ଅଧା ବାଟରେ ସରିଗଲା ଇନ୍ଧନ, ଜରୁରୀକାଳୀନ ସ୍ଥିତିରେ ଜଙ୍ଗଲରେ ଯାଇ ଲ୍ୟାଣ୍ଡ କଲା ଋଷୀୟ ବିମାନ A-320

ଋଷିଆରେ ଦେଖିବାକୁ ମିଳିଛି ଏକ ଛାତି ଥରାଇ ଦେବା ଭଳି ଘଟଣା। ଏଠାରେ ପ୍ଲେନ ବିମାନ ବନ୍ଦର ବଦଳରେ ଜଙ୍ଗଲରେ ଲ୍ୟାଣ୍ଡ କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବିମାନରେ ୧୬୭ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଏବେ ବିମାନ ଅବତରଣ କରିବାର ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି।

ଋଷିଆରେ ଦେଖିବାକୁ ମିଳିଛି ଏକ ଛାତି ଥରାଇ ଦେବା ଭଳି ଘଟଣା। ଏଠାରେ ପ୍ଲେନ ବିମାନ ବନ୍ଦର ବଦଳରେ ଜଙ୍ଗଲରେ ଲ୍ୟାଣ୍ଡ କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବିମାନରେ ୧୬୭ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଏବେ ବିମାନ ଅବତରଣ କରିବାର ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି। ଆପଣ ସମସ୍ତେ ଜାଣିଛନ୍ତି ଏରୋପ୍ଲେନ ମନ ଇଛା କୋଉଠି ବି ଲ୍ୟାଣ୍ଡ କରିପାରେ ନାହିଁ। ଆଉ ଏହି କାରଣରୁ ନିଦ୍ଧିଷ୍ଟ ବିମାନ ବନ୍ଦରରେ ଏହାକୁ ଲ୍ୟାଣ୍ଡ କରିବାର ବ୍ୟବସ୍ଥା ରଖାଯାଇଛି । ପ୍ଲେନରେ ଲାଗିଥିବା ଯନ୍ତ୍ରପାତି କାରଣରୁ ଏହା ସବୁଠି ଲ୍ୟାଣ୍ଡ କରିବା ଅସମ୍ଭବ। ଆଉ ଯଦି ବି ଲ୍ୟାଣ୍ଡ କରୁଛି ତେବେ କ୍ରାସ ହେବାର ସମ୍ଭାବନା ରହିଥାଏ । ଏମିତିରେ ପ୍ଲେନରେ ଥିବା ଲୋକଙ୍କ ଜୀବନ ପ୍ରତି ବିପଦ ବଢିଯାଏ । କିନ୍ତୁ ଋଷିଆର ଏହି ପ୍ଲେନ ଖୋଲା ଜମିରେ ଅବତରଣ କରିଥିବାର ଭଡିଓ ଦେଖି ଏବେ ସମସ୍ତେ ଆଶ୍ଚର୍ଯ୍ୟ । ଆଉ ଏହାକୁ ଦେଖିବା ପରେ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଆସୁଥିଲା କାହାର କିଛି କ୍ଷତି ହୋଇନି ତ….

ଆପଣ ଦେଖନ୍ତୁ ଥରେ ଏହି ଭିଜୁଆଲ । ଏଠାରେ ପ୍ଲେନ ବିମାନ ବନ୍ଦର ବଦଳରେ ଜଙ୍ଗଲ ପାଖରେ ଥିବା ଏକ ଖୋଲା ସ୍ଥାନରେ ଅବତରଣ କରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବିମାନରେ ୧୬୭ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଏବେ ଖୋଲା ସ୍ଥାନରେ ବିମାନ ଅବତରଣ କରିବାର ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି। Breaking Aviation News and Videos ଟ୍ୱିଟରରେ ଏହି ଭିଡିଓ କୁ ସେୟାର କରିଛି ।

