ବଡ଼ ବାବୁଙ୍କ ବଡ଼ ହୃଦୟ, ନିଜ ଅଫିସରୁ ଏସି ଖୋଲି ଶିଶୁଙ୍କ ୱାର୍ଡରେ ଲଗାଇଲେ କଲେକ୍ଟର

ମଧ୍ୟପ୍ରଦେଶ : ଜିଲ୍ଲାପାଳ ଭାବେ ଆପଣ ଅନେକ ଆଇଏସଙ୍କୁ ବିଷୟରେ ଜାଣିଥିବେ ଯେଉଁ ମାନେ ପ୍ରଶାସନିକ ସେବାରେ ଦୁର୍ନୀତି ସହ ଜଡିତ ଥିବେ। କିମ୍ବା ଲୋକ ସେବାରେ ଦୁର୍ବଳ ଥିବେ। କିନ୍ତୁ ଏଭଳି ଜଣେ ଜିଲ୍ଲାପାଳଙ୍କ ବିଷୟରେ ଶୁଣିନଥିବେ ଯିଏ ମାନବିକତାର ଚରମ ଶୀର୍ଷକୁ ଯାଇ ସମାଜ ପାଇଁ ଉଦାହାରଣ ସୃଷ୍ଟି କରିଥିବେ। ଏଭଳି ବ୍ୟକ୍ତିତ୍ବ ସମାଜ ପାଇଁ ବିରଳ ହୋଇଥାନ୍ତି। ସେହି ବ୍ୟକ୍ତିତ୍ବ ମଧ୍ୟରୁ ଜଣେ ହେଉଛନ୍ତି ମଧ୍ୟପ୍ରଦେଶର ଉମରିୟା ଜିଲ୍ଲାର ଜିଲ୍ଲାପାଳ ସ୍ବରଚିଷ ସୋମବଂଶୀ ।

ସ୍ବରଚିଷ ପ୍ରଥମେ ଜିଲ୍ଲାର ସବୁ ପୋଷଣ କେନ୍ଦ୍ର ନିରୀକ୍ଷଣ କରିବାକୁ ଯାଇଥିଲେ । ଯେଉଁଠାରେ ଅନେକ କୁପୋଷଣ ଶିକାର ଶିଶୁ ଗରମରେ ଡହଳ ବିକଳ ହେଉଥିଲେ।ଏହି ଶିଶୁମାନଙ୍କ ଅସୁବିଧାକୁ ଦେଖି ଜିଲ୍ଲାପାଳ ଚିନ୍ତା ପ୍ରକଟ କରିଥିଲେ । ଏହି ଶିଶୁ ମାନଙ୍କ ପାଇଁ ପୋଷଣ କେନ୍ଦ୍ରରେ ଏସି ଲଗାଇବାକୁ ନିଷ୍ପତ୍ତି ନେଇ ଅର୍ଡରେ ଦେଇଥିଲେ । କିନ୍ତୁ ଅନ୍ୟ ବିଭାଗରେ ପର୍ଯ୍ୟାପ୍ତ ଏସି ନଥିବାରୁ ଜିଲ୍ଲାପାଳ ପ୍ରଥମେ ଦ୍ବନ୍ଦରେ ପଡିଯାଇଥିଲେ। ପରେ ଅନ୍ୟ କିଛି ଉପାୟ ନପାଇ ଯୁଦ୍ଧକାଳୀନ ଭିତ୍ତିରେ କିପରି ଏସି ଲାଗିବ ସେନେଇ ନିଜ ଅଫିସରୁ ସବୁ ଏସି ଖୋଲି ପୋଷଣ କେନ୍ଦ୍ରରେ ଲଗାଇଥିଲେ। ଏବେ ନିଜେ ଜିଲ୍ଲାପାଳ ତାଙ୍କ ଅଫିସରେ ବିନା ଏସିରେ ଗରମରେ କାମ କରୁଛନ୍ତି । ଜିଲ୍ଲାପାଳଙ୍କ ଏହି ମାନବିକତାର କାର୍ଯ୍ୟଶୈଳୀକୁ ଜିଲ୍ଲାବାସୀ ଖୁବ ପ୍ରଶଂସା କରିଛନ୍ତି।

ଗଣମାଧ୍ୟମ ପ୍ରତିନିଧି ମାନେ ଏହି ବିଷୟରେ ଜିଲ୍ଲାପାଳଙ୍କୁ ପଚାରିବାରୁ ଜିଲ୍ଲାପାଳ ଉତ୍ତରରେ କହିଥିଲେ ଏହା ସମସ୍ୟାକୁ ଦେଖି ନିଆଯାଇଥିବା ସହଜ ପଦକ୍ଷେପ ଅଟେ। ଏହି ସମୟରେ ଗରମର ପ୍ରକୋପ ଥିବାରୁ ଶିଶୁ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ସେମାନଙ୍କ ଏହି ସମସ୍ୟାକୁ ଦେଖି ଏସି ଲଗାଯିବାର ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଏସି ଲଗାଯିବା ପ୍ରକିୟା ବିଳମ୍ବ ହେବାର ଜାଣି ଆମେ ଅଫିସ ଓ ମିଟିଙ୍ଗ ହଲର ସବୁ ଏସିକୁ ଖୋଲି କୁପୋଷଣ କେନ୍ଦ୍ରରେ ଲଗାଇଛୁ । ବ୍ଲକରେ ଏମିତି ୪ କୁପୋଷଣ କେନ୍ଦ୍ର ରହିଛି ଯେଉଁଗୁଡିକରେ ଜିଲ୍ଲାପାଳ ଏସି ଲଗାଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.