ସମ୍ବଲପୁରରେ ଅଘଟଣ, ସ୍କୁଟି ରଖି ମହାନଦୀକୁ ଡେଇଁଲେ ଯୁବତୀ

ପୁଣି ସମ୍ବଲପୁର ଚାଉଁରପୁର ବ୍ରିଜ ଉପରୁ ଡେଇଁ ଜଣେ ଯୁବତୀ ନିଖୋଜ। ତାଙ୍କ ପରିଚୟ ମିଳିନଥିବା ବେଳେ ବ୍ରିଜ ଉପରେ ସେ ଛାଡିଯାଇଥିବା ସ୍କୁଟିକୁ ଓ ଚପଲକୁ ନେଇ ଛାନଭିନ୍ କରୁଛି ପୋଲିସ ।

ସମ୍ବଲପୁର (କେନ୍ୟୁଜ): ପୁଣି ମହାନଦୀର ଦ୍ୱିତୀୟ ସେତୁ ଜଣେ ଯୁବତୀ ଡେଇଁ ନିଖୋଜ। ସମ୍ବଲପୁର ଚାଉଁରପୁର ବ୍ରିଜ ଉପରୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତାଙ୍କ ପରିଚୟ ମିଳିନଥିବା ବେଳେ ବ୍ରିଜ ଉପରେ ସେ ଛାଡିଯାଇଥିବା ସ୍କୁଟି ଓ ଚପଲକୁ ନେଇ ଛାନଭିନ୍ କରୁଛି ପୋଲିସ ।

ଖବର ଅନୁଯାୟୀ, ଆଜି ପ୍ରାୟ ୧୧.୩୦ ମିନିଟରେ ଚାଉଁରପୁର ବ୍ରିଜ୍‌ ଉପରେ ଜଣେ ବ୍ୟକ୍ତି ହଠାତ୍‌ ସ୍କୁଟି ରଖି ମହାନଦୀକୁ ଡେଇଁ ପଡିଛନ୍ତି । କାହିଁକି ନଦୀକୁ ଡେଇଁଛନ୍ତି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ନଦୀକୁ ଡେଇଁବା ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସକୁ ତୁରନ୍ତ ଖବର ଦେଇଥିଲେ ସ୍ଥାନୀୟଲୋକେ । ଏହାପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ହେଲେ ଏବେ ଯାଏଁ ତାଙ୍କର କୌଣସି ପତ୍ତା ମିଳିନାହିଁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.