ମେକ୍ସିକୋ ସଂସଦରେ ଦେଖାଗଲା ‘ଏଲିୟନ୍‌’ର ୧୦୦୦ ବର୍ଷ ପୁରୁଣା ଶବ, ବୈଜ୍ଞାନିକ କଲେ ଆଶ୍ଚର୍ଯ୍ୟଜନକ ଦାବି

ମେକ୍ସିକୋ ସଂସଦରେ ଦେଖାଯାଇଛି ‘ଏଲିୟନ୍‌’ର ଶବ। ମଙ୍ଗଳବାର ଏଠାରେ ମେକ୍ସିକାନ୍‌ ଜର୍ଣ୍ଣାଲିଷ୍ଟ୍‍ ତଥା ୟୁଫୋଲୋଜିଷ୍ଟ୍‍ ଜ୍ୟାମି ମୋସାନ୍‌ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ସେ ଦୁଇଟି ଶବ ଦେଖାଇ ଏହାକୁ ଏଲିୟନ୍‌ର ଶବ ବୋଲି କହିଛନ୍ତି।

ମେକ୍ସିକୋ ସଂସଦରେ ଦେଖାଯାଇଛି ‘ଏଲିୟନ୍‌’ର ଶବ। ମଙ୍ଗଳବାର ଏଠାରେ ମେକ୍ସିକାନ୍‌ ଜର୍ଣ୍ଣାଲିଷ୍ଟ୍‍ ତଥା ୟୁଫୋଲୋଜିଷ୍ଟ୍‍ ଜ୍ୟାମି ମୋସାନ୍‌ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ସେ ଦୁଇଟି ଶବ ଦେଖାଇ ଏହାକୁ ଏଲିୟନ୍‌ର ଶବ ବୋଲି କହିଛନ୍ତି। ସେ ଦାବି କରିଛନ୍ତି ଯେ କାର୍ବନ୍‌ ଡେଟିଂ ଜରିଆରେ ରିସର୍ଚ୍ଚ କରାଯାଇଛି। ଏହି ଦୁଇଟି ଶବ ୧୦୦୦ ବର୍ଷରୁ ବି ଅଧିକ ପୁରୁଣା।

ଘଟଣାର ଭିଡିଓ ଓ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳୁଛି, ଦୁଇଟି କାଠବାକ୍ସରେ ଦୁଇଟି ଶବକୁ ରଖାଯାଇଛି, ଯାହା ଏଲିୟନ୍‌ର ଶବ ବୋଲି ଦାବି କରାଯାଉଛି। ଦୁଇଟି ଯାକ ଶବର ଉଚ୍ଚତା ବହୁତ କମ୍‌ ରହିଛି। ଏମାନଙ୍କ ହାତରେ ୫ ଜାଗାରେ ୩ଟି ଲେଖାଏ ଅଙ୍ଗୁଳି ଅଛି।

ସୂଚନା ଅନୁସାରେ, ମେକ୍ସିକୋ ସଂସଦରେ ୟୁଏଫ୍‌ଓ (UFO) ସ୍ପେଶାଲିଷ୍ଟ ଜ୍ୟାମି ମୋସାନ୍‌ଙ୍କ ଉପସ୍ଥିତିରେ ଦୁଇଟି ଏଲିୟନର ଶବକୁ ସମସ୍ତଙ୍କ ସମ୍ମୁଖରେ ପ୍ରଦର୍ଶିତ କରାଯାଇଛି। ଶବଦ୍ୱୟକୁ ପେରୁର କୁସ୍କୋରୁ ଉଦ୍ଧାର କରାଯାଇଥିବା କୁହାଯାଇଛି। ୧୦୦୦ ବର୍ଷର ପୁରୁଣା ଏହି ଶବକୁ ମେକ୍ସିକୋର ଜାତୀୟ ସ୍ୱୟଂଶାସିତ ବିଶ୍ୱବିଦ୍ୟାଳୟ (UNAM) ଦ୍ୱାରା କାର୍ବନ ଡେଟିଂ ପ୍ରକ୍ରିୟା ମାଧ୍ୟମରେ ବିଶ୍ଳେଷଣ କରାଯାଇଥିଲା।

ସେପଟେ ସଂସଦରେ ଏଲିୟନର ଶବ ପ୍ରଦର୍ଶିତ ବେଳେ ସେଠାରେ ଆମେରିକୀୟ ନୌସେନାର ପାଇଲଟ୍‌ ରୟାନ୍‌ ଗ୍ରେଭ୍‌ସ ଉପସ୍ଥିତ ଥିଲେ। ସେ ଦାବି କରିଛନ୍ତି ଯେ ଅନେକ ଥର ୟୁଏଫ୍‌ଓ ସହିତ ତାଙ୍କର ସାମ୍ନା ହୋଇଛି। ସେହିପରି ମେକ୍ସିକାନ୍‌ ନୌସେନାର ସ୍ୱାସ୍ଥ୍ୟ ବୈଜ୍ଞାନିକ ସଂସ୍ଥାର ନିର୍ଦ୍ଦେଶକ ଜୋସ୍‌ ଡି ବେନିଟେଜ୍‌ କହିଛନ୍ତି, ଅବଶେଷଗୁଡ଼ିକ ଉପରେ ଏକ୍ସରେ, ଥ୍ରୀ-ଡି ପୁନର୍ନିମାଣ ସହିତ ଡିଏନ୍‌ଏ ବିଶ୍ଳେଷଣ କରାଯାଇଥିଲା। ଶବଗୁଡ଼ିକର ମଣିଷ ସହିତ କୌଣସି ସମ୍ବନ୍ଧ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.