୮ କୋଟିରୁ ଅଧିକ ଟଙ୍କାରେ ନିଲାମ ହେଲା ଏହି ଲାଲ ରଙ୍ଗର ସ୍ୱେଟର, କିଣିବା ପାଇଁ ଲାଗିଲା ଭିଡ଼

ଆପଣ କେବେ କୌଣସି ସ୍ୱେଟରର ଦାମ କୋଟି ଉପରେ ଥିବା ଶୁଣିଛନ୍ତି କି । ଏପରି କିଛି ବାସ୍ତବରେ ଦେଖିବାକୁ ମିଳିଛି । ନିକଟରେ ଗୋଟିଏ ଲାଲ ରଙ୍ଗର ସ୍ୱେଟରକୁ ୮.୨୪ କୋଟି ଟଙ୍କାରେ ନିଲାମ କରାଯାଇଛି ।

ଆପଣ ନିଜ ଜୀବନରେ ଦାମୀରୁ ବହୁତ ଦାମୀ ଡ୍ରେସ ଦେଖିଥିବେ ନିଶ୍ଚିତ । ଏହି ଡ୍ରେସର ମୂଲ୍ୟ ହଜାର ହଜାର କିମ୍ବା ଲକ୍ଷରେ ମଧ୍ୟ ହୋଇଥାଏ । କିନ୍ତୁ ଆପଣ କେବେ କୌଣସି ସ୍ୱେଟରର ଦାମ କୋଟି ଉପରେ ଥିବା ଶୁଣିଛନ୍ତି କି । ଏପରି କିଛି ବାସ୍ତବରେ ଦେଖିବାକୁ ମିଳିଛି । ନିକଟରେ ଗୋଟିଏ ଲାଲ ରଙ୍ଗର ସ୍ୱେଟରକୁ ୮.୨୪ କୋଟି ଟଙ୍କାରେ ନିଲାମ କରାଯାଇଛି । ଏହି ସ୍ୱେଟରକୁ କିଣିବା ପାଇଁ ଧନୀ ଲୋକଙ୍କ ଭିଡ଼ ଜମିଥିଲା । ଏହାକୁ ଧ୍ୟାନରେ ଦେଖିଲେ ଏହି ସ୍ୱେଟରରେ ଧଳା ଏବଂ କଳା ରଙ୍ଗର ମେଣ୍ଡା ଥିବା ନଜର ଆସୁଛି । ଏହି ନିଲାମ ଆମେରିକାର ନ୍ୟୁୟର୍କରେ କରାଯାଇଥିବା ଜଣା ପଡ଼ିଛି ।

ଏହି ସ୍ୱେଟରର ନିଲାମ ୩୧ ଅଗଷ୍ଟରୁ ଆରମ୍ଭ ହୋଇଥିଲା । ଶେଷ ପର୍ଯ୍ୟନ୍ତ ଏହା ୧.୬୪ କୋଟି ଟଙ୍କାରେ ନିଲାମ ହେବ ବୋଲି କୁହାଯାଉଥିଲା । କିନ୍ତୁ ଶେଷ କିଛି ମିନିଟରେ ସବୁ କିଛି ଓଲଟ ପାଲଟ ହେଇଯାଇଥିଲା । ସ୍ୱେଟରର ମୂଲ୍ୟ ଏକ କୋଟି ଟଙ୍କା ଉପରେ ପହଞ୍ଚିବା ପରେ ନିଲାମ କରୁଥିବା କମ୍ପାନୀ ଆଶ୍ଚର୍ଯ୍ୟ ହୋଇଥିଲା । ତେବେ ଜଣେ ବ୍ୟକ୍ତି ଏହି ସ୍ୱେଟରକୁ ୮.୨୪ କୋଟି ଟଙ୍କାରେ ନିଜ ନାମରେ କରିଛନ୍ତି ।

ଏହା ଏକ ସାଧାରଣ ସ୍ୱେଟର କିନ୍ତୁ ଏହାର ମୂଲ୍ୟ ଏତେ ଅଧିକ କାହିଁକି ? ଆପଣଙ୍କ ମନରେ ଏଭଳି ପ୍ରଶ୍ନ ନିଶ୍ଚିତ ଆସୁଥିବ । ତେବେ ଏହି ସ୍ୱେଟରକୁ ପିନ୍ଧିଥିବା ବ୍ୟକ୍ତିଙ୍କ ପାଇଁ ଏହା ଏତେ ଟଙ୍କାରେ ନିଲାମ ହୋଇଛି । ଅର୍ଥାତ ଏହାକୁ ପିନ୍ଧିଥିବା ବ୍ୟକ୍ତି କୌଣସି ସାଧାରଣ ବ୍ୟକ୍ତି ନୁହଁନ୍ତି । ବ୍ରିଟିଶର ସମ୍ଭ୍ରାନ୍ତ ପରିବାରର ରାଜକୁମାରୀ ଡାୟନାଙ୍କର ଏହି ସ୍ୱେଟର ଥିଲା । ଏହି ସ୍ୱେଟର ସହ ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ରହିଛି । ଗତ କିଛି ଦିନ ଧରି ତାଙ୍କ ସହିତ ଜଡ଼ିତ ଅନେକ ଜିନିଷ ନିଲାମ କରାଯାଉଛି । ତାଙ୍କ ସହିତ ଜଡ଼ିତ କାର ଏବଂ ବିବାହ ପୋଷାକ ମଧ୍ୟ ନିଲାମ କରାଯାଇଥିଲା । କିନ୍ତୁ ସବୁଠାରୁ ଅଧିକ ଟଙ୍କାରେ ଏହି ସ୍ୱେଟର ନିଲାମ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.