Below header

ତେଲନଦୀର ପ୍ରଖର ସୁଅରେ ଭାସି ଆସିଥିଲେ ମହିଳା, ପାଇଲେ ନୂଆ ଜୀବନ

ତେଲନଦୀର ପ୍ରଖର ସୁଅରେ ଭାସି ଆସିଥିଲେ ମହିଳା । ବୌଦ୍ଧ ମନମୁଣ୍ଡା ନିକଟରେ ତେଲନଦୀରେ ଏହି ମହିଳା ଜଣକ ଭାସି ଯାଉଥିବାବେଳେ ସ୍ଥାନୀୟ କିଛି ମତ୍ସ୍ୟଜୀବୀଙ୍କ ନଜର ପଡିଥିଲା ତାଙ୍କ ଉପରେ । ଯାହାଫଳରେ ସେମାନେ ଡେରି ନକରି ସିଧା ପହଁଚି ଥିଲେ ମହିଳାଙ୍କ ପାଖରେ ଆଉ ତାଙ୍କୁ ଡ଼ଙ୍ଗା ଦ୍ୱାରା ଠିକ୍ ସମୟରେ ଉଦ୍ଧାର କରି କୂଳକୁ ଆଣିଥିଲେ। 

କଣ୍ଟାମାଳ(କେନ୍ୟୁଜ): ନଦୀ ମଝିରୁ ଉଦ୍ଧାର ହେଲେ ମହିଳା । କିଏ କିଛି ବି ବୁଝିପାରୁନଥିଲେ କଣ କରିବେ। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କୁଆଡୁ ଆସିଲେ ଏହି ମହିଳା । ତାପୁଣି ଭରା ନଦୀ ଭିତରୁ । ଲଘୁଚାପ ବର୍ଷାରେ ଏବେ ଭିଜୁଛି ସାରା ରାଜ୍ୟ । ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ରାଜ୍ୟରେ କେଉଁଠି ମୂଷଳଧାରାରେ ତ ଆଉ କେଉଁଠି ଅବିଶ୍ରାନ୍ତ ବର୍ଷା ହେଉଛି । ସବୁ ନଦୀର ସ୍ତର ଏବେ ବୃଦ୍ଧି ପାଇଛି । ତାସାଙ୍ଗକୁ ନଦୀ ଭିତରେ କୁମ୍ଭୀର ଆତଙ୍କ । ଏ ସବୁ ଭିତରେ ହଠାତ୍ ନଦୀ ଭିତରେ କୁଆଡୁ ଟପକି ପଡିଲେ ଜଣେ ମହିଳା ।

ତେବେ ଏହି ଘଟଣା ଦେଖିବାକୁ ମିଳିଥିଲା ତେଲନଦୀରେ । ତେଲନଦୀର ପ୍ରଖର ସୁଅରେ ଭାସି ଆସିଥିଲେ ମହିଳା । ବୌଦ୍ଧ ମନମୁଣ୍ଡା ନିକଟରେ ତେଲନଦୀରେ ଏହି ମହିଳା ଜଣକ ଭାସି ଯାଉଥିବାବେଳେ ସ୍ଥାନୀୟ କିଛି ମତ୍ସ୍ୟଜୀବୀଙ୍କ ନଜର ପଡିଥିଲା ତାଙ୍କ ଉପରେ । ଯାହାଫଳରେ ସେମାନେ ଡେରି ନକରି ସିଧା ପହଁଚି ଥିଲେ ମହିଳାଙ୍କ ପାଖରେ ଆଉ ତାଙ୍କୁ ଡ଼ଙ୍ଗା ଦ୍ୱାରା ଠିକ୍ ସମୟରେ ଉଦ୍ଧାର କରି କୂଳକୁ ଆଣିଥିଲେ।

ଯାହା ସୂଚନା ମିଳିଛି, ଆଜି ସକାଳୁ ନଦୀକୁ ଶୌଚ ହେବାକୁ ଯାଇଥିବା ମହିଳା ଜଣକ। ଠିକ୍ ସେହି ସମୟରେ ନଦୀରେ ତାଙ୍କ ଗୋଡ ଖସିଯାଇଥିଲା ଏବଂ ସେ ଭାସି ଯାଇଥିଲେ। ମହିଳା ଜଣକ ବୌଦ୍ଧ ଜିଲ୍ଲା ମନମୁଣ୍ଡା ପଞ୍ଚାୟତ ସରସ୍ୱତୀପୁର ଗ୍ରାମର କଲ୍ୟାଣି ଡାଙ୍ଗ ବୋଲି ଜଣାପଡିଛି । ତେବେ ନଦୀରେ ଥିବା ଜଣେ ମତ୍ସ୍ୟଜୀବୀ ତାଙ୍କୁ ପ୍ରଥମେ ଦେଖିଥିବାରୁ ଆଜି ମହିଳା ଜଣକ ନୂଆ ଜୀବନ ପାଇଛନ୍ତି । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.