Below header

ଆସନ୍ତାକାଲି ଗଣେଶ ପୂଜା, ରଙ୍ଗୀନ ଆଲୋକ ମାଳାରେ ଝଲସୁଛି କୋଇଲା ନଗରୀ ତାଳଚେର ସହର

ଆସନ୍ତାକାଲି ଧରାପୃଷ୍ଠକୁ ଅବତରଣ କରିବେ ପ୍ରଭୁ ଗଜାନନ । ଏହା ତାଳଚେରର ଗଣପର୍ବ ହୋଇଥିବାରୁ ସବୁଠି ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ଏଥର ଅଞ୍ଚଳରେ ୧୦୦ରୁ ଅଧିକ ପୂଜା ମଣ୍ଡପରେ ପୂଜା ପାଇବେ ପ୍ରଭୁ ଗଜାନନ ।

ରଙ୍ଗୀନ ଆଲୋକ ମାଳାରେ ଝଲସୁଛି କୋଇଲା ନଗରୀ ତାଳଚେର ସହର । ଗଣେଶ ପୂଜାକୁ ଆଉ ଦିନଟେ ବାକି ରହିଥିବା ବେଳେ ଉତ୍ସବ ମୁଖର ହୋଇଉଠିଛି ପୁରା ସହର । ପୂଜା ମଣ୍ଡପ ଠାରୁ ଆରମ୍ଭ କରି ପୋଲିସ ପ୍ରଶାସନ ସବୁଠି ଶେଷ ପର୍ଯ୍ୟାୟରେ ଚୂଡାନ୍ତ ପ୍ରସ୍ତୁତି ।

ଆସନ୍ତାକାଲି ଧରାପୃଷ୍ଠକୁ ଅବତରଣ କରିବେ ପ୍ରଭୁ ଗଜାନନ । ଏହା ତାଳଚେରର ଗଣପର୍ବ ହୋଇଥିବାରୁ ସବୁଠି ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ଏଥର ଅଞ୍ଚଳରେ ୧୦୦ରୁ ଅଧିକ ପୂଜା ମଣ୍ଡପରେ ପୂଜା ପାଇବେ ପ୍ରଭୁ ଗଜାନନ । ତେବେ ଏ ନେଇ ତାଳଚେର ଅଞ୍ଚଳ ଏବେ ଚଳଚଞ୍ଚଳ ହୋଇଉଠିଛି । ତେବେ ଚଳିତ ବର୍ଷ ପୂଜା ୧୯ ତାରିଖରୁ ଆରମ୍ଭ ହୋଇ ୨୯ ତାରିଖ ଇନ୍ଦୁ ପୂର୍ଣ୍ଣିମା ଦିନ ଭସାଣି କାର୍ଯ୍ୟକ୍ରମ ଶେଷ ହେଉଥିବାରୁ ଦୀର୍ଘ ୧୦ ଦିନ ପର୍ଯ୍ୟନ୍ତ ସମସ୍ତ ପୂଜା ମଣ୍ଡପରେ ପୂଜା ପାଇବେ ପ୍ରଭୁ ଗଜାନନ । ଏଥିପାଇଁ ମୂର୍ତ୍ତି କାରିଗର ଠାରୁ ଆରମ୍ଭ କରି ମଣ୍ଡପ କର୍ମକର୍ତ୍ତା ମାନେ ଜୋରସୋରରେ ପ୍ରସ୍ତୁତି କାର୍ଯ୍ୟ ଆଗେଇ ନେଇଛନ୍ତି । ଅନ୍ୟପଟେ ମୂର୍ତ୍ତି କାରିଗର ଭଳିକି ଭଳି ମୃର୍ତ୍ତି ଗଢି ତାକୁ ଶେଷ ସ୍ପର୍ଶ ଦେଉଛନ୍ତି ।ଆଉ ଆଶା ରଖିଛନ୍ତି ଚଳିତ ବର୍ଷ ଭଲ ବ୍ୟବସାୟ ହେବ ବୋଲି ।

ganesh
image credit: moneycontrol.com

ତାଳଚେରର ଗଣପର୍ବ ଗଣେଶ ପୂଜା ହୋଇଥିବାରୁ ବିଭିନ୍ନ ପୂଜା କମିଟି ମଧ୍ୟରେ ପ୍ରତିଯୋଗିତା ଲାଗିରହିଥାଏ । ଏଥିପାଇଁ ପୂଜା କମିଟିର ତୋରଣ ଓ ମୂର୍ତ୍ତି ଗୁଡିକୁ ସୁସଜ୍ଜିତ କରିବା ପାଇଁ ବାହାର ରାଜ୍ୟରୁ କାରିଗର ଆଣି ସମସ୍ତ କାର୍ଯ୍ୟ କରାଇଥାନ୍ତି ।ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ତୋରଣ ଓ ମୂର୍ତ୍ତି ଗୁଡିକ ଭିନ୍ନ ଭିନ୍ନ ଢଙ୍ଗରେ ପରିବେଷଣ କରାଯାଇଥାଏ ।ଏହାକୁ ଦେଖିବାକୁ ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ଯାହାକୁ ଆଖି ଆଗରେ ରଖି ପୋଲିସ , ପ୍ରଶାସନ ଓ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥାଏ ।

ତେବେ ପ୍ରତ୍ୟକ ବର୍ଷ ଭଷାଣି ଦିନ ଗଣେଶଙ୍କ ଆଜ୍ଞା ଲଡୁ ନିଲାମ କରାଯାଉଥିବା ବେଳେ ଚଳିତବର୍ଷ ଭଷାଣିକୁ ଶୀଘ୍ର ସାରିବାପାଇଁ ଭଷାଣି ପୂର୍ବ ଦିନ ଲଡୁ ନିଲାମ କାର୍ଯ୍ୟ ହେବାନେଇ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ଦୀର୍ଘ ଦଶ ଦିନ ଧରି ପ୍ରଭୁ ଗଜାନନ ପୂଜା ପାଇବାକୁ ଥିବାବେଳେ ପୂଜା ମଣ୍ଡପ ଓ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଦର୍ଶନପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.