ଗର୍ଭାବସ୍ଥା ସମୟରେ ମହିଳାମାନଙ୍କ ଶରୀରରେ କୋଲେଷ୍ଟ୍ରଲ ବଢିବାର ସମସ୍ୟା ରହିଥାଏ, ଜାଣନ୍ତୁ ଏହାର କାରଣ

ଗର୍ଭାବସ୍ଥା ସମୟରେ ମହିଳାଙ୍କ ଲାଇଫ୍‌ଷ୍ଟାଇଲ୍‌ ଏବଂ ଡାଏଟ୍‌ରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ ଦେଖାଯାଏ । ଏହି କାରଣରୁ ମହିଳାମାନେ ଅନେକ ପ୍ରକାରର ସମସ୍ୟାର ସାମ୍ନା ମଧ୍ୟ କରିଥାନ୍ତି । ଏହି ସମୟରେ ଖାଦ୍ୟ ଏବଂ ପାନୀୟ ଯୋଗୁଁ କେତେକ ମହିଳାଙ୍କ ଶରୀରରେ କୋଲେଷ୍ଟ୍ରଲ ବଢିବାର ସମସ୍ୟାର ସାମ୍ନା କରିବା ପାଇଁ ପଡିଥାଏ ।

ଗର୍ଭାବସ୍ଥା ସମୟରେ ମହିଳାଙ୍କ ଶରୀରରେ ଅନେକ ପ୍ରକାରର ହରମୋନାଲ ପରିବର୍ତ୍ତନ ହୋଇଥାଏ । ବେଳେବେଳେ ଏହି ହରମୋନାଲ ପରିବର୍ତ୍ତନ ମହିଳାମାନଙ୍କ ପାଇଁ ଭଲ ହୋଇଥାଏ ତ ଆଉ ବେଳେବେଳେ ଏହି ପରିବର୍ତ୍ତନ ପାଇଁ ଅନେକ ପ୍ରକାରର ସମସ୍ୟା ମଧ୍ୟ ହୋଇଥାଏ । ତେବେ ଗର୍ଭାବସ୍ଥା ସମୟରେ ମହିଳାଙ୍କ ଲାଇଫ୍‌ଷ୍ଟାଇଲ୍‌ ଏବଂ ଡାଏଟ୍‌ରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ ଦେଖାଯାଏ । ଏହି କାରଣରୁ ମହିଳାମାନେ ଅନେକ ପ୍ରକାରର ସମସ୍ୟାର ସାମ୍ନା ମଧ୍ୟ କରିଥାନ୍ତି । ଏହି ସମୟରେ ଖାଦ୍ୟ ଏବଂ ପାନୀୟ ଯୋଗୁଁ କେତେକ ମହିଳାଙ୍କ ଶରୀରରେ କୋଲେଷ୍ଟ୍ରଲ ବଢିବାର ସମସ୍ୟାର ସାମ୍ନା କରିବା ପାଇଁ ପଡିଥାଏ । ତେବେ ଓନଲି ଇନ୍‌ ମାଇଁ ହ୍ଲେଥ୍‌ର ସୂଚନା ଅନୁସାରେ, ଗର୍ଭାବସ୍ଥାର ପ୍ରଥମ ତିନି ମାସ କୋଲେଷ୍ଟ୍ରଲ ଲେବଲ୍‌ ବଢିବାକୁ ଲାଗିଥାଏ । ସେଥିପାଇଁ ହାଇ କୋଲେଷ୍ଟ୍ରଲ ରୋଗରୁ ବଞ୍ଚିବା ପାଇଁ ବିଶେଷ ଭାବେ ମହିଳାମାନେ ନିଜ ଲାଇଫ୍‌ଷ୍ଟାଇଲ୍‌ ଏବଂ ଡାଏଟ୍‌ ଉପରେ ଧ୍ୟନ ଦେବା ଜରୁରୀ ।

