Below header

ବାଲାଜୀ ରୂପରେ ଭକ୍ତଙ୍କୁ ଦର୍ଶନ ଦେବେ ପ୍ରଭୁ ଗଣେଶ, ମୂର୍ତ୍ତି ତିଆରି ପାଇଁ ଲାଗିପଡ଼ିଛନ୍ତି କାରିଗର

ଧରାପୃଷ୍ଠକୁ ଆସିବେ ଗଜାନନ। ଭକ୍ତଙ୍କ ମେଳରେ ରହି ଦର୍ଶନ ଦେବେ । ଲୋକଙ୍କର ସବୁ କଷ୍ଟକୁ ଦୂର କରିବେ। ପ୍ରତିଥର ଗଣେଶ ପୂଜାରେ ସାରା ଦେଶ ଚଳ ଚଞ୍ଚଳ ହୋଇଯାଏ । ସବୁ ଭକ୍ତ ବଡ଼ ଧୂମଧାମରେ ଗଜାନନଙ୍କ ସ୍ୱାଗତ କରିଥାନ୍ତି। ପ୍ରତି ଥର ମେଢ଼ ଲାଗେ ଆଉ ସବୁଥର ଭିନ୍ନ ଭିନ୍ନ ଅନ୍ଦାଜରେ କରିଗର ମାନେ ମୂର୍ତ୍ତି ତିଆରି କରି ଦେଇଥାନ୍ତି । ସବୁଠୁ ଆକର୍ଷଣୀୟ ଏହି ମୂର୍ତ୍ତି ଥାଏ , ଯାହାକୁ ଦେଖିବା ପାଇଁ ଲୋକମାନେ ଭିଡ କରିଥାନ୍ତି । ଚଳିତ ଥର ଗଜାନନ ବାଲାଜୀ ରୂପରେ ଭକ୍ତଙ୍କୁ ଦର୍ଶନ ଦେବେ ।

ଆଗକୁ ଅସଉଛି ଗଣେଶ ପୂଜା । ଏଥିପାଇଁ ତିଆରି ହେଲାଣି ବିଭିନ୍ନ ଜାଗାରେ ଗଣେଶଙ୍କ ମୂର୍ତ୍ତି । କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲିରେ ଏକ ନିଆଁରା ଢଙ୍ଗରେ ଗଢ଼ା ଚାଲିଛି ଗଣେଶ ମୂର୍ତ୍ତି । ବାଲାଜୀ ରୂପରେ ତିଆରି ହେଉଛି ଗଣେଶଙ୍କ ମୂର୍ତ୍ତି।

ଚାଲିଛି ମୂର୍ତ୍ତି ତିଆରି କାମ । ଏ ହେଉଛି କଟକ ଜିଲ୍ଲା ନିଶ୍ଚିତକୋଇଲି ବ୍ଲକ ନିଶ୍ଚିତକୋଇଲି ହାଟ ପାଖରେ ଥିବା ବହୁ ପୁରାତନ ମହାବୀର କ୍ଳବ ର ଦୃଶ୍ୟ l ଏଠି ଗଣେଶ ଙ୍କ ଉଚ୍ଚତା ପ୍ରାୟ ବାଇଶ ଫୁଟ ରୁ ଉର୍ଦ୍ଧ ହେବ । ମୃତ୍ତି ତିଆରି କାର୍ଯ୍ୟ ରେ ତିନି ଜଣ ମିସ୍ତ୍ରୀ ଲାଗିଛନ୍ତି । ଏହି ମହାବୀର କ୍ଳବରେ ଦୀର୍ଘ କୋଡ଼ିଏ ବର୍ଷ ରୁ ଉର୍ଦ୍ଧ ହେବ ଗଣେଶ ପୂଜା କମିଟି ପକ୍ଷରୁ ଏହାକୁ ପାଳନ କରାଯାଉଛି ବୋଲି କହିଛନ୍ତି କମିଟି ସଦସ୍ୟ ।

କ୍ଳବର ସଦସ୍ୟ ମାନଙ୍କ କହିବା ଅନୁସାରେ ଏହି ଆଖ ପାଖ ଅଂଚଳ ରେ ଏମିତି ଗଣେଶ ମୂର୍ତ୍ତି କୋଉଠି ହୁଏ ନାହିଁ ।ଚଳିତ ବର୍ଷ ଏହା ବେଶ ଧୁମଧାମରେ ପାଳନ ହେବା ସହ ସବୁଦିନ ସଂସ୍କୃତିକ କାର୍ଯ୍ୟ କର୍ମ ହେବା ଶହ ଭସାଣି ରେ ପାରମ୍ପରିକ ଢଙ୍ଗ ରେ ଘଣ୍ଟ ବଜ଼ା ଶହ ଭସାଣି କାର୍ଯ୍ୟକ୍ରମ ହେବ ।ଏହି କ୍ଳବରେ ପିଢ଼ି ପରେ ପିଢ଼ି ପିଲାମାନେ ବେଶ ଧୁମ ଧାମ ରେ ଗଣେଶ ପୂଜା ପାଳନ କରନ୍ତି ।ଚଳିତ ବର୍ଷ ମଧ୍ୟ ଭଲରେ ଗଣେଶ ପୂଜା ହେବ ବୋଲି କ୍ଳବ ସଦସ୍ୟ ମାନେ ଆଶା ରଖିଛନ୍ତି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.