ଫିଲ୍ଡିଂ ବେଳେ ‘ଲୁଙ୍ଗି ଡ୍ୟାନ୍ସ’ ଗୀତରେ ନାଚିଲେ ବିରାଟ କୋହଲି, ଭିଡିଓ ଭାଇରଲ

ଲୁଙ୍ଗି ଡ୍ୟାନ୍ସ ଗୀତ ବାଜିଲା ଆଉ ନିଜକୁ ରୋକିପାରିଲେନି ବିରାଟ କୋହଲି । ଭାରତ-ଶ୍ରୀଲଙ୍କା ମ୍ୟାଚ ସମୟରେ ପଡିଆରେ ଶାହରୁଖଙ୍କ ଗୀତ ଲୁଙ୍ଗି ଡ୍ୟାନ୍ସ ବାଜିଥିଲା । ଆଉ ବିରାଟ କୋହଲି ଡ୍ୟାନ୍ସ କରିବା ଆରମ୍ଭ କରିଦେଇଥିଲେ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ବିରାଟ କୋହଲି ମଇଦାନରେ ଟିକେ ଭିନ୍ନ ମୁଡରେ ରହିଥାନ୍ତି । ବ୍ୟାଟିଂ ସମୟରେ ଆକ୍ରାତ୍ମକ ମୁଡ ଏବଂ ଫିଲ୍ଡିଂ ସମୟରେ ମଜାଳିଆ ମୁଡରେ ରହିଥାନ୍ତି । ବିରାଟ ସବୁବେଳେ ଫିଲ୍ଡିଂ କରୁଥିବା ସମୟରେ ମସ୍ତି ମୁଡରେ ଡ୍ୟାନ୍ସ କରୁଥିବାର ନଜର ଆସିଥାନ୍ତି । ଆଉ ଭାରତ-ଶ୍ରୀଲଙ୍କା ମ୍ୟାଚରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛନ୍ତି । ଯାହାର ଭିଡିଓ ସାମ୍ନାକୁ ଆସିଛି ।

ଭିଡିଓରେ ବିରାଟ କୋହଲି ଶାହରୁଖ ଖାନଙ୍କ ଗୀତ ଲୁଙ୍ଗି ଡ୍ୟାନ୍ସରେ ନାଚୁଥିବା ଦେଖିବାକୁ ମିଳିଛନ୍ତି । ଏସିଆ କପର ସୁପର-୪ରେ ଭାରତ-ଶ୍ରୀଲଙ୍କା ମ୍ୟାଚରେ କୋହଲି ଫିଲ୍ଡି ସମୟରେ ଷ୍ଟାଡିୟମରେ ଶାହରୁଖ ଖାନଙ୍କ ଫିଲ୍ମ ଚେନ୍ନାଇ ଏକ୍ସପ୍ରେସର ଗୀତ ଲୁଙ୍ଗି ଡ୍ୟାନ୍ସ ବାଜିଥିଲା । ଆଉ ଗୀତ ବାଜିବା ପରେ ନିଜକୁ ନିୟନ୍ତ୍ରଣରେ ରଖିପାରିନଥିଲେ କୋହଲି । କୋହଲି ମଧ୍ୟ ଗୀତର ତାଳେ ତାଳେ ଡ୍ୟାନ୍ସ କରିବା ଆରମ୍ଭ କରିଥିଲେ । କୋହଲିଙ୍କ ଡ୍ୟାନ୍ସ ଦେଖି ଷ୍ଟାଣ୍ଡରେ ବସିଥିବା ଦର୍ଶକ ଚିତ୍କାର କରିବା ଆରମ୍ଭ କରିଥିଲେ । କୋହଲିଙ୍କ ଏହି ଡ୍ୟାନ୍ସ ଭିଡିଓ ଭାଇରଲ ହେବାରେ ଲାଗିଛି ।

ଏହା ପୂର୍ବରୁ କୋହଲି ନେପାଳ ସହିତ ମ୍ୟାଚ୍‌ ଖେଳୁଥିବା ବେଳେ ଫିଲ୍ଡିଂ ସମୟରେ ନେପାଳୀ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ । ଏହାର ଭିଡିଓ ମଧ୍ୟ ଭାରଇରଲ ହୋଇଥିଲା ।

ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍‌ ଖେଳିବା ସମୟରେ କୋହଲି ମାତ୍ର ୧୨ ବଲରେ ୩ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ । କିନ୍ତୁ ପାକିସ୍ତାନ ବିପକ୍ଷ ମ୍ୟାଚରେ ବିରାଟ ଅପରାଜିତ ୧୨୨ ରନ୍‌ କରି ରେକର୍ଡ କରିଥିଲେ । ବିରାଟ ଏହି ମ୍ୟାଚରେ ୯ଟି ଚଉକା ଏବଂ ୪ଟି ଛକା ମାରିଥିଲେ । ଏହା ତାଙ୍କ କ୍ୟାରିଅରର ୪୭ ତମ ଶତକ ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.