ଉଡ଼ାଣ ଭରିବା ସମୟର ମଧ୍ୟ ଭାଗରେ ଇନ୍ଧନ ଶେଷ ହୋଇଯିବାରୁ ଏହି ବିମାନ ଖୋଲା ସ୍ଥାନରେ ଜରୁରୀକାଳୀନ ଅବତରଣ ବା Emergency Landing କରିଛି। ଗତ ମଙ୍ଗଳବାର ଋଷିଆରେ ଏଭଳି ଘଟଣା ଘଟିଯାଇଛି । ଉଡ଼ାଣ ଭରିବା ସମୟରେ ବୈଷୟିକ ସମସ୍ୟା ହେତୁ ଏହି ବିମାନ ଖୋଲାସ୍ଥାନରେ ଜରୁରୀକାଳୀନ ଅବତରଣ କରିଥିଲା ସେଥିରେ ପ୍ରାୟ ୧୬୭ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ହେଲେ ବିମାନ ଜରୁରୀକାଳୀନ ଅବତରଣ କରିବା ସମୟରେ କାହାର କ୍ଷତି ହୋଇନଥିବା ଖବର ଜଣାପଡିଛି ।

ରିପୋର୍ଟ ଅନୁଯାୟୀ ଋଷୀୟ ଏୟାର କ୍ୟାରିଅର ୟୁରାଲ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ଏୟାରବସ୍ ଏ-୩୨୦ ବିମାନ ବ୍ଲାକ୍ ସି ରିସର୍ଟ ସୋଚି ଠାରୁ ସାଇବେରିଆ ଅଞ୍ଚଳରେ ଅବସ୍ଥିତ ଓମସ୍କ ସହର ଅଭିମୁଖେ ଉଡ଼ାଣ ଭରିଥିଲା। ହେଲେ ଉଡ଼ାଣ ଭରିବା ସମୟରେ ବିମାନ ବୈଷୟିକ ସମସ୍ୟାର ସାମ୍ନା କରିଥିଲା। ଯାହା ପରେ ଏହି ବିମାନ ଜରୁରୀକାଳୀନ ଅବତରଣ କରିଥିଲା। ରିପୋର୍ଟ ଅନୁଯାୟୀ ଜରୁରୀକାଳୀନ ସ୍ଥିତିରେ ବିମାନ ସାଇବେରିଆ ଅଞ୍ଚଳରେ ଅବତରଣ କରିଥିଲା। ଜଙ୍ଗଲ ପାଖରେ ରହିଥିବା ଏକ ଖୋଲା ସ୍ଥାନରେ ବିମାନ ଅବତରଣ କରିଥିଲା। ଯେଉଁଥିରେ ବିମାନ ଚାରିପାଖରେ ଲୋକେ ଛିଡ଼ା ହୋଇଥିବାର ଦେଖିବାକୁ ମିଳୁଛି। ଯାହାର ଭିଡ଼ିଓ ଭାଇରାଲ ହୋଇଛି।

ୟୁରାଲ ଏୟାରଲାଇନ୍ସ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସର୍ଗେଇ ସ୍କର୍ତୋବ ମଙ୍ଗଳବାର କହିଛନ୍ତି ଯେ ଓମସ୍କ ସହର ପାଖରେ ପହଞ୍ଚିବା ପରେ ବିମାନରେ ରହିଥିବା ଗ୍ରୀନ ହାଇଡ୍ରୋଲିକ୍ ସିଷ୍ଟମ କାମ କଲା ନାହିଁ । ବିମାନ କମାଣ୍ଡର ନୋଭୋସିବିର୍ସ୍କ ଏହାର ଏକ ବିକଳ୍ପ ଏୟାରଫିଲ୍ଡ ଠାରେ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ସେ ପରେ ଅନୁଭବ କରିଥିଲେ ଯେ ବିମାନରେ ପର୍ଯ୍ୟାପ୍ତ ପରିମାଣର ଇନ୍ଧନ ନାହିଁ। ଏଭଳି ପରିସ୍ଥିତିକୁ ନଜରରେ ରଖି ବିମାନକୁ ଏକ ଖୋଲା ସ୍ଥାନରେ ଜରୁରୀକାଳୀନ ଭିତ୍ତିରେ ଅବତରଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଶେଷରେ ସାଇବେରିଆ ସ୍ଥିତ ନୋଭୋସିବିର୍ସ୍କ କାମେଙ୍କା ଗ୍ରାମରେ ବିମାନ ଅବତରଣ କରିଥିଲା। ୟୁରାଲ ଏୟାରଲାଇନ୍ସ ସିଇଓ ସର୍ଗେଇ ସ୍କର୍ତୋବ କହିଛନ୍ତି ଯେ ବିମାନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କୁ ନିକଟସ୍ଥ ଗ୍ରାମରେ ରଖାଯାଇଥିଲା। ହେଲେ ସେମାନଙ୍କ ମଧ୍ୟରୁ କେହି ଡାକ୍ତରୀ ସାହୟତା ମାଗି ନାହାଁନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.