କ୍ରିମିୟା ନାଭାଲ୍‌ ବେସ୍‌ରେ ରୁଷ୍‌ ଯୁଦ୍ଧ ଜାହାଜକୁ ମିସାଇଲ୍‌ ମାଡ଼, ୨ଟି ସିପ୍‌ କ୍ଷତିଗ୍ରସ୍ତ; ୨୪ ଆହତ

ରୁଷ ଯୁଦ୍ଧ ଜାହାଜକୁ ମିସାଇଲ ମାଡ଼। କ୍ରିମିୟା ନାଭାଲ ବେସ୍‌ ଉପରେ ରୁଷ ଯୁଦ୍ଧ ଜାହାଜକୁ ମିସାଇଲ ମାଡ଼ କରିଛି ୟୁକ୍ରେନ। ଏଥିରେ ୨ଟି ରୁଷ ୱାର ସିପ୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି।

ରୁଷ ଯୁଦ୍ଧ ଜାହାଜକୁ ମିସାଇଲ ମାଡ଼। କ୍ରିମିୟା ନାଭାଲ ବେସ୍‌ ଉପରେ ରୁଷ ଯୁଦ୍ଧ ଜାହାଜକୁ ମିସାଇଲ ମାଡ଼ କରିଛି ୟୁକ୍ରେନ। ଏଥିରେ ୨ଟି ରୁଷ ୱାର ସିପ୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି। ମିସାଇଲ ମାଡ଼ ପରେ ସେଭାଷ୍ଟୋପୋଲ ସିପ୍ ୟାର୍ଡରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି।

କ୍ରିମିୟାରେ ଥିବା ରୁଷର ସିପ୍ ମରାମତି ବେସ୍ ଉପରେ ମାଡ଼ ହୋଇଛି ମିସାଇଲ। ଏଥିରେ ରୁଷର ଦୁଇଟି ଜାହାଜ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ରହିଛି। ଯୁଦ୍ଧ ପରଠାରୁ ରୁଷ ବନ୍ଦର ଉପରେ ଏହା ହେଉଛି ୟୁକ୍ରେନର ସବୁଠୁ ବଡ଼ ଆକ୍ରମଣ। ଏହି ଆକ୍ରମଣ ୟୁକ୍ରେନ କରିଥିବା ସୂଚନା ଦେଇଛି ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ।

ରୁଷ ପକ୍ଷରୁ ୭ ମିସାଇଲକୁ ପ୍ରତିହତ କରାଯାଇଛି। ମାତ୍ର ଆକ୍ରମଣରେ ୨ଟି ୱାର ସିପ କ୍ଷତିଗ୍ରସ୍ତ ହେବା ସହ ୨୪ ଜଣ ଆହତ ହୋଇଛନ୍ତି। ମିସାଇଲ୍‌ ମାଡ଼ରେ ୮ଟି ଘର ନଷ୍ଟ ହୋଇଛି। ଏକ ଡିଜେଲ-ଇଲେକ୍ଟ୍ରିକ୍‌ ସବ୍‌ମରିନ୍‌ ଏବଂ ଲ୍ୟାଣ୍ଡିଂ ସିପ୍‌ରେ ନିଆଁ ଲାଗିଯାଇଛି। ଦୁଇଟି ୱାର ସିପ୍‌କୁ ମରାମତି କରାଯାଉଥିବା ବେଳେ ବୁଧବାର ସକାଳେ ଏହି ମିସାଇଲ୍‌ ମାଡ଼ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.