣ୍ଟନ ଅସନ୍ତୋଷ ତେଜିଥିଲା। ଭଦ୍ରକରୁ ଟିକେଟ ଆଶାୟୀ ଥିବା ସୁମିତ୍ରା ଜେନା ଅସନ୍ତୋଷ ପ୍ରକାଶ କରିଥିଲେ। ଭଦ୍ରକ ଟିକେଟ ପାଇଥିବା ନଳିନୀକାନ୍ତି ମହାନ୍ତି ମାତ୍ର ୧୨ ଦଶମିକ ୫୮ ପ୍ରତିଶତ ଭୋଟ ପାଇଛନ୍ତି। ଏମିତି ଅନେକ ନେତା ଅମାନତ ହରାଇଛନ୍ତି। ପ୍ରାର୍ଥୀ ଚୟନ ଓ ଟିକେଟ ବଣ୍ଟନରେ ଭୁଲ୍‌ କଂଗ୍ରେସ ପାଇଁ କାଳ ହେଲା ବୋଲି କୁହାଯାଉଛି।

ବହୁ ନେତା ଅମାନତ ହରାଇଥିବା ବେଳେ କିଛି ହେଭିେଓ୍ଵଟ ବି ଭଲ ପ୍ରଦର୍ଶନ କରି ଆସିଛନ୍ତି ବିଧାନସଭା। ନରସିଂହ ମିଶ୍ର, ତାରାପ୍ରସାଦ ବାହିନୀପତି, ସୁରେଶ ରାଉତରାୟ ଭଳି ନେତାଙ୍କ ଉପରେ ଭୋଟର ଭରସିଛନ୍ତି। ୨୦୨୪କୁ ନଜରରେ ରଖି ପୁଣି ଥରେ ଅଣ୍ଟା ସଳଖି ଠିଆ ହେବାକୁ ଉଦ୍ୟମ ଆରମ୍ଭ କରିଛି ରାଜ୍ୟ କଂଗ୍ରେସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.