କାରରେ ୬ଟି ଏୟାରବ୍ୟାଗ୍‌ ରହିବା ବାଧ୍ୟତାମୂଳକ ନୁହେଁ: ନୀତିନ ଗଡକରୀ

କାରରେ ୬ଟି ଏୟାରବ୍ୟାଗକୁ ନେଇ ବାଧ୍ୟତାମୂଳକ କରିବେ ନାହିଁ ବୋଲି କେନ୍ଦ୍ରୀୟ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ଏକ କାର୍ଯ୍ୟକ୍ରମରେ କହିଛନ୍ତି । ଏପରି କଲେ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର । ଏବେ କେନ୍ଦ୍ରୀୟ ମୋଟର୍ସ ବାହନ ନିୟମ ୧୯୮୯ ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି ।

କାରରେ ୬ଟି ଏୟାରବ୍ୟାଗକୁ ନେଇ ବଦଳିଲା ସରକାରଙ୍କ ନିଷ୍ପତ୍ତି । କେନ୍ଦ୍ରୀୟ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ଏହାକୁ ବାଧ୍ୟତାମୂଳକ କରିବେ ନାହିଁ ବୋଲି ଏକ କାର୍ଯ୍ୟକ୍ରମରେ କହିଛନ୍ତି । ନିତୀନ ଗଡକରୀ କହିଛନ୍ତି, ଲୋକମାନେ ବର୍ତ୍ତମାନ ସଚେତନ ହୋଇଯାଇଛନ୍ତି, ସେଥିପାଇଁ ୬ଟି ଏୟାରବ୍ୟାଗ ନିୟମକୁ ବାଧ୍ୟତାମୂଳକ କରାଯିବ ନାହିଁ ।

ଲୋକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଅକ୍ଟୋବର ୨୦୨୩ରୁ ଗାଡିରେ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । ଗତବର୍ଷ MORTH ଅଥବା ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଯାନବାହନରେ ଲୋକମାନଙ୍କ ସୁରକ୍ଷା ବଢାଇବା ପାଇଁ ଦେଶରେ ବିକ୍ରି ହେଉଥିବା କାର ସମ୍ମୁଖରେ ୨ଟି ଏୟାରବ୍ୟାଗ ଲଗାଇବା ବାଧ୍ୟତାମୂଳକ କରିବା ପାଇଁ କୁହାଯାଇଥିଲା । ଏବେ କେନ୍ଦ୍ରୀୟ ମୋଟର୍ସ ବାହନ ନିୟମ ୧୯୮୯ ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି ।

ସଡକ ଦୁର୍ଘଟଣାରେ ହେଉଥିବା କ୍ଷତିକୁ କମ୍‌ କରିବା ପାଇଁ ୨୦୨୧ ପରଠାରୁ ସମସ୍ତ କାରରେ ୨ଟି ଷ୍ଟାଣ୍ଡାର୍ଡ ଏୟାରବ୍ୟାଗ ରହିବା ବାଧ୍ୟତାମୂଳକ କରିଦିଆଯାଇଥିଲା । ରଏଟର୍ସ ରିପୋର୍ଟ ଅନୁଯାୟୀ, ଗତବର୍ଷ ସରକାର ଅନୁମାନ କରିଥିଲେ ୪ଟି ଏୟାରବ୍ୟାଗ ଲଗାଇବା ପାଇଁ ଗାଡି ପିଛା $ ୭୫ (ପ୍ରାୟ ୬,୨୨୧ ଟଙ୍କା) ରୁ ଅଧିକ ଖର୍ଚ୍ଚ ହେବ ନାହିଁ । କିନ୍ତୁ ଅନ୍ୟପକ୍ଷରେ, ଅଟୋ ମାର୍କେଟ ଡାଟା ପ୍ରୋବାଇଡର (JATO) ଡାୟୋନୋମିକ୍ସ କହିଛି ଏହାଦ୍ୱାରା ଅତି କମରେ $ ୨୩୧ (ପ୍ରାୟ ୧୯,୧୬୧ ଟଙ୍କା ) ଖର୍ଚ୍ଚ ବୃଦ୍ଧି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.