ଗର୍ଭାବସ୍ଥା ସମୟରେ କଣ ପାଇଁ କୋଲେଷ୍ଟ୍ରଲ ବଢିଥାଏ :
ଗର୍ଭାବସ୍ଥା ସମୟରେ ବିଭିନ୍ନ ପ୍ରକାରର ଖାଦ୍ୟ, ପାନୀୟ ଏବଂ ଲାଇଫ୍‌ଷ୍ଟାଇଲରେ ପରିବର୍ତ୍ତନ କାରଣରୁ ଶରୀରରେ ଅନେକ ପ୍ରକାରର ହରମୋନାଲ ପରିବର୍ତ୍ତନ ହୋଇଥାଏ । ଏହି କାରଣରୁ କୋଲେଷ୍ଟ୍ରଲ ବଢିବାରେ ଲାଗିଥାଏ । କୋଲେଷ୍ଟ୍ରଲ ଶରୀରରେ ଫ୍ୟାଟ୍‌ ଜମା କରିଥାଏ, ଯେଉଁଥି ପାଇଁ ଓରଗାନିକ୍‌ ମଲିକ୍ୟୁଲ ହୋଇଥାଏ । ଏହି ସମୟରେ ଶରୀରରେ ଟେଷ୍ଟୋଷ୍ଟେରନ୍‌ ଏବଂ ଆଷ୍ଟ୍ରୋଜେନ୍‌ ହରମୋନ୍‌ ସ୍ତର ଅସନ୍ତୁଳନ ହେବା ଯୋଗୁଁ ହାଇ କୋଲେଷ୍ଟ୍ରଲ୍‌ ସମସ୍ୟା ଦେଖାଯାଏ । NCBI ରିପୋର୍ଟ ଅନୁସାରେ, ଗର୍ଭାବସ୍ଥା ସମୟରେ କୋଲେଷ୍ଟ୍ରଲ୍‌ ବଢିବାର ସମ୍ଭାବନା ଅଧିକ ଥାଏ । ସେହିପରି ଅନେକ ମହିଳାମାନଙ୍କ ମଧ୍ୟରେ ହାଇ କୋଲେଷ୍ଟ୍ରଲ ଜନିତ ସମସ୍ୟା ରହିଥାଏ । ଯେଉଁଥି ପାଇଁ ମହିଳାଙ୍କ ଶରୀରରେ ହରମୋନାଲ ପରିବର୍ତ୍ତନ ହୋଇଥାଏ ।

ଗର୍ଭାବସ୍ଥା ସମୟରେ ହାଇ କୋଲେଷ୍ଟ୍ରଲର ଲକ୍ଷଣ :
ଗର୍ଭାବସ୍ଥା ସମୟରେ କୋଲେଷ୍ଟ୍ରଲ ବଢିବା ଯୋଗୁଁ ମହିଳାମାନେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଏହି କାରଣରୁ ହାଇ ବିପି, ହାର୍ଟ ଆଟାକ, ପ୍ରିମେଚ୍ୟୁର ଡେଲିଭରି ଏବଂ ଜେନେଟିକ୍‌ ଡିସଅର୍ଡର ସମସ୍ୟା ମଧ୍ୟ ହୋଇପାରେ । ଗର୍ଭଧାରଣ ସମୟରେ କୋଲେଷ୍ଟ୍ରଲ ବଢ଼ିବାର ଅନେକ ଲକ୍ଷଣ ହୋଇପାରେ ।

ଶରୀରରେ କୋଲେଷ୍ଟ୍ରଲ ବଢିବାର ଲକ୍ଷଣ :
. ଗର୍ଭାବସ୍ଥା ସମୟରେ ହାଇ ବିପି ସମସ୍ୟା ।
. ନିଶ୍ୱାସ ନେବାରେ ଅସୁବିଧା ହେବା ।
. ଛାତିରେ ଯନ୍ତ୍ରଣା ହେବା ।
. ବାନ୍ତି ହେବା ।
. ଅଧିକ ଥକାପଣ ଲାଗିବା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.