Below header

ଗୋଠପାଟଣାକୁ ଡାକି ଯୁବକଙ୍କୁ କଲେ ଅପହରଣ ! ହେଲେ କୌଶଳକ୍ରମେ ଖସି ଆସି ପହଁଚିଗଲେ ଥାନାରେ

ଫୋନ୍ କରି ଡାକିଲେ ତାପରେ ଅପହରଣ କରିନେଲେ। ଦାବି କଲେ ୫ ଲକ୍ଷ ଟଙ୍କା ।

ଭୁବନେଶ୍ୱର (କେନ୍ୟୁଜ): ଆରେ ରାଜା ତୁମେ କଣ ସବୁ ଜିନିଷ ଡୋନେଟ କରିବ କହୁଥିଲ ନା ତେବେ ତୁମେ ଗୋଠପାଟଣା ଆସ ସେଇଠୁ ଆମେ ତୁମକୁ ଗାଡି ରେ ନେଇଯିବୁ । ଆମେ ଜାଗା ମୁଣ୍ଡରେ ପହଁଚିଲେ କଥା ହେବା । ଏମିତି କିଛି କଥା ପରିଚିତ ଯୁବକ ମାନଙ୍କଠାରୁ ଶୁଣି ରାଜା ଦଉଡ଼ି ଯାଇଥିଲା ଗୋଠ ପାଟଣା । ରାଜା କୁ ଡାକି ନେଇ ଗୋଟିଏ ଏକୁଟିଆ ଘର ଭିତରେ ରଖି ପ୍ରଥମେ କଥା ହେଲା କିଛି ସମୟରେ ସେ ଜାଣି ପାରିଥିଲେ ସେ କିଡ଼ନାପ ହୋଇ ସାରିଛନ୍ତି। କାହିଁକି ନା କିଛି ସମୟ ପରେ ତାଙ୍କ ଉପରେ ମାଡ ମାରିବା ଆରମ୍ଭ କରିଥିଲେ ଡାକି ଥିବା ଯୁବକ ମାନେ । ଆଉ ସେମାନେ ଡାକି ଆଣି ପାଞ୍ଚ ଲକ୍ଷ ଟଙ୍କା ଦାବି କରୁଥିଲେ ବୋଲି ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ ରାଜା।

ତେବେ ରାଜାଙ୍କ ପ୍ରକୃତ ନାମ ଅକ୍ଷୟ କୁମାର ଦାସ।ଘର ଖୋର୍ଦ୍ଧା ଜିଲ୍ଲାରେ ହୋଇଥିବାବେଳେ ସେ ସାମନ୍ତରାପୁର ନିକଟ ଗ୍ୟାରେଜ ଛକରେ ଭଡାରେ ନିଜ ପରିବାର ନେଇ ରୁହନ୍ତି । ଅକ୍ଷୟ କୁମାର ଦାସ ଡାକ ନାମ ରାଜା, ଜଣେ ସ୍ୱେଛାସେବୀ ଭାବରେ କାମ କରନ୍ତି । ନିଜର ଏକ ଟ୍ରଷ୍ଟ ମଧ୍ୟ ରହିଛି ଯାହା ମାଧ୍ୟମରେ ସେ ବିଭିନ୍ନ ପ୍ରକାର ଲୋକସେବା କାମ କରନ୍ତି ।

ଯେଉଁ ଯୁବକ ମାନେ ରାଜାଙ୍କୁ ଡାକିଥିଲେ ଘଟଣା ଦିନ ସେମାନେ ରାଜାଙ୍କ ସହିତ ଆଗରୁ ମିଶି ଏହି ସବୁ ସ୍ୱେଛାସେବୀ କାମ କରୁଥିଲେ। ତେଣୁ ପାଖକୁ ଡାକି ଅପହରଣ କରି ପାଞ୍ଚ ଲକ୍ଷ ଟଙ୍କା ଦାବି କରୁଥିଲେ । ତେଣୁ ରାଜାଙ୍କୁ ଦୀର୍ଘ ପାଞ୍ଚ ସାତ ଘଣ୍ଟା କାଳ ଗୋଟିଏ ଘରେ ବନ୍ଦ କରି ମାଡ଼ ମାରି ଲହୁ ଲୁହାଣ କଲା ପରେ କୌଶଳ କ୍ରମେ ସେଠାରୁ ଖସି ଆସି ପୋଲିସ ସହାୟତା କେନ୍ଦ୍ରକୁ ଫୋନ କରିଥିଲେ ରାଜା । ପରେ ପିସିଆର ପହଂଚି ରାଜାଙ୍କୁ ଉଦ୍ଧାର କରିଥିଲା ବୋଲି ସେ ଥାନାରେ ଅଭିଯୋଗ କରିଛନ୍ତି।

ଏପଟେ ଘଟଣା ସମୟରେ ପିସିଆର ଜଣେ ଯୁବକକୁ କାବୁ କରିଥିଲା । ଯେଉଁ ଘରେ ଘଟଣା ଘଟିଥିଲା ସେଇ ଘରେ ଚନ୍ଦକା ପୋଲିସ ଛାନଭିନ୍ କରି ଜଣେ ଯୁବକଙ୍କୁ ଅଟକ ରଖିଥିଲା । କିନ୍ତୁ ପୋଲିସ ପର ମୁହୂର୍ତ୍ତରେ ଉକ୍ତ ଯୁବକକୁ ଛାଡ଼ି ଦେଇଥିବା ଜଣାପଡିଛି। ଏହି ଘଟଣା ଚନ୍ଦକା ଅଞ୍ଚଳରେ ଜନ୍ମାଷ୍ଟମୀ ଦିନ ଘଟିଥିଲେ ବି ଆଜିଯାଏ ହେଲାଣି କାହଁକି ନିରବ ବସିଛି ପୋଲିସ ? ଘଟଣାରେ ସମ୍ପୃକ୍ତ ଯୁବକ ମାନଙ୍କ ନାମରେ ମାମଲା ରୁଜ୍ଜୁ ହୋଇଥିବାବେଳେ ତଦନ୍ତ ଚାଲିଥିବା କହିଛନ୍ତି ଚନ୍ଦକା ଥାନା ଅଧିକାରୀ ।

ଏଘଟଣାର ଏତଲା ରୁଜ୍ଜୁ ହେଲା ପରେ ଅକ୍ଷୟଙ୍କ ପତ୍ନୀଙ୍କୁ ଉପରୋକ୍ତ ଦୃବୃର୍ତ୍ତ ମାନେ ଆକ୍ରମଣ କରିଥିଲେ। ଏଭଳି ଘଟଣା ଘଟିଲା ପରେ ରାଜାଙ୍କ ପରିବାର ପୁରାପୁରି ଡରିଯାଇଛନ୍ତି। ଏପଟେ ଅଭିଯୋଗ ହୋଇଥିବା ଯୁବକ ମାନଙ୍କ ପକ୍ଷରୁ କୌଣସି ପ୍ରତିକ୍ରୀୟା ମିଳିପାରିନାହିଁ। ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ କମିଶନରରେଟ ପୋଲିସ କେଉଁ ଭାବରେ ଗ୍ରହଣ କରୁଛି ଏବଂ ଅକ୍ଷୟ ଓରଫ ରାଜାଙ୍କୁ କେବେ ନ୍ୟାୟ ଦେଉଛି ତାହା ଦେଖିବାକୁ ବାକି ରହିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.