ସ୍କୁଲ ଗଲାବେଳେ ବଡ଼ ଅଘଟଣ, ଡଙ୍ଗା ଓଲଟି ୧୪ ନିଖୋଜ ୨୦ ଉଦ୍ଧାର

ସ୍କୁଲ ଛାତ୍ରଛାତ୍ରୀଙ୍କୁ ସ୍କୁଲ ନେଇ ଯାଉଥିବାବେଳେ ଡଙ୍ଗା ଓଲଟି ୧୪ ଜଣ ଛାତ୍ରଛାତ୍ରୀ ନିଖୋଜ ହୋଇଛନ୍ତି । ଏନଡିଆରଏଫ ଟିମ ଦୁର୍ଘଟଣାସ୍ଥଳରେ ପହଞ୍ଚି ଯାଇ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ବିହାର ମୁଜଫ୍ପରପୁରରେ ଥିବା ବାଗମତି ନଦୀରେ ଘଟିଯାଇଛି ।

ସ୍କୁଲ ଛାତ୍ରଛାତ୍ରୀଙ୍କୁ ସ୍କୁଲ ନେଇ ଯାଉଥିବାବେଳେ ଡଙ୍ଗା ଓଲଟି ୧୪ ଜଣ ଛାତ୍ରଛାତ୍ରୀ ନିଖୋଜ ହୋଇଛନ୍ତି । ଏଭଳି ଭୟଙ୍କର ଦୁର୍ଘଟଣାରେ ୨୦ ଜଣ ସ୍କୁଲ ଛାତ୍ରଛାତ୍ରୀ ଉଦ୍ଧାର ହୋଇଥିବା ଜଣା ପଡ଼ିଛି । ତେବେ ଏହି ଡଙ୍ଗାରେ ୩୪ ଜଣ ଯାତ୍ରା କରୁଥିବାର ସୂଚନା ମିଳିଛି । ଏନଡିଆରଏଫ ଟିମ ଦୁର୍ଘଟଣାସ୍ଥଳରେ ପହଞ୍ଚି ଯାଇ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ବିହାର ମୁଜଫ୍ପରପୁରରେ ଥିବା ବାଗମତି ନଦୀରେ ଘଟିଯାଇଛି । ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି ।

ସୂଚନା ମୁତାବକ ଭଟଗାମା ପିପଲ ଘାଟରୁ ପିଲାମାନେ ସ୍କୁଲ ଯାଉଥିବା ସମୟରେ ଏଭଳି ଦୁର୍ଘଟଣା ଘଟିଯାଇଛି । ଘଟଣାକୁ ନେଇ ଜିଲ୍ଲା ଅଧିକାରୀଙ୍କ ତରଫରୁ କୌଣସି ସୂଚନା ମିଳି ପାରି ନାହିଁ ।

ଡଙ୍ଗାଟି ଏଭଳି ଓଲଟି ପଡ଼ିବ କେହି କେବେ କଳ୍ପନା ମଧ୍ୟ କରି ନଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଡାଇଭର୍ସମାନେ ପିଲାମାନଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତିି । ସେମାନେ ଅନେକ ପିଲାଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଏବେ ବି ଅନେକ ଛାତ୍ରଛାତ୍ରୀ ନିଖୋଜ ଅଛନ୍ତି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିବା ମଧ୍ୟ ଦେଖିବାକୁ ମିଳିିଛି । ନଦୀରେ ପ୍ରବଳ ସ୍ରୋତ ଯୋଗୁଁ ନଦୀରୁ ପିଲାଙ୍କୁ ଉଦ୍ଧାର କରିବାରେ ଡାଇଭର୍ସଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି ।

ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସେମାନେ ଦୀର୍ଘଦିନ ଧରି ନଦୀରେ ପୋଲ ନିର୍ମାଣ କରିବା ପାଇଁ ଦାବି କରି ଆସୁଛନ୍ତି କିନ୍ତୁ ସେମାନଙ୍କର ଦାବି ପୂରଣ କରାଯାଉ ନାହିଁ । ଯଦି ନଦୀରେ ଏକ ପୋଲ ନିର୍ମାଣ କରାଯାଇଥାନ୍ତା ତେବେ ଏଭଳି ଘଟଣା ହୁଏତ ଘଟି ନଥାନ୍ତା । ଅନ୍ୟପଟେ ଡଙ୍ଗାରେ ସ୍କୁଲ ପିଲାମାନଙ୍କ ସହ କିଛି ମହିଳା ଯାତ୍ରୀ ମଧ୍ୟ ଯାଉଥିବାର ଖବର ଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.