‘ଲାଲବଗଚା ରାଜା’ ବାବା ଗଣେଶଙ୍କ ଉପରେ ଅଳଙ୍କାର ଓ ଟଙ୍କା ବର୍ଷା କଲେ ଭକ୍ତ, ଦେଖନ୍ତୁ ଭିଡିଓ

ମୁମ୍ବାଇର ଗଣେଶ ପୂଜା ବିଷୟ କାହାକୁ ବା ଅଛପା । ବିଭିନ୍ନ ଥିମ୍‌ ଉପରେ ଆଧାରିତ ହୋଇଥାଏ ଏଠାକାର ପେଣ୍ଡାଲ ଗୁଡିକ । ତେବେ ଏମିତି ଏକ ପେଣ୍ଡାଲର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହାର ଚିତ୍ରକଳା ଏବଂ ଡିଜାଇନ୍‌ ଅଦ୍ୱିତୀୟ ।

ମୁମ୍ବାଇ: ଗତ ସେପ୍ଚେମ୍ବର ୧୯ରେ ସାରା ଦେଶରେ ପାଳିତ ହୋଇଯାଇଛି ଗଣେଶ ଚତୁର୍ଥୀ । ତେବେ ଏହି ଉତ୍ସବକୁ କିନ୍ତୁ ପାଖାପାଖି ୧୦ ଦିନ ପାଳନ କରିଥାନ୍ତି ଲୋକେ । ଉତ୍ସାହ ଏବଂ ଭକ୍ତିର ଲହରୀ ଏବେ ସମସ୍ତ ଭାରତବାସୀଙ୍କ ହୃଦୟକୁ ମନ୍ତ୍ରମୁଗ୍ଧ କରୁଛି ।  ବିଭିନ୍ନ ସ୍ଥାନରେ ଏହି ପର୍ବକୁ ଖୁବ୍ ଧୁମ୍ ଧାମ୍ ରେ ପାଳନ କରାଯାଉଥିବାର ଦେଖିବାକୁ ମିଳୁଛି ।

ତେବେ ଏହି ଅବସରରେ ମୁମ୍ବାଇ ବା କେମିତି ପଛରେ ରହିବ । ମୁମ୍ବାଇର ଗଣେଶ ପୂଜା ବିଷୟ କାହାକୁ ବା ଅଛପା । ବିଭିନ୍ନ ଥିମ୍‌ ଉପରେ ଆଧାରିତ ହୋଇଥାଏ ଏଠାକାର ପେଣ୍ଡାଲ ଗୁଡିକ । ତେବେ ଏମିତି ଏକ ପେଣ୍ଡାଲର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହାର ଚିତ୍ରକଳା ଏବଂ ଡିଜାଇନ୍‌ ଅଦ୍ୱିତୀୟ । ଏହା ହେଉଛି ‘ଲାଲବଗଚା ରାଜା’ । ‘ଲାଲବଗଚା ରାଜା’ ବାବା ଗଣେଶଙ୍କ ମୂର୍ତ୍ତି  ସର୍ବଦା ଏକ ସିଂହାସନରେ ବସିଥିବାର ଦେଖିବାକୁ ମିଳିଥାଏ । ଏହା ଛତ୍ରପତି ଶିବାଜୀଙ୍କ ୩୫୦ତମ ରାଜ୍ୟଭିଷେକର ପ୍ରତୀକ , ଯାହା ଅତି ଲୋକପ୍ରିୟ । ସ୍ୱର୍ଗତ କଳା ନିର୍ଦେଶକ ନିତିନ ସି ଦେଶାଇଙ୍କର ଏହା ଅନ୍ତିମ ରଚନା ବୋଲି ବିବେଚନା କରାଯାଏ ।

ତେବେ ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ଗଣେଶ ଚତୁର୍ଥୀର ଏହି ଶୁଭ ଅବସରରେ ମୁମ୍ବାଇର ‘ଲାଲବଗଚା ରାଜା’ଙ୍କୁ ଭକ୍ତମାନଙ୍କଠାରୁ ଭରପୂର ଦାନ ମିଳିଛି । ଯାହା ସମସ୍ତଙ୍କୁ ଚକିତ କରିଛି । ‘ଲାଲବଗଚା ରାଜା’ଙ୍କ ଉପରେ ଭକ୍ତମାନେ ଆମାପ ପରିମାଣର ସୁନା, ରୂପା, ଅଳଙ୍କାର ଏବଂ ଟଙ୍କାର ବର୍ଷା କରିଛନ୍ତି । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

ସୂଚନାଯୋଗ୍ୟ ଯେ, ପ୍ରାୟ ୩ବର୍ଷର ବ୍ୟବଧାନ ପରେ ମୁମ୍ବାଇ ଏବଂ ମହାରାଷ୍ଟ୍ରରେ ଏପରି ଧୁମ୍‌ଧାମରେ ଗଣେଶ ମହୋତ୍ସବର ପାଳନ ହେଉଛି । ଢୋଲ-ବାଜା, ନୃତ୍ୟ, ମୃଦଙ୍ଗ, ସଙ୍ଗୀତ ଏବଂ ‘ଗଣପତି ବାପ୍ପା ମୋରିୟା’ ଧ୍ୱନିରେ ଭକ୍ତମାନେ ଝୁମି ଉଠିଛନ୍ତି । ଏଠାରେ ଗଣେଶଜୀଙ୍କ ପ୍ରିୟ ମିଠା ମୋଦକ ଭୋଗ କରାଯାଏ । ଏହି ବର୍ଷ ୩୬ ଫୁଟ୍‌ (ଖେତବାଡିଚା ରାଜା) ଠାରୁ ଆରମ୍ଭ କରି ୨ ଫୁଟ୍‌ର ଛୋଟ ମୂର୍ତ୍ତି ବିଭିନ୍ନ ରଙ୍ଗ ଏବଂ ଡିଜାଇନରେ ସୁସଜ୍ଜିତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.