ହଜାରେ କୋଟିରୁ ଅଧିକ ଟଙ୍କାର ଅନ ଲାଇନ୍ ପଞ୍ଜି ସ୍କିମ୍ ମାମଲା, ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ହେବ ଜେରା

ହଜାରେ କୋଟିରୁ ଅଧିକ ଟଙ୍କାର ଅନ ଲାଇନ୍ ପଞ୍ଜି ସ୍କିମ୍ ମାମଲାରେ ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ହେବ ପଚରାଉଚୁରା । ତାଙ୍କୁ କ୍ରାଇମବ୍ରାଞ୍ଚ EOW ପଚରାଉଚରା କରିବ ବୋଲି ସୂଚନା ମଳିଛି ।

ଭୁବନେଶ୍ୱର (କେନ୍ୟୁଜ): ହଜାରେ କୋଟିରୁ ଅଧିକ ଟଙ୍କାର ଅନ ଲାଇନ୍ ପଞ୍ଜି ସ୍କିମ୍ ମାମଲାରେ ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ହେବ ପଚରାଉଚୁରା । ତାଙ୍କୁ କ୍ରାଇମବ୍ରାଞ୍ଚ EOW ପଚରାଉଚରା କରିବ ବୋଲି ସୂଚନା ମଳିଛି ।

ଗତ ଜୁଲାଇ ରେ ଗୋଆ ଠାରେ STA, ସୋଲାର ଟେକନୋ ଆଲାୟନସର ଗ୍ରାଣ୍ଡ ଲଞ୍ଚରେ ଗୋବିନ୍ଦା ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଥିଲେ। ଏହି ପଞ୍ଜି ସ୍କିମ୍ ରେ ବିନିଯୋଗ କରିବାକୁ ମଧ୍ୟ ଲୋକଙ୍କୁ କହିଥିଲେ। ତେବେ ଗୋବିନ୍ଦଙ୍କୁ ପଚାର ଉଚୁରା ପରେ ଜଣା ପଡ଼ିବ ତାଙ୍କର ଏଥିରେ ତାଙ୍କର କଣ ଭୂମିକା ରହିଛି। ତାଙ୍କୁ କଣ କହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଥିଲା। ସେ କେତେ ଟଙ୍କା ନେଇଥିଲେ। ଏହା ଏକ ଠକେଇ ସଂସ୍ଥା ବୋଲି ସେ ଜାଣି ଥିଲେ କି। ଏଭଳି କିଛି ପ୍ରଶ୍ନ ପଚାରିପାରେ EOW । ତେବେ ଇବେ ସେ ଅଭିଯୁକ୍ତ ନୁହନ୍ତି ବୋଲି EOW IG ଜୟନାରାଣ ପଙ୍କଜ ସୂଚନା ଦେଇଛନ୍ତି। STA ଦେଶରୁ ଦୁଇ ଲକ୍ଷ ରୁ ଅଧିକ ଲୋକଙ୍କୁ ଠକି ଏକ ହଜାର କୋଟିରୁ ଅଧିକ ଟଙ୍କା ହାତେଇ ଥିଲା। ଓଡ଼ିଶା ରେ ଏହି ଠକେଇ ପରିମାଣ ୩୦ କୋଟିରୁ ଅଧିକ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.