ଚଳଚଞ୍ଚଳ ଭଦ୍ରକ ସହର, ମାସେ ପର୍ଯ୍ୟନ୍ତ ପୂଜା ପାଇବେ ୫୦୦ ବର୍ଷର ବୁଢ଼ା ଗଣେଶ

ଶିଶୁ ରୂପେ ସେ ପିଲା ଗଣେଶ, ଯୁବାବସ୍ଥାରେ ସେ ଟୋକା ଗଣେଶ ଓ ବୃଦ୍ଧାବସ୍ଥାରେ ସେ ବୁଢା ଗଣେଶ । ୧୦ ବର୍ଷର କି ୨୦ ବର୍ଷର କଥା ନୁହେଁ ବରଂ ଏ କଥା ଦୀର୍ଘ ୫୦୦ ବର୍ଷର..ବର୍ଷ ବର୍ଷ ଧରି ଗଣପତିଙ୍କ ଏହି ନିଆରା ପରମ୍ପରାକୁ ପାଳି ଆସୁଛି ଭାଇଚାରାର ସହର ଭଦ୍ରକ । ସେଥିପାଇଁ ତ ସବୁଠି ଏଥର ପ୍ରସ୍ତୁତି ଜୋରସୋରରେ ଚାଲିଛି ।

ବିଘ୍ନ ବିନାଶକ, ଗଜାନନ, ପୁଣି ସେ ଗୌରୀ ନନ୍ଦନ । ଗଜାନନଙ୍କ ଅନେକ ରୂପ ରହିଛି , ଯେଉଁଥିରେ ସେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଚାରି ଯୁଗରେ ଚାରୋଟି ଅବତାରରେ ପୂଜା ପାଇ ଆସୁଛନ୍ତି ଅଗ୍ରପୂଜ୍ୟ ଗଣେଶ । ଶିଶୁ ରୂପେ ସେ ପିଲା ଗଣେଶ, ଯୁବାବସ୍ଥାରେ ସେ ଟୋକା ଗଣେଶ ଓ ବୃଦ୍ଧାବସ୍ଥାରେ ସେ ବୁଢା ଗଣେଶ । ୧୦ ବର୍ଷର କି ୨୦ ବର୍ଷର କଥା ନୁହେଁ ବରଂ ଏ କଥା ଦୀର୍ଘ ୫୦୦ ବର୍ଷର..ବର୍ଷ ବର୍ଷ ଧରି ଗଣପତିଙ୍କ ଏହି ନିଆରା ପରମ୍ପରାକୁ ପାଳି ଆସୁଛି ଭାଇଚାରାର ସହର ଭଦ୍ରକ । ସେଥିପାଇଁ ତ ସବୁଠି ଏଥର ପ୍ରସ୍ତୁତି ଜୋରସୋରରେ ଚାଲିଛି ।

ଗଣେଶ ପୂଜା ପାଇଁ ଉତ୍ସବ ମୁଖରିତ ହୋଇ ଉଠୁଛି ସାରା ପୁରପଲ୍ଲୀ । ଗାଁ ଠୁ ସହର ସମସ୍ତେ ପ୍ରଭୁ ଗଜାନନଙ୍କ ଆଗମନକୁ ନେଇ ପୂର୍ଵ ପ୍ରସ୍ତୁତିରେ ଲାଗିପଡିଛନ୍ତି । ତେବେ ରାଜ୍ୟର ଅନେକ ସ୍ଥାନ ଏପରି ରହିଛି ଯାହା ଗଣେଶ ପୂଜା ତଥା ମେଢ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ । ଏଇ ଯେପରି ଭଦ୍ରକ ସହରର ବୁଢା ଗଣେଶ, କେବଳ ବୁଢା ଗଣେଶ ନୁହନ୍ତି ବରଂ ଟୋକା ଗଣେଶ , ପିଲା ଗଣେଶ ଓ କାଞ୍ଚନ ଗଣେଶ ଜିଲ୍ଲାର ସବୁଠୁ ପ୍ରସିଦ୍ଧ ହୋଇଥିବାବେଳେ ରାଜ୍ୟର ଅନ୍ୟ ସ୍ଥାନରେ ବି ଏହାକୁ ଦେଖିବା ଲାଗି ଉତ୍କଣ୍ଠା ଲାଗିରୁହେ । ସବୁଠି ଦଶ ଦିନ ଧରି ମେଢ ଲାଗୁଥିବାବେଳେ ଭଦ୍ରକ ସହରରେ ଏହା ଏକ ମାସ ପର୍ଯ୍ୟନ୍ତ ଚାଲିବ ।

ଏଠିକାର ପରମ୍ପରା ବହୁ ପୁରୁଣା…ସେଇଥି ପାଇଁ ତ ଦିନେ ନୁହେଁ କି ଦୁଇ ନୁହେଁ ବରଂ ପୂରା ମାସେ କାଳ ପୂଜା ପାଇବା ପରେ ବିସର୍ଜନ ହୁଅନ୍ତି ଶ୍ରୀଗଣେଷ। ମାନସିକ କଲେ ପୂର୍ଣ୍ଣ ହୁଏ ମନସ୍କାମନା.. ଭାଇଚାରାର ସହର ଭଦ୍ରକରେ ଚଳିତ ବର୍ଷ ମଧ୍ୟ ପବିତ୍ର ଗଣେଶ ପୂଜା ଉତ୍ସବ ମହା ଆଡମ୍ବର ସହିତ ଅନୁଷ୍ଠିତ ହେବ। ଏଥିପାଇଁ ବିଭିନ୍ନ ମଣ୍ଡପରେ ଜୋର ସୋରରେ ଚାଲିଛି ପ୍ରସ୍ତୁତି କାର୍ଯ୍ୟ। ବିଶେଷ କରି ଭଦ୍ରକରେ ପ୍ରସିଦ୍ଧ ବୁଢ଼ା ଗଣେଶ, ଟୋକା ଗଣେଶ,ପିଲା ଗଣେଶ ଓ କାଞ୍ଚନ ଗଣେଶଙ୍କ ପୂଜା ଦୀର୍ଘ ଏକ ମାସ ଧରି ଚାଲିବ। ସେଥିପାଇଁ ସେ ସବୁ ପୂଜା ମଣ୍ଡପ ରେ ପ୍ରସ୍ତୁତି କାର୍ଯ୍ୟ ଜୋର ସୋରରେ ଚାଲିଛି। ଦୀର୍ଘ ପାଞ୍ଚ ଶହ ବର୍ଷ ରୁ ଅଧିକ ହେବ ଭଦ୍ରକର ପୁରୁଣା ବଜାର ଠାରେ ବୁଢ଼ା ଗଣେଶଙ୍କ ପୂଜା ହୋଇ ଆସୁଥିବା ବେଳେ ତେପନ ବର୍ଷ ଧରି ଟୋକା ଗଣେଶ ପୂଜା ଏବଂ ତିରିଶ ବର୍ଷ ଧରି ପିଲା ଗଣେଶଙ୍କ ପୂଜାର୍ଚନା ହେଉଛି । ଗତ କିଛି ବର୍ଷ ହେବ କାଞ୍ଚନ ଗଣେଶ ଙ୍କ ପୂଜା ମଧ୍ୟ ମହା ଆଡମ୍ବର ସହିତ ଅନୁଷ୍ଠିତ ହେଉଛି। ଗଣେଶ ଚତୁର୍ଥୀ ରୁ ଏହି ଚାରି ଗୋଟି ଗଣେଶ ଦୀର୍ଘ ଏକ ମାସ ଧରି ମଣ୍ଡପରେ ପୂଜା ପାଇବେ।

ଗଣେଶ ପୂଜା କୁ ଭଦ୍ରକ ସହରରେ ଗଣ ପର୍ବ ଭାବେ ପାଳନ କରା ଯାଉଛି। ଏହି ସମୟ ମଧ୍ୟରେ ବିଭିନ୍ନ ପୂଜା କମିଟି ପକ୍ଷରୁ ଉଭୟ ହିନ୍ଦୁ ଓ ମୁସଲିମ ଙ୍କୁ ନେଇ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯିବ । ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପୂଜା କମିଟି ପକ୍ଷରୁ ଆୟୋଜନ ଚାଲିଥିବା ବେଳେ ମୂର୍ତ୍ତି ଗଢ଼ା ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ରେ ଚାଲିଛି। ଦୋ ମାଟିଆ ସରିଛି।ରଙ୍ଗ ଦେବା କାର୍ଯ୍ୟ ଆରମ୍ଭ ହେବା ସହ ବିଭିନ୍ନ ପୂଜା ମଣ୍ଡପରେ ସାଜ ସଜା ପାଇଁ ବିଭିନ୍ନ ଉପକରଣ ଆସି ଗଲାଣି। ସେହିପରି ଏହି ପୂଜା କୁ ବିଗତ ବର୍ଷ ମାନଙ୍କ ପରି ଚଳିତ ବର୍ଷ କିପରି ଶାନ୍ତି ଶୃଙ୍ଖଲାର ସହିତ ସମାପନ କରାଯିବ